ପ୍ରଭୁ ଶ୍ରୀରାମଙ୍କ ପାଇଁ ରାମ ସେତୁ ଶାଢି ପଠାଇଛନ୍ତି ବରଗଡ ବୁଣାକାର ଇଶ୍ୱର ମେହେର

ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ପାଇଁ ଉତ୍ସବମୁଖର ଅଯୋଜଧ୍ୟା । ସବୁଠି ପ୍ରଭୁଙ୍କ ରାମ ନାମ ଧ୍ୱନୀ । ପ୍ରଭୁଙ୍କ ପାଇଁ ଉତ୍ସାହିତ ଶ୍ରଦ୍ଧାଳୁ । ଦେଶ ବିଦେଶରୁ କୋଣ ଅନୁକୋଣରୁ ପ୍ରଭୁ ରାମଚନ୍ଦ୍ରଙ୍କ ପାଇଁ କିଏ କେତେ କଣ ପଠାଇଚାଲିଛି । ଆଉ ଏବେ ଓଡ଼ିଶାରୁ ପ୍ରଭୁ ରାମ ଚନ୍ଦ୍ରଙ୍କ ପାଇଁ ବାନ୍ଧକଳାରେ ପ୍ରସ୍ତୁତ କରାଯାଇଛି ରାମ ସେତୁ ଶାଢି । ବରଗଡ ଜିଲ୍ଲା କଟା ପାଲିର ଇଶ୍ୱର ମେହେର ପ୍ରସ୍ତୁତ କରିଛନ୍ତି ଏହି ରାମ ସେତୁ ଶାଢି । ଯାହା ପ୍ରସ୍ତୁତ କରିବାକୁ ତାଙ୍କୁ ୫ ମାସ ସମୟ ଲାଗିଥିଲା । ଖଦି କଟନ କପଡାରେ ପ୍ରାକୃତିକ ରଙ୍ଗ ବ୍ୟବହାର କରି ଅତି ସୂକ୍ଷ୍ମ କାରୁକାର୍ଯ୍ୟର ବାନ୍ଧରେ ଶାଢି ତିଆରି ହୋଇଛି । ଶାଢିରେ ରାମାୟଣର ପ୍ରତିଟି ଚରିତ୍ରକୁ ନିଖୁଣ ଭାବେ ଚିତ୍ରଣ କରାଯାଇଛି । ରାମସେତୁର ପରିକଳ୍ପନା କରାଯାଇ ରାମ , ଲକ୍ଷ୍ମଣ ସୀତା ଓ ଅଙ୍ଗଦ ଚରିତ୍ର କରାଯାଇଛି । ତା ସହିତ ଶାଢିରେ ଗୁଣ୍ଡୁଚି ମୂଷାର ଚିତ୍ର ମଧ୍ୟ କରାଯାଇଛି । ଏହି ଶାଢି ଦେଖିଲେ ରାମାୟଣର ସମସ୍ତ ଚରିତ୍ର ଉଦଭାସିତ ହୁଏ ।ରାମୟଣର ପ୍ରତିଟି ଚରିତ୍ର ଓ କାହାଣୀ ଅତି ରୋମାଂଚକର । ଯାହାକୁ ଏହି ଶାଢିରେ ସୁନ୍ଦର ଭାବେ ଚିତ୍ରଣ କରି ରାମାୟଣକୁ ପୁନଃ ସ୍ମରଣ କରାଇଛନ୍ତି ଇଶ୍ୱର । ପ୍ରଭୁ ରାମଚନ୍ଦ୍ରଙ୍କ ପାଇଁ ବାନ୍ଧକଳାରେ ରାମାୟଣର ପ୍ରତିଟି ଚରିତ୍ରକୁ ଚିତ୍ରଣ କରି ରାମଙ୍କୁ ଅର୍ପଣ କରିଛନ୍ତି ଇଶ୍ୱର । ଜଣେ ସମ୍ପର୍କୀୟ ଭାଈଙ୍କ ଜରିଆରେ ଦିଲ୍ଲୀ ଦରବାରେ ପହଂଚାଇ ନିଜକୁ ଧନ୍ୟ ମନେ କରିଛନ୍ତି । ତାଙ୍କର ଏହିି ସୂକ୍ଷ୍ମକଳାକୁ ମଧ୍ୟ ସମସ୍ତେ ପ୍ରଶଂସା କରିଛନ୍ତି ।ଦୀର୍ଘ ୫ ମାସର ପରିଶ୍ରମ କେବଳ ପ୍ରଭୁ ରାମଚନ୍ଦ୍ରଙ୍କ ପାଇଁ । ପ୍ରଭୁଙ୍କ ଉଦ୍ଦେଶ୍ୟରେ ଶାଢି ପ୍ରସ୍ତୁତ କରିବା ଇଶ୍ୱରଙ୍କ ପାଇଁ ସୌଭାଗ୍ୟ ହୋଇଥିବା ବେଳେ ନେଇ ଗର୍ବ ଅନୁଭବ କରନ୍ତି ଇଶ୍ୱର ।

Spread the love