ରାକ୍ଷୀ ପୂର୍ଣ୍ଣିମାରେ ରହିଛି ଏହି ଅଶୁଭ ତିଥି: ଜାଣନ୍ତୁ ଭଦ୍ରା କାଳରେ କାହିଁକି ବନ୍ଧାଯାଏନି ରାକ୍ଷୀ

ଭୁବନେଶ୍ୱର : ପବିତ୍ର ଶ୍ରାବଣ ମାସରେ ରାକ୍ଷୀ ପୂର୍ଣ୍ଣିମା ପାଳନ କରାଯାଏ। ଶ୍ରାବଣ ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତିଥିରେ ରାକ୍ଷୀ ପୂର୍ଣ୍ଣିମା ପାଳନ କରଯାଏ। କିଛି ଗ୍ରହର ପ୍ରଭାବରୁ ଭାଇ-ଭଉଣୀଙ୍କ ଏହି ପର୍ବରେ ଖରାପ ନଜର ପଡିଥାଏ। ଏଥିମଧ୍ୟରୁ ଭଦ୍ରା ଗୋଟିଏ। ହିନ୍ଦୁ ପାଞ୍ଜି ଅନୁସାରେ ଭଦ୍ରା କାଳକୁ ଅଶୁଭ ମୁହୂର୍ତ୍ତ କୁହାଯାଏ। ଏହି ସମୟରେ ଶୁଭ କାର୍ଯ୍ୟ କରାଯାଏ ନାହିଁ।

ରାକ୍ଷୀ ପୂର୍ଣ୍ଣିମା ଦିନ ବିଛା ଲଗ୍ନରେ ମଧ୍ୟାହ୍ନ ୧୨ଟା ରୁ ୨ଟା ୧୨ ମିନିଟ ଯାଏଁ ଏବଂ କୁମ୍ଭ ଲଗ୍ନରେ ସନ୍ଧ୍ୟା ୬ଟା ୬ ମିନିଟରୁ ୭ଟା ୪୦ ମିନିଟ ଯାଏଁ ରାକ୍ଷୀ ପୂର୍ଣ୍ଣିମାର ଶୁଭ ମୁହୂର୍ତ୍ତ ରହିଛି। ୨୨ ତାରିଖ ସକାଳ ୬ଟା ୧୬ ଯାଏଁ ଭଦ୍ରା କାଳ ରହିଛି। ସେଥିପାଇଁ ସକାଳ ୬ଟା ୧୬ ଯାଏଁ ରାକ୍ଷୀ ବାନ୍ଧି ପାରିବେ ନାହିଁ। ସନ୍ଧ୍ୟା ୪ଟା ୩୦ ମିନିଟରୁ ରାହୁ କାଳ ଆରମ୍ଭ ହେବା ପୂର୍ବରୁ ରାକ୍ଷୀ ପୂର୍ଣ୍ଣିମା ପାଳନ କରାଯାଇପାରିବ। ଶାସ୍ତ୍ରରେ ଭଦ୍ରା କାଳରେ ରାକ୍ଷୀ ବାନ୍ଧିବା ଅଶୁଭ କୁହାଯାଏ। ଚଳିତ ବର୍ଷ ରାକ୍ଷୀ ପୂର୍ଣ୍ଣିମାରେ ଚନ୍ଦ୍ରମା ମଙ୍ଗଳ ଗ୍ରହ ଓ କୁମ୍ଭ ରାଶିରେ ବିରାଜମାନ କରିବେ।

ଜ୍ୟୋତିଷଙ୍କ ଅନୁଯାୟୀ, ଭଦ୍ରାକାଳରେ ରାକ୍ଷୀ ବାନ୍ଧିବା ଅଶୁଭ ହୋଇଥାଏ। ଶାସ୍ତ୍ରରେ ରାହୁ କାଳ ଓ ଭଦ୍ରା କାଳରେ ଶୁଭ କାମ କରାଯାଏ ନାହିଁ। ପୌରାଣିକ ବିଶ୍ୱାସ ଅନୁଯାୟୀ, ଭଦ୍ରା କାଳରେ ରାକ୍ଷୀ ନ ବାନ୍ଧିବା ପଛରେ ଏକ କାରଣ ଅଛି। ଲଙ୍କାପତି ରାବଣ ନିଜ ଭଉଣୀ ଠାରୁ ଭଦ୍ରା କାଳରେ ରାକ୍ଷୀ ପିନ୍ଧିଥିଲେ ଓ ବର୍ଷେ ମଧ୍ୟରେ ତାଙ୍କ ବିନାଶ ଘଟିଥିଲା। ସେଥିପାଇଁ ଏହି ସମୟରେ ଭଉଣୀମାନେ ନିଜ ଭାଇକୁ ରାକ୍ଷୀ ବାନ୍ଧିନଥାନ୍ତି। କୁହାଯାଏ ଯେ ଭଦ୍ରା ଶନି ମହାରାଜାଙ୍କ ଭଉଣୀ। ତାଙ୍କୁ ବ୍ରହ୍ମା ଅଭିଶାପ ଦେଇଥିଲେ ଯେ ଯେଉଁ ବ୍ୟକ୍ତି ଭଦ୍ରା କାଳରେ ଶୁଭ କାମ କରିବ ତାର ପରିଣାମ ଅଶୁଭ ହେବ।

Spread the love