ଭୁଲ କରିଥିଲେ ବାପା, କ୍ଷମା ମାଗିବାକୁ କହିଲେ ଝିଅ : ନହେଲେ ଧାରଣାରେ ବସିବେ

ଲୋକ ଜନଶକ୍ତି ପାର୍ଟି (ଏଲଜେପି) ସୁପ୍ରିମୋ ତଥା କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶଓ୍ଵାନ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରୀ ଦେବୀଙ୍କୁ ଆଙ୍ଗୁଠା ଛାପ କହିଥିଲେ । ଏହା ବିରୋଧରେ ରାମବିଳାସଙ୍କ ଝିଅ ଆଶା ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।  ଏହାର ବିରୋଧ କରି ପିତାଙ୍କୁ ଭର୍ତ୍ସନା କରିବା ସହିତ  ବାପାଙ୍କୁ କ୍ଷମା ମାଗିବାକୁ ଦାବି କରିଛନ୍ତି। ଯଦି ସେ କ୍ଷମା ନ ମାଗନ୍ତି ,ତେବେ ଆଶା ମହିଳାମାନଙ୍କ ସହିତ ମିଶି ଏଲ ଜେ ପିର ପ୍ରଦେଶ ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି।

ଆଶା ପାସଓ୍ଵାନ୍‌ କହିଛନ୍ତି ଯେ, ତାଙ୍କ ମାଆ ବି ନିରକ୍ଷର ଥିଲେ,ଯେଉଁଥିପାଇଁ ବାପା (ରାମବିଳାସ ପାସଓ୍ଵାନ୍‌)ତାଙ୍କୁ ଛାଡି ଦେଇଥିଲେ ।ଏଠାରେ ସୂଚନାଯୋଗ୍ୟ ଯେ, ଆଶା ହେଉଛନ୍ତି କେନ୍ଦ୍ର ମନ୍ତ୍ରୀ ରାମ ବିଳାସ ପାସଓ୍ଵାନ୍‌ଙ୍କ ପ୍ରଥମ ପତ୍ନୀ ରାଜ କୁମାରୀ ଦେବୀଙ୍କ କନ୍ୟା । ଆଶାଙ୍କ ସ୍ୱାମୀ ସାଧୁ ପାସଓ୍ଵାନ୍‌ ଗତ ବର୍ଷ ରାଷ୍ଟ୍ରୀୟ ଜନତା ଦଳରେ ସାମିଲ ହୋଇଥିଲେ।

Spread the love