ମଦ ଦୋକାନକୁ ବିରୋଧ କରି ମହିଳା କଂଗ୍ରେସ ପକ୍ଷରୁ ରାଲି

କଟକରେ ମଦ ଦୋକାନକୁ ବିରୋଧ। କଟକ ସହରରେ ବିଭିନ୍ନ ଅଞ୍ଚଳରେ ମଦ ଦୋକାନ ଖୋଲିବାକୁ ତୀବ୍ର ବିରୋଧ କରିଛି କଟକ ନଗର ମହିଳା କଂଗ୍ରେସ। ସହରର ସମ୍ବେଦନଶୀଳ ଜନବସତି ଅଞ୍ଚଳରେ ମଦ ଦୋକାନ ଖୋଲିବା ନିଷ୍ପତ୍ତିକୁ ପ୍ରତ୍ୟାହାର କରି ଦୋକାନ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଦାବି କରିଛି ନଗର ମହିଳା କଂଗ୍ରେସ । କଟକ ଗୌରୀଶଙ୍କର ପାର୍କ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ଏକ ବିରାଟ ଶୋଭାଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସିଥିଲା। ଏହି ଅଭିଯୋଗ ସଂପର୍କରେ ତର୍ଜମା କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

Spread the love