ବିବାହ ପରେ ସାମ୍ନାକୁ ଆସିଲା ରଣବୀର-ଆଲିଆଙ୍କ ୧୮ ବର୍ଷର ପୁରୁଣା ଫଟୋ

ନୂଆଦିଲ୍ଲୀ ୨୪୦୪ : ବି-ଟାଉନ୍‌ର ମୋଷ୍ଟ ଆଡରଭଲ୍‌ କପଲ ରଣବୀର କପୁର ଏବଂ ଆଲିଆ ଭଟ୍ଟ ବିବାହ ବନ୍ଧନରେ ବାନ୍ଧି ହୋଇ ସାରିଛନ୍ତି। ଏହି ଦମ୍ପତିଙ୍କ ବିବାହର ଫଟୋ ସୋସିଆଲ ମିଡିଆ ଖୁବ୍‌ ଭାଇରାଲ୍‌ ହୋଇଛି। ହେଲେ ବର୍ତ୍ତମାନ ଏହି ସମୟରେ ବିବାହର ସୁନ୍ଦର ଫଟୋ ମଧ୍ୟରେ ରଣବୀର-ଆଲିଆଙ୍କ ୧୮ବର୍ଷ ପୁରୁଣା ଫଟୋ ସାମ୍ନାକୁ ଆସିଛି । ଯେଉଁଥିରେ ଉଭୟ ଏକାଠି ବସିଥିବାର ଦେଖିବାକୁ ମିଳିଛି। ଯାହାକି ସବୁଆଡେ ଚର୍ଚ୍ଚାର ବିଷୟ ପାଲଟିଛି ।

ମିଡିଆ ରିପୋର୍ଟ ଅନୁଯାୟୀ କୁହାଯାଉଛି କି, ଏହି ଫଟୋ ୨୦୦୪ ମସିହାର ଯେତେବେଳେ ରଣବୀର କପୁର ସଞ୍ଜୟ ଲୀଲା ଭନସାଲୀ ଫିଲ୍ମ ‘ବ୍ଲାକ୍‌’ ପାଇଁ ୧୧ ବର୍ଷର ଆଲିଆ ଭଟ୍ଟ  ରଣବୀରଙ୍କ ସହ ଫଟୋସୁଟ୍‌ କରିଥିଲେ । ରଣବୀର ଏବଂ ଆଲିଆ ସେମାନଙ୍କ ସାକ୍ଷାତକାରରେ ଏହି ଶୁଟ୍ ବିଷୟରେ ଅନେକ ଥର କଥା ହୋଇଛନ୍ତି କିନ୍ତୁ ଏହା ପ୍ରଥମ ଥର ପାଇଁ ସେମାନଙ୍କର ଏହି ଫଟୋକୁ ଦେଖାଯାଉଛି ।

ଫଟୋରେ ରଣବୀର ତାଙ୍କ ପାଖରେ ବସିଛନ୍ତି ଏବଂ ଆଲିଆ ତାଙ୍କ କାନ୍ଧରେ ମୁଣ୍ଡ ରଖିଥିବାର ଦେଖିବାକୁ ମିଳିଛି । କହିବାକୁ ଗଲେ ସେହି ଫିଲ୍ମ ପ୍ରସ୍ତୁତ ହୋଇପାରି ନଥିଲା । ହେଲେ ବର୍ତ୍ତମାନ ଏବେ ଏହା ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି । କୁହାଯାଉଛି କି ଏହି ଫଟୋ ଆଲିଆଙ୍କ ଘରେ ମଧ୍ୟ ରହିଛି ।

Spread the love