ସାଂସଦ ରାମକ୍ରିଷ୍ଣା ରାଜୁଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କଲା ସିବିଆଇ

ନୂଆଦିଲ୍ଲୀ,୦୨/୦୧:  ସିବିଆଇ ଓ୍ୱାଇଏସଆର କଂଗ୍ରେସର ସାଂସଗ କେ ରଘୁରାମ କ୍ରିଷ୍ଣା ଓ ତାଙ୍କ କମ୍ପାନୀ ଇଣ୍ଡ-ବାରଥ ପାଓ୍ୱାର ବିରୋଧରେ ଚାର୍ଜ ସିଟ୍ ଦାଖଲ କରିଛନ୍ତି । ସେହିପରି ଅନ୍ୟ ୧୫ ଜଣଙ୍କ ବିରୋଧରେ ମଧ୍ୟ ୯୪୭.୭୦ କୋଟିର ଲୋନ୍ ଘୋଟାଲା ମାମଲା ଚାର୍ଜସିଟ୍ ଦାଖଲ ହୋଇଛି ।

ଇଣ୍ଡ-ବାରଥର ବିଭିନ୍ନ ସହଯୋଗୀ କମ୍ପାନୀ ବିରୋଧରେ ମଧ୍ୟ ଚାର୍ଜସିଟ୍ ଦାଖଲ ହୋଇଛି । ଏନେଇ ସିବିଆଇ ୨୦୧୯ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତରେ ଜଣାପଡିଥିଲା ଯେ, କେ କ୍ରିଷ୍ଣା ବିଭିନ୍ନ କମ୍ପାନୀ ଓ ବ୍ୟକ୍ତିଙ୍କଠାରୁ ତୁତିକୋରନରେ ଥର୍ମାଲ ପ୍ଲାଣ୍ଟ୍ ବସାଇବା ପାଇଁ ୯୪୭.୭୦ କୋଟି ଟଙ୍କା ନେଇଥିଲେ । କିନ୍ତୁ କମ୍ପାନୀ କୌଣସି ପ୍ରକଳ୍ପକୁ ଶେଷ କରିନଥିଲା । ବରଂ ଟଙ୍କାକୁ ସେ ୟୁକୋ ବ୍ୟାଙ୍କରେ ଫିକ୍ସ ଡିପୋଜିଟ୍ କରିଥିଲେ । ଏହାସହ ଲୋନ ନେବାରେ ମଧ୍ୟ ଅସାଧୁ ଉପାୟ ଅବଲମ୍ବନ କରିଥିଲେ ।

ସେହିପରି ରାଜୁଙ୍କ ସମେତ ତାଙ୍କର ଆଉ କିଛି ସହଯୋଗୀ କମ୍ପାନୀ ଥର୍ମାଲ ପ୍ଲାଣ୍ଟ ବସାଇବାକୁ ନେଇଥିବା ଟଙ୍କା ଅ୍ୟ ଦିଗରେ ବିନିଯୋଗ କରିଥିଲେ । ଯାହା ଫଳରେ ଅନେକ ସଂସ୍ଥା ଓ ବ୍ୟକ୍ତି ପରେ ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ । ଚାର୍ଜସିଟରେ ମଧୁସୁଦନ ରେଡ୍ଡି, ବାରଥ ପାଓ୍ୱାର ଇନଫ୍ରା ଲିମିଟେଡ, ଅର୍କୟ ଏନର୍ଜି, ଶିବା ସି ବେସ୍,  ଇଣ୍ଡ-ବାରଥ ପାଓ୍ୱାର, ଇଣ୍ଡ-ବାରାଥ ଏନର୍ଜି ଉତ୍କଳର ନାଣ ମଧ୍ୟ ରହିଛି । ଏତତ୍ ବ୍ୟତୀତ କମ୍ପାନୀର କଣ୍ଟ୍ରାକ୍ଟର, ସୋକିଓ ପାଓ୍ୱାର ପ୍ରାଇଭେଟ୍ ଲିମିଟେଡ, ଓ୍ୱାଇ ନାଗାର୍ଜୁନ ରାଓ, ଚାଟାର୍ଡ ଆକାଉଣ୍ଟାଣ୍ଟ ଓ ପ୍ରବୀଣ କୁମାର ଜାବାଦଙ୍କ ନାଁ ମଧ୍ୟ ଚାର୍ଜସିଟରେ ଉଲ୍ଲେଖ ରହିଛି ।

Spread the love