ଶେଖ ତିଆରି କଲେ ରାମ ମନ୍ଦିର

ହାଇଦ୍ରାବାଦ :  ତେଲେଙ୍ଗାନାର ଖାମ୍ମାମ ଜିଲ୍ଲାରେ ଥିବା ବୁଦିଦମପାଡୁ ଗ୍ରାମର ସରପଞ୍ଚ ଶେଖ୍‌ ମୀରା ସାହାବ ସେଠାରେ ଶ୍ରୀ ରାମମନ୍ଦିର ନିର୍ମାଣ କରିବା ସହ ୨୫ ଲକ୍ଷ ଟଙ୍କା ଦାନ ଦେଇଛନ୍ତି ଏବଂ ଏହି ସମସ୍ତ ଅର୍ଥ ମନ୍ଦିର ନିର୍ମାଣ କାର୍ଯ୍ୟରେ ବ୍ୟବହାର କରାଯାଇଛି । ମନ୍ଦିର ନିର୍ମାଣ ପାଇଁ ପ୍ରାୟ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ଧାର୍ମିକ ସଦ୍‌ଭାବନା ପାଇଁ ଶେଖ୍‌ ମୀରା ସାହାବଙ୍କ ଏହି କାମକୁ ସବୁ ମହଲରେ ପ୍ରଶଂସା କରାଯାଇଛି। ଗ୍ରାମରେ ଅନେକ ବର୍ଷ ଧରି ରାମ ମନ୍ଦିର ଅଦ୍ଧ୍ ନିର୍ମିତ ଅବସ୍ଥାରେ ଥିଲା । ଏହି ମନ୍ଦିର ନିକଟରେ ଥିବା ତିନି ଜଣ ଆଦିବାସୀ ଭାଇଙ୍କୁ ଜମି ଦାନ କରିବା ପାଇଁ ରାଜି କରାଇଥିଲେ ।ଏହାପରେ ନିଜେ ପ୍ରଥମେ ୨୫ ଲକ୍ଷ ଟଙ୍କା ମନ୍ଦିର ନିର୍ମାଣ ପାଇଁ ଦାନ କରିଥିଲେ ।ଏହାପରେ ଅନ୍ୟମାନେ ପ୍ରାୟ ୨୫ ଲକ୍ଷ ଟଙ୍କା ଦାନ କରିଥିଲେ । ୫୦ ଲକ୍ଷ ଟଙ୍କା ବ୍ୟୟରେ ଏହି ରାମ ମନ୍ଦିର ନିର୍ମାଣ କରାଯାଇଛି । ଶେଖ ମଧ୍ୟ ମନ୍ଦିରରେ ପୂଜାର୍ଚ୍ଚାନା କରିବା ପାଇଁ ଯାଉଛନ୍ତି । କେବଳ ମନ୍ଦିର ନୁହେଁ ସେ ଚର୍ଚ୍ଚ ଯିବା ସହ ଧାର୍ମିକ ସଦ୍‌ଭାବନାର ବାର୍ତ୍ତା ଦେଉଛନ୍ତି ।

Spread the love