ରାମକୋକୁ ପ୍ରଶ୍ନ କଲେ ବିଜେଡିକୁ ବାଧୁଛି?: ବିଜେପି

ସ୍ମିତାରାଣୀ ହତ୍ୟାକାଣ୍ଡ ଘଟଣାରେ ରାମକୋର ହାତ ରହିଛି । ରାମକୋ ହାତେଇଥିବା ବେଆଇନ
ଜବରଦଖଲ ଜମିକୁ ଆଇନସମ୍ମତ କରିବା ପାଇଁ ପିଇଓ ସ୍ମିତାରାଣୀଙ୍କୁ ଉପରେ ଚାପ ପ୍ରୟୋଗ କରାଯାଉଥିଲା । ମୃତା ସ୍ମିତାରାଣୀ ଏଥିରେ ରାଜି ନହେବାରୁ ରଙ୍ଗଶାଳାରେ ତାଙ୍କୁ ଗଣଦୁଷ୍କର୍ମ କରି ହତ୍ୟା କରାଯାଇଛି । ଏହି ବେଆଇନ ଜବର ଦଖଲ ଜମିରେ ରାମକୋ କୁ କିଏ ସାହାର୍ଯ୍ୟ କରିଛି ଏବଂ ଜିଲ୍ଲାରେ ଜିଲ୍ଲାପାଳ, ଏସପି, ବିଡିଓ, ତହସିଲଦାର, ରାଜସ୍ୱ ଅଧିକାରୀ ଥିବାସତ୍ୱେ ରାମକୋ ବେଆଇନ ଭାବେ ଶହ ଶହ ଏକର ଜମି ରାମକୋ କିପରି ଜବରଦଖଲ କରି ପାରିଲା ଏହି ପ୍ରଶ୍ନ ବିଜେପି ରାଜ୍ୟ ସଂପାଦିକା ପ୍ରଶ୍ନ କରିଥିଲେ । ଏହାର ଉତର ନଦେଇ ରାମକୋକୁ ଘଂଟ ଘୋଡାଇବାକୁ ଯାଇ ବିଜେଡି ମୁଖପାତ୍ର ବିରୋଧୀଙ୍କୁ ବ୍ୟକ୍ତିଗତ ଆକ୍ଷେପ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ନିନ୍ଦନୀୟ ବୋଲି ବିଜେପି
ରାଜ୍ୟ ମୁଖପାତ୍ର ଶ୍ରୀମତୀ ସୋନାଲି ସାହୁ କହିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ସାହୁ କରିଛନ୍ତି ଯେ, ସ୍ମିତାରାଣୀ ହତ୍ୟାକାଣ୍ଡ ମାମଲାକୁ
ରାଜ୍ୟସରକାର ଚାପିଦେବା ପାଇଁ ଉଦ୍ୟମ ଚଲାଇଛନ୍ତି । ରାମ୍କୋ କମ୍ପାନୀ ଏବଂ ରଙ୍ଗଶାଳା ସମ୍ପର୍କରେ ପ୍ରଶ୍ନ ଉଠିଲେ ବିଜୁ ଜନତା ଦଳକୁ କାହିଁକି ବାଧୁଛି ? ରାମକୋ କମ୍ପାନୀ ପ୍ରତି ରାଜ୍ୟସରକାରଙ୍କର ଏତେ ଅନୁକମ୍ପା କାହିଁକି ? ବିନା ଗ୍ରାମସଭାରେ ଏସବୁ ଜମିକୁ ରାମକୋ କିଭଳି ଭାବେ
ଜବରଦଖଲ କଲା ? ଏହି ପ୍ରଶ୍ନର ଉତର ନଦେଇ ରାମକୋ ସିମେଂଟର ମୁଖପାତ୍ର ଭାବେ ବିରୋଧୀଙ୍କୁ ବ୍ୟକ୍ତିଗତ ଆପେକ୍ଷ କରି ନିଜ ସମ୍ମାନ ନିଜେ ହାନୀ କରିଛନ୍ତି ।
ସ୍ମିତାରାଣୀ ହତ୍ୟାକାଣ୍ଡ ଭଳି ସମ୍ବେଦନଶୀଳ ପ୍ରସଙ୍ଗ ଏହି ପ୍ରସଙ୍ଗକୁ କେଉଁ ଢଙ୍ଗରେ ନିଆଯାଉଛି ତାହା ଓଡିଶାବାସୀ ବେଶ୍ ଭଲ ଭାବରେ ବୁଝିପାରୁଛନ୍ତି । ଯଦି ବାୟୋଡାଟା ଦେବାର ଅଛି ତେବେ ସାଢେ ଚାରିକୋଟି ଲୋକଙ୍କର ବାୟୋଡାଟା ବନାନ୍ତୁ । ଗୋଟିଏପଟେ ବିଜୁଜନତା ଦଳ ଓ ମୁଖ୍ୟମନ୍ତ୍ରୀ ବାରମ୍ବାର କହୁଛନ୍ତି ମହିଳା ପ୍ରସଙ୍ଗକୁ ନେଇ ରାଜନୀତି ନକରାଯାଉ କିନ୍ତୁ ଅତି ଚତୁରତାର ସହିତ ବିଧାନସଭାରେ ଏ ପ୍ରଶ୍ନ ରେ ଉକ୍ତି ରଖି କହିଲେ କି ହତ୍ୟାକାଣ୍ଡ ପଛରେ ରାଜନୀତି ହିଁ ଲୁଚି ରହିଛି । ତେଣୁ କରି ରାଜନୀତି କିଏ କରୁଛି ମହିଳା ମାନଙ୍କୁ ନେଇ
ତାହା ଓଡିସାବାସୀ ଜାଣୁଛନ୍ତି ତାହା ଉପରେ ସ୍ପଷ୍ଟୀକରଣ ଦେବା ଉଚିତ । ତାହା ଉପରେ ସ୍ପଷ୍ଟୀକରଣ ନଦେଇ ମୁଖପାତ୍ର ସୁନ୍ଦର ଢଙ୍ଗରେ କହିଲେ ଯେ ଆଇନ ତା ବାଟରେ ଯିବ କିନ୍ତୁ ଆଇନକୁ ଖୋଦ୍ ରାଜ୍ୟର ମୁଖିଆ ତା ବାଟରେ ଯିବା ପାଇଁ ଦେଉଛନ୍ତି ତ? ଯଦି ଦେଉଥାନ୍ତି ତାହାଲେ ଯେତେବେଳେ ସ୍ମିତାରାଣୀର ହତ୍ୟା ଘଟିଲା ସେତେବେଳେ ରୂପେଶ୍ ଭଦ୍ରଙ୍କ ସହିତ ଆଉ ଚାରିଚାରି ଜଣ ନିର୍ବାଚିତ ପ୍ରତିନିଧି ଥିଲେ କିନ୍ତୁ ଜଣକୁ ଗିରଫ କରି ଦାୟିତ୍ୱ କିଭଳି ସାରିଦେଲେ? ଏସପି ଗୋଟିଏ ପଟେ ନାରୀର ଚରିତ୍ର ସଂହାର କରୁଥିଲା ବେଳେ ଏ ଚାରି ଜଣଙ୍କୁ କଣ ପାଇଁ
ତଦନ୍ତ ପରିସରକୁ ଆଣିଲେ ନାହିଁ କାହିଁକି ବୋଲି ଶ୍ରୀମତୀ ସାହୁ ପ୍ରଶ୍ନ କରିଛନ୍ତି ।
ଗରିବ ଲୋକ କେଉଁଠି ଝୁମ୍ପୁଡି ଘରି କଲେ ସରକାରୀ ଜାଗା ଚିହ୍ନଟ କରି ରାଜ୍ୟସରକାର ରାତାରାତି ଭାଙ୍ଗି ଦେଉଛନ୍ତି । କିନ୍ତୁ
ବେଆଇନ ଭାବେ ତିଆରି ହୋଇଥିବା ରଙ୍ଗଶାଳାକୁ ଭାଙ୍ଗିବା ପାଇଁ ଏପର୍ଯ୍ୟନ୍ତ ସରକାର ନିର୍ଦ୍ଦେଶ ଦେଉ ନାହାଁନ୍ତି କାହିଁକି ? ତୃତୀୟ ମହଲା ଏବଂ ୫-ଟି ସଚିବଙ୍କ ସହ ରାମକୋର ସଂପର୍କ ଥିବାରୁ ଘଟଣାକୁ ଚପେଇ ଦେବାକୁ ବସିଛନ୍ତି ରାଜ୍ୟସରକାର । କମ୍ପାନୀକୁ ତୃଷ୍ଟିକରଣ ହେଉ ବା ତାମିଲ ଭାଇଚାରାକୁ ଦୃଢୀଭୁକ୍ତ କରିବାକୁ ହେଉ ସରକାରଙ୍କ ମହିଳାଙ୍କୁ ନ୍ୟାୟ ଦେବା ନାରା ଏକ ପ୍ରହସନରେ ପରିଣତ ହେଇଛି ।
ଏକ ଦାୟିତ୍ୱ ସମ୍ପନ୍ନ ବିରୋଧି ଦଳ ହିସାବରେ ଆମର ମୁଖ୍ୟ ଦାୟିତ୍ୱ ହେଉଛି ଯଦି ସରକାର କୌଣସି ଘଟଣା, ଅଘଟଣକୁ ଚାପି ଦେବାକୁ ଚାହୁଁଛନ୍ତି ସେତେବେଳେ ସେ ଘଟଣାକୁ ଜନ ସାଧାରଣ ବା ଗଣମାଧ୍ୟମ ସମ୍ମୁଖକୁ ଆଣିବା । କିନ୍ତୁ ଏହାର ଉତର ବଦଳରେ ପ୍ରବକ୍ତା ନାରୀ ହୋଇ ଜଣେ ନାରୀର ବ୍ୟକ୍ତିଗତ ସ୍ତରକୁ ଯାଇ ଏଭଳି ବିବୃତି ରଖିବା ସମଗ୍ର ନାରୀ ସମାଜକୁ ଅପମାନ । ମହିଳା ସମ୍ମାନ ନାରା ନାଁରେ
ଯାହା ସତ ତାହା ସାମନାକୁ ଆଣିବା ଉଚିତ୍ । ମହିଳା ପ୍ରସଙ୍ଗରେ ସୁଲତା ଦେଓ ଜଣେ ମହିଳା ହୋଇ ଜଣେ ବିରୋଧୀ ଦଳ ମହିଳାଙ୍କୁ ଅପମାନିତ କରିଥିବାରୁ ତୁରନ୍ତ ସର୍ବସମ୍ମୁଖରେ କ୍ଷମା ପ୍ରାର୍ଥନା କରନ୍ତୁ । ଯଦି ସ୍ମିତାରାଣୀଙ୍କୁ ନ୍ୟାୟ ଦେବା ପାଇଁ ବିଜେଡି ପ୍ରକୃତରେ ଚାହୁଁଛି ତେବେ ତୁରନ୍ତତଦନ୍ତଭାର ସିବିଆଇକୁ ପ୍ରଦାନ କରନ୍ତୁ ବୋଲି ଶ୍ରୀମତୀ ସାହୁ ଦାବି କରିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ କୃଷକ ମୋର୍ଚ୍ଚା ସାଧାରଣ ସଂପାଦକ ସୁରଥ ବିଶ୍ୱାଳ ଉପସ୍ଥିତ ଥିଲେ ।

Spread the love