ଅଯୋଧ୍ୟା ରାମ ଜନ୍ମଭୂମି ବିବାଦ

କାଶ୍ମୀର ୩୭୦ ପରେ ଅଯୋଧ୍ୟା ରାମ ଜନ୍ମଭୂମି ବିବାଦର ମଧ୍ୟ ଶାନ୍ତିପୂର୍ଣ୍ଣ ସମାଧାନ ହୋଇଯିବ ବୋଲି ଆଶା କରାଯାଉଥିଲା। ହେଲେ ଏଥିରେ ଏବେ ଯୋଡି ହାଇଯାଇଛନ୍ତି ରାଜସ୍ଥାନ ଜୟପୁର ରାଜପରିବାର।  ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ଥିବା ବେଳେ ଜୟପୁର ରାଜପରିବାର ମର୍ଯ୍ୟଦା ପୁରୁଷୋତ୍ତମ ଶ୍ରୀରାମଙ୍କ ବଂଶଜ ବୋଲି ଦାବି କରିଛନ୍ତି। ରାଜପରିବାରର ସଦସ୍ୟା ତଥା ବିଜେପିର ପୂର୍ବତନ ସାଂସଦ ଦିୟା କୁମାରୀ ଏ ନେଇ ପୋଥିଖାନାରୁ ଉପଲବ୍ଧ ତଥ୍ୟ ଆଧାରରେ ରାମଜନ୍ମଭୂମି ଉପରେ ନିଜର ଦାବି ଉପସ୍ଥାପନ କରିଛନ୍ତି। ଦାବିରେ ଜୟପୁର ରାଜପରିବାରର ଗଦ୍ଦି ଭଗବାନ ରାମଙ୍କ ପୁତ୍ର କୁଶଙ୍କ ବଂଶୋଜମାନଙ୍କ ରାଜଧାନୀ ବୋଲି କହିଛନ୍ତି।

ଜୟପୁରର ପୂର୍ବତନ ରାଜମାତା ପଦ୍ମିନୀ ଦେବୀ  ଦିୟା କୁମାରୀଙ୍କ ଦାବିକୁ ସମର୍ଥନ କରିବା ସହ  ସ୍ୱର୍ଗତ ମହାରାଜ ଭବାନୀ ସିଂହ ମାନଚିତ୍ର ସମେତ ସମସ୍ତ ତଥ୍ୟ ପୂର୍ବରୁ କୋର୍ଟଙ୍କୁ ଦେଇସାରିଥିବା କହିଛନ୍ତି। ଭଗବାନ ରାମଙ୍କ ପୁତ୍ର କୁଶଙ୍କ ବଂଶଜ ହୋଇଥିବାରୁ ଜୟପୁର ରାଜାଙ୍କୁ ଢୁଢାଂଡ ରାଜା ବା କଛବାହ ବୋଲି ମଧ୍ୟ କୁହାଯାଏ। ଏଣୁ ରାଜପରିବାର ନିଜକୁ ରାମଙ୍କ ୩୦୯ତମ ପିଢୀଭାବେ ଦାବି କରୁଛି। ସେହିପରି ସିଟି ପ୍ୟାଲେସ କପଡା ଦ୍ୱାରରେ ସୁରକ୍ଷିତ ଦସ୍ତାବେଜ୍ ଆଧାରରେ ଅଯୋଧ୍ୟାର ରାମ ଜନ୍ମଭୂମି ଜୟପୁର ରାଜ୍ୟ ଅଧିକାରରେ ରହିଛି।

ଐତହାସିକ ପ୍ରଫେସର ଆର.ନାଥ ମଧ୍ୟ ତାଙ୍କର ଗବେଷଣା ପୁସ୍ତକ ‘ମଧ୍ୟଯୁଗୀୟ ଭାରତୀୟ ସ୍ଥାପତ୍ୟ’ରେ ଅଯୋଧ୍ୟାର ରାମ ଜନ୍ମସ୍ଥାନ ତତ୍କାଳୀନ ମହାରାଜା ସବାଇ ଜୟସିଂ ଦ୍ୱିତୀୟଙ୍କ ଅଧିକାରରେ ଥିବା ଉଲ୍ଲେଖ ମଧ୍ୟ କରିଛନ୍ତି। ଗତ ଶୁକ୍ରବାର କୋର୍ଟ ଭଗବାନ ରାମଚନ୍ଦ୍ରଙ୍କ ଉପସ୍ଥିତି କେବଳ ଅଯୋଧ୍ୟାରେ ନା ତାଙ୍କର କେହି ପରିବାର ଅଛନ୍ତି ବୋଲି ପ୍ରଶ୍ନ କରିଥିଲେ। ଏହାର ଜବାବରେ ଦିୟା କୁମାରୀ ତାଙ୍କ ପରିବାରକୁ ରାମଙ୍କ ଉତ୍ତରାଧିକାରୀ ଭାବେ ଉପସ୍ଥାପିତ କରିଛନ୍ତି। ତେବେ ଯଦି ଏ ସମ୍ପର୍କିତ ତଥ୍ୟ ଦେବାରେ କୋର୍ଟଙ୍କ ନିଷ୍ପତ୍ତି ଶୀଘ୍ର ହୋଇ ପାରିବ ଏଥିରେ ସେ ସମସ୍ତ ପ୍ରକାର ସହାୟତା କରିବାକୁ ମଧ୍ୟ ସହମତ ଥିବା ଦିଆ କୁମାରୀ କହିଛନ୍ତି।

Spread the love