ରମାକାନ୍ତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବହି ବଣ୍ଟନ

ସୋର, ୧୬/୦୪: ବାଲେଶ୍ଵର ଜିଲ୍ଲା ସୋର ବ୍ଲକ କେଦାରପୁର ପଂଚ।ୟତ  ଘସୁଆ ଗ୍ରାମରେ ଥିବା ରମାକାନ୍ତ ନୋଡ଼।ଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜି ବହି ବଣ୍ଟନ ହୋଇଛି। ପ୍ରଧାନ ଶିକ୍ଷକ ମୂଳେଶ୍ଵର ବେହେରାଙ୍କ ତତ୍ୱବାଧାନରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ବହି ବଣ୍ଟା ଯାଇଛି।

ଲକ୍‌ଡାଉନ ସମୟରେ ଯେପରି ପାଠପଢ଼ାରେ ବ୍ୟାଘାତ ନ ହୁଏ, ସେଥିପ୍ରତି ଗୁରୁତ୍ୱ ଦେଇ ଛାତ୍ରଛାତ୍ରୀଙ୍କୁ ବହି ବଣ୍ଟନ ଆରମ୍ଭ  କରାଯାଇଛି।

ସୂଚନାଯୋଗ୍ୟ, କରୋନା ମୁକାବିଲା ପାଇଁ ସାରା ରାଜ୍ୟରେ ଲକ୍‌ଡାଉନ୍‌ ଜାରି ରହିଥିବା ବେଳେ ସ୍କୁଲ, କଲେଜ ସବୁ ବନ୍ଦ ରହିଛି। ଏହି ସମୟରେ ପିଲାମାନଙ୍କ ପାଠପଢ଼ାରେ ଯେମିତି ବ୍ୟାଘତ ନ ହୁଏ, ସେଥିପାଇଁ  ସେମାନଙ୍କ ଘରେ ବହି ନେଇ ଦେଇ ଆସିବାକୁ ଶିକ୍ଷକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ବହି ବ୍ଲକ ଏବଂ ସ୍କୁଲ ସ୍ତରରେ ପହଞ୍ଚିଥିବା ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଥିଲେ। ଏହାସହ ୨୫ ତାରିଖ ମଧ୍ୟରେ ଏହି ବହି ବଣ୍ଟନ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ସେ ସୂଚନା  ଦେଇଥିଲେ।

Spread the love