ନିର୍ବାଚନ ପ୍ରଚାର କରିବା ପାଇଁ ଯାଇଥିବା ବେଳେ ସାଂସଦ ରମେଶ ଚନ୍ଦ୍ର ମାଝିଙ୍କୁ ଅଣ୍ଡାମାଡ଼

ଉମରକୋଟ, ୧୦/୦୨: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଇଚ୍ଛାପୁର ପଞ୍ଚାୟତ ଧୂମାଆମ ଗ୍ରାମରେ ଆଜି ନବରଙ୍ଗପୁର ସାଂସଦ ରମେଶ ମାଝୀଙ୍କୁ ଅଣ୍ଡାମାଡ଼ ହୋଇଛି । ନିଜ ଦଳର ଜିଲ୍ଲା ପରିଷଦ ପ୍ରାର୍ଥୀନୀ ତ୍ରିମିଳା ପୂଜାରୀ ଏବଂ ଇଚ୍ଛାପୁର ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀଙ୍କ  ନିର୍ବାଚନ ପ୍ରଚାର ପାଇଁ ଯାଇଥିବା ବେଳେ ଧୂମାଆମ ଗ୍ରାମବାସୀ ଅଣ୍ଡାମାଡ଼ କରିବା ସହିତ ଗ୍ରାମବାସୀ ସାଂସଦଙ୍କୁ ଘେରି ଦେଇଥିଲେ । ଗାଁ ରେ ନିର୍ବାଚନ ପ୍ରଚାର କରିବାକୁ ନଦେଇ ଗାଁ ରୁ ନିର୍ବାଚନ ପ୍ରଚାର କରିବାକୁ ଆସିଥିବା ସାଂସଦ ଏବଂ ତାଙ୍କର ସମସ୍ତ ଦଳୀୟ କର୍ମୀମାନଙ୍କୁ ଗାଁରୁ ତଡି ଦେଇଥିଲେ ।

ତେବେ ସୂଚନା ଅନୁଯାୟୀ ଝରିଗାଁ ବ୍ଲକ ୨ ନମ୍ବର ଜୋନ ଇଚ୍ଛାପୁର ପଞ୍ଚାୟତର ସମସ୍ତ ଗ୍ରାରେ ଆଜି ରମେଶ ମାଝୀ ଏବଂ ତାଙ୍କ ଦଳୀୟ କର୍ମୀମାନେ ପ୍ରଚାର କରିବା ପାଇଁ ଯାଉଥିଲେ । ସେହି ସମୟରେ ଧୂମା ଆମଗାଁର ଗ୍ରାମବାସୀ ନିର୍ବାଚନ ପ୍ରଚାରକୁ ଵିରୋଧ କରି ଅଣ୍ଡାମାଡ଼ କରିବା ସହ ଗାଁରୁ ତଡି ଦେଇଥିଲେ ।

Spread the love