ରାମକୃଷ୍ଣ ମିଶନ ବିବେକାନନ୍ଦ ମହାବିଦ୍ୟାଳୟ ପକ୍ଷରୁ ଅଚ୍ୟୁତ ସାମନ୍ତଙ୍କୁ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ ପ୍ରଦାନ

ରାମକୃଷ୍ଣ ମିଶନ ବିବେକାନନ୍ଦ ଶତବାର୍ଷିକୀ ମହାବିଦ୍ୟାଳୟ ପକ୍ଷରୁ ବିଶିଷ୍ଠ ଶିକ୍ଷାବିତ୍ ଏବଂ କିଟ୍, କିସ୍ ଓ କିମସର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ଲାଇପ ଟାଇମ ଆଚିଭମେଣ୍ଟ ଆୱାର୍ଡ଼ ପ୍ରଦାନ କରା ଯାଇଛି। କଲକାତାର ରହଡ଼ା ଶ୍ରୀରାମକୃଷ୍ଣ ପ୍ରେକ୍ଷାଳୟଠାରେ ଅନୁଷ୍ଠିତ ଭବ୍ୟ ସମାବେଶରେ ଅଧ୍ୟକ୍ଷ ସ୍ବାମୀ କମଳାପ୍ତାନନ୍ଦ ମହାରାଜ ସମ୍ମାନ ସ୍ବରୂପ ପ୍ରଶଂସା ପତ୍ର, ସ୍ମାରକୀ ଓ ଗ୍ରନ୍ଥ ପ୍ରଦାନ କରିଥିଲେ ।

ସମ୍ମାନ ଗ୍ରହଣ କରି ଡକ୍ଟର ସାମନ୍ତ କହିଥିଲେ ଦେଶର ପ୍ରଗତି ଓ ପ୍ରସିଦ୍ଧି କ୍ଷେତ୍ରରେ ବଙ୍ଗ ଭୂମିର ଅବଦାନ ଅତୁଳନୀୟରାମକୃଷ୍ଣ ପରମହଂସ ଦେବ, ସ୍ଵାମୀ ବିବେକାନନ୍ଦ ଓ କବିଗୁରୁଙ୍କ ଭଳି ମହାପୁରୁଷ ଏହି ମାଟିରେ ଜନ୍ମଲାଭ କରି ସମଗ୍ର ମାନବ ଜାତିକୁ ଅନୁପ୍ରେରଣା ଯୋଗାଉଛନ୍ତି । ସେ ଶିକ୍ଷାର୍ଥୀ ମାନଙ୍କୁ ଉପଦେଶ ଛଳରେ କହିଥିଲେ ଶୃଙ୍ଖଳା ହେଉଛି ମାନବ ଜାତି ପାଇଁ ଶ୍ରେଷ୍ଠ ଅଧାର । ଯେଉଁ ଶୃଙ୍ଖଳାକୁ ସେ ନିଜ ଜୀବନର ବ୍ରତ ଭାବେ ଗ୍ରହଣ କରିଛନ୍ତି। ଫଳରେ ବହୁ ଆଶ୍ଚର୍ଯ୍ୟ ଜଣକ କାର୍ଯ୍ୟ କରିବାରେ ସଫଳ ହୋଇଛି। ଏହା ମଧ୍ୟ କହିଥିଲେ ଆଦିବାସୀ ଜନଜାତିଙ୍କ ୮୦ ହଜାର ସନ୍ତାନଙ୍କୁ ଶିକ୍ଷାର ଆଲୋକ ଦେଖାଇବା ସହ ସମ୍ମାନର ନେଇ ବଞ୍ଚିବା ସୁଯୋଗ କରାଇଛନ୍ତି ।

ଏହି ଲାଇଫ ଟାଇମ ଅଚିର୍‌ମେଣ୍ଟ ସମ୍ମାନ ପାଇ ମୁଁ ଗଭୀର ଭାବରେ କୃତଜ୍ଞତା ଜଣାଉଛି  ।  ଏହି ସମ୍ମାନ ମୋତେ ବିଶେଷ ଆନୁପ୍ରେରଣା ଯୋଗାଇବ । ତାଙ୍କର ବକ୍ତବ୍ୟ ଥିଲା ଯେ ଶିକ୍ଷା ହେଉଛି ସାମାଜିକ ପରିବର୍ତ୍ତନ ଆଣିବା କ୍ଷେତ୍ରରେ ସବୁଠାରୁ ଶକ୍ତିଶାଳୀ ମାଧ୍ଯମ । ତେଣୁ ଏହି ପୁରସ୍କାର ହଜାର ହଜାର ଅବହେଳିତ ଶିକ୍ଷାର୍ଥୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରୁଛି ।  ଯେଉଁମାନେ ପ୍ରତିଦିନ ପ୍ରମାଣ କରନ୍ତି ଯେ ସଠିକ୍ ସୁଯୋଗ ପାଇ ସେମାନେ ସେମାନଙ୍କ ଜୀବନ ଏବଂ ସେମାନଙ୍କ ଚାରିପାଖ ବିଶ୍ବକୁ ପରିବର୍ତ୍ତନ କରିପାରିବେ ।

Spread the love