ଯାହାଙ୍କୁ ସବୁଠୁ ବେଶୀ ଭଲ ପାଆନ୍ତି, ତାଙ୍କ ସହ କାମ କରିବାକୁ ଚାହାଁନ୍ତି ନାହିଁ ରମ୍ୟା

ମୁମ୍ବାଇ: ସୁପରହିଟ ଫିଲ୍ମ ‘ବାହୁବଳୀ’ ଓ ‘ବାହୁବଳୀ-୨’ରେ ଶିବଗାମୀ ଦେବୀଙ୍କ ଭୂମିକାରେ ଅଭିନୟ କରିଥିବା ରମ୍ୟାଙ୍କୁ ତ ଆପଣ ଜାଣିଥିବେ | ଚେନ୍ନାଇରେ ୧୫ ସେପ୍ଟେମ୍ବର ୧୯୭୦ରେ ଜନ୍ମ ହୋଇଥିବା ରମ୍ୟା କୃଷ୍ଣନଙ୍କୁ ଆଜି କୌଣସି ପରିଚୟର ଆବଶ୍ୟକତା ନାହିଁ | ତେବେ ଆଜି ଆମେ ଆପଣଙ୍କୁ ତାଙ୍କ ଜୀବନ ସହ ଜଡିତ ଏକ ଖାସ କଥା କହିବାକୁ ଯାଉଛୁ, ଯାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ | ବାସ୍ତବରେ ସାଉଥ ସିନେମାର ଶ୍ରେଷ୍ଠ ଅଭିନେତ୍ରୀମାନଙ୍କ ତାଲିକାରେ ରମ୍ୟା କୃଷ୍ଣନଙ୍କ ନାମ ଆସିଥାଏ | ଆଉ ସେଥିପାଇଁ ପ୍ରାୟ ସମସ୍ତ ନିର୍ଦ୍ଦେଶକ ତାଙ୍କୁ ନିଜ ଫିଲ୍ମରେ ନେବାକୁ ଚାହିଁଥାନ୍ତି | କିନ୍ତୁ ଦୁନିଆରେ ଏମିତି ଜଣେ ବ୍ୟକ୍ତି ଅଛନ୍ତି, ଯାହାଙ୍କ ସହ ରମ୍ୟା କୃଷ୍ଣନ କେବେବି କାମ କରିବେ ନାହିଁ ବୋଲି ଶପଥ ନେଇଛନ୍ତି | ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ରମ୍ୟା କୃଷ୍ଣନ ଏହି ବ୍ୟକ୍ତିଙ୍କୁ ସବୁଠାରୁ ବେଶୀ ଭଲ ପାଆନ୍ତି ସତ, କିନ୍ତୁ ତାଙ୍କ ସହିତ କାମ କରିବାକୁ କେବେ ଚାହାଁନ୍ତି ନାହିଁ |

ବାସ୍ତବରେ, ଏହି ବ୍ୟକ୍ତି ଜଣକ ହେଉଛନ୍ତି ତାଙ୍କ ସ୍ୱାମୀ ତଥା ତେଲୁଗୁ ସିନେମାର ପ୍ରସିଦ୍ଧ ନିର୍ଦ୍ଦେଶକ କୃଷ୍ଣ ଭାମସି | ଉଭୟ ଚଳଚ୍ଚିତ୍ରରେ ଏକାଠି କାମ କରିବାବେଳେ ନିକଟତର ହୋଇଥିଲେ | ଏହା ପରେ ଦୁହେଁ ପରସ୍ପରକୁ ଅନେକ ବର୍ଷ ଧରି ଡେଟ କରିଥିଲେ ଏବଂ ୨୦୦୩ ମସିହାରେ ବିବାହ କରିଥିଲେ | ବିବାହର କିଛି ବର୍ଷ ପରେ, ଏପରି ଏକ ସମୟ ଆସିଗଲା ଯେତେବେଳେ କୃଷ୍ଣ ଭାମସି ଏବଂ ରମ୍ୟା କୃଷ୍ଣନ ଆଉ ଏକାଠି କାମ ନକରିବାକୁ ସ୍ଥିର କରିଥିଲେ | ରମ୍ୟା କୃଷ୍ଣନଙ୍କ ଅନୁଯାୟୀ, ବିବାହର କିଛି ସମୟ ପରେ ସେ କୃଷ୍ଣ ଭାମସିଙ୍କ ଫିଲ୍ମ ଶ୍ରୀ ଅଞ୍ଜାନୟମରେ କାମ କରୁଥିଲେ | ଯେତେବେଳେ ବି କୃଷ୍ଣ ଭାମସି ରମ୍ୟାଙ୍କୁ ସଂଳାପ ବୁଝାଉଥିଲେ, ସେତେବେଳେ ସେ ହସିଦେଉଥିଲେ | ଏହା ପରେ କୃଷ୍ଣ ଭାମସି ରାଗିଯାଇଥିଲେ ଓ ଉଭୟ ଶପଥ ନେଇଥିଲେ ଯେ ରମ୍ୟା ନା ତାଙ୍କ ନିର୍ଦ୍ଦେଶନାରେ କେବେ ଅଭିନୟ କରିବେ ନା ସିଏ କେବେ ରମ୍ୟାଙ୍କୁ ନିର୍ଦ୍ଦେଶନା ଦେବେ | ଏହାପରଠାରୁ ରମ୍ୟା କେବେ ବି ଭାମସିଙ୍କ ନିର୍ଦ୍ଦେଶନାରେ ହେଉଥିବା ଚଳଚ୍ଚିତ୍ରରେ ଅଭିନୟ କରିନାହାନ୍ତି |

Spread the love