ରାମନବମୀର ମହତ୍ୱ ଏବଂ ପୂଜା-ବିଧି ସମ୍ପର୍କରେ ଜାଣନ୍ତୁ …

ରାମନବମୀ ହିନ୍ଦୁ ଧର୍ମର ଏକ ପବିତ୍ର ପର୍ବ। ଏହି ପର୍ବ ଭଗବାନ ଶ୍ରୀରାମଚନ୍ଦ୍ରଙ୍କ ଉଦେଶ୍ୟରେ ସମର୍ପିତ କରାଯାଇଥାଏ। ଏହି ଦିନ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର ଜନ୍ମ ଗ୍ରହଣ କରିଥିଲେ। ଏହିକାରଣରୁ ରାମନବମୀ ଦିନ ଭଗବାନ ରାମଙ୍କର ବିଶେଷ ପୂଜାଅର୍ଚ୍ଚନା ହୋଇଥାଏ କିନ୍ତୁ ଚଳିତ ବର୍ଷ ବିଶ୍ୱରେ ଲକଡାଉନ କାରଣରୁ ଭଗବାନ ଏବଂ ଭକ୍ତଙ୍କ ମଧ୍ୟରେ ଦେଖାଯିବ ଦୂରତା ଅର୍ଥାତ ଭଗବାନଙ୍କ ପୂଜାରେ ବିଶେଷ ଗହଳି ଦେଖିବାକୁ ମିଳିବ ନାହିଁ। ତେବେ ଏସବୁ ପରେ କେବେ ପଡୁଛି ରାମ ନବମୀ ଏବଂ କଣ ରହିଛି ଏହାର ମହତ୍ୱ ଓ ପୂଜା ବିଧି ଆସନ୍ତୁ ଜାଣିବା।

ରାମନବମୀ ପ୍ରତିବର୍ଷ ଚିତ୍ର ଶୁକ୍ଳ ପକ୍ଷ ନବମୀ ତିଥିରେ ପଡିଥାଏ। ଚଳିତ ବର୍ଷ ଏହା ଆସନ୍ତା ୨ଏପ୍ରିଲରେ ପାଳନ କରାଯିବ। ହିନ୍ଦୁ ଧାର୍ମିକ ଗ୍ରନ୍ଥ ଅନୁଯାୟୀ ତ୍ରେତୟା ଯୁଗରେ ଏହି ଦିନ ଅଯୋଧ୍ୟାରେ ରାଜା ଦଶରଥ ଏବଂ ମାତା କୌଶଲାଙ୍କ ଠାରୁ ଭଗବାନ ଶ୍ରୀରାମ ଜନ୍ମ ଗ୍ରହଣ କରିଥିଲେ।

ରାମନବମୀ ଦିନ ଭଗବାନ ଶ୍ରୀରାମଙ୍କ ଉପାସନା କରାଯାଇଥାଏ। ଏହିଦିନ ରାମାୟଣ ପାଠ କରିବା ମଧ୍ୟ ଅତ୍ୟନ୍ତ ଶୁଭ ହୋଇଥାଏ। ଏଥିସହ ରାମ ମନ୍ଦିରରେ ଅତ୍ୟନ୍ତ ଆନଦ ଉଲ୍ଲାସର ସହ ଭଜନ କୀର୍ତ୍ତନ କରାଯିବା ପରେ ଭଗବାନ ନଗର ପରିକ୍ରମାରେ ବାହାରିଥାନ୍ତି।

ରାମନବମୀ ବ୍ରତବିଧି:

ଏହିଦିନ ସକାଳୁ ଜଲଦି ଉଠି ସ୍ନାନ ସାରି ସଫା କପଡା ଧାରଣ କରନ୍ତୁ। ଏହାପରେ ସମସ୍ତ ପୂଜା ସାମଗ୍ରୀ ଧରି ପୂଜାସ୍ଥାନରେ ବସନ୍ତୁ। ପୂଜାରେ ତୁଳସୀ ପତ୍ର ଏବଂ ପଦ୍ମ ଫୁଲ ବ୍ୟବହାର କରିବା ଉପରେ ବିଶେଷ ଧ୍ୟାନ ରଖନ୍ତୁ। ପୂଜାରେ କ୍ଷୀରି ଏବଂ ଫଳକୁ ପ୍ରସାଦ ରୂପେ ବ୍ୟବହାର କରନ୍ତୁ। ଶେଷରେ ପୂଜା ସରିବା ପରେ ଘରର ସବୁଠାରୁ ସାନ ମହିଳା ପରିବାରର ଲୋକଙ୍କୁ ତିଳକ ଲଗାନ୍ତୁ।

Spread the love