ଅଭିନେତ୍ରୀ ରାକୁଲ ପ୍ରୀତ ସିଂ କରୋନା ପଜିଟିଭ୍ ଚିହ୍ନଟ‌

କରୋନା ଭାଇରସ୍‌ର ଶିକାର ହୋଇଛନ୍ତି ବଲିଉଡ୍‌ ଅଭିନେତ୍ରୀ ରାକୁଲ ପ୍ରୀତ ସିଂ। ସେ ନିଜ ସୋସିଆଲ୍‌ ମିଡିଆ ଆକାଉଣ୍ଟ୍‌ରେ ଏହି ସୂଚନା ଦେଇଛନ୍ତି। ରାକୁଲ ନିଜେ ସୁସ୍ଥ ଥିବା କହିବା ସହ ତାଙ୍କ ସଂପର୍କ‌ରେ ଆସିଥିବା ବ୍ୟକ୍ତିମାନଙ୍କୁ ନିଜର କରୋନା ପରୀକ୍ଷା କରିବାକୁ ପରାମର୍ଶ ଦେଇଛନ୍ତି।
ରାକୁଲ ତାଙ୍କ ମାଇକ୍ରେ‌ାବ୍ଲଗିଂ ସାଇଟ୍‌ ଟ୍ବିଟର୍‌ରେ ଏକ ପୋଷ୍ଟ୍‌ କରି ଲେଖିଛନ୍ତି, ‘ମୁଁ ସମସ୍ତଙ୍କୁ ସୂଚୀତ କରାଇ ଦେବାକୁ ଚାହୁଁଛି ଯେ ମୁଁ କୋଭିଡ୍‌-୧୯ ପଜିଟିଭ୍‌ ଚିହ୍ନଟ ହୋଇଛି। ମୁଁ ନିଜକୁ କ୍ବାରେଣ୍ଟାଇନ୍‌ରେ ରଖିଛି। ଏବେ ସାମାନ୍ୟ ସୁସ୍ଥ ଅନୁଭବ କରୁଛି। ଖୁବ୍ ଭଲ ଭାବେ ବିଶ୍ରାମ ନେବି, ଯେପରି ଖୁବ୍ ଶୀଘ୍ର ମୁଁ ମୋ କାମକୁ ଫେରିପାରିବି। ସମସ୍ତଙ୍କୁ ମୋର ଅନୁରୋଧ, ଯେଉଁମାନେ ମୋ ସଂସ୍ପର୍ଶରେ ଆସିଛନ୍ତି ନିଜ ନିଜର ପରୀକ୍ଷଣ କରାଇ ନିଅନ୍ତୁ। ଧନ୍ୟବାଦ ଓ ସୁରକ୍ଷିତ ରୁହନ୍ତୁ।’
ଉଲ୍ଲେଖଯୋଗ୍ୟ, ରାକୁଲ ନିକଟରେ ତାଙ୍କ ଅଭିନୀତ ଚଳଚ୍ଚିତ୍ର ‘ମେ ଡେ’ର ସୁଟିଂ କାମରେ ବ୍ୟସ୍ତ ଥିଲେ। ସେ ନିକଟରେ ତାଙ୍କର ସୁଟିଂ ସେଟ୍‌ର ଏକ ଫଟୋ ନିଜ ଇନ୍‌ଷ୍ଟାଗ୍ରାମ୍‌ ଷ୍ଟୋରିରେ ସେୟାର କରିଥିଲେ। ରାକୁଲଙ୍କ ବ୍ୟତୀତ ଡିସେମ୍ବର ୧୧ ତାରିଖରେ ଅଜୟ ଦେବଗନ୍‌ ମଧ୍ୟ ‘ମେ ଡେ’ ପାଇଁ ସୁଟିଂ ଆରମ୍ଭ କରିଛନ୍ତି।

Spread the love