ଟିମ୍‌ ଇଣ୍ଡିଆ’ ଜର୍ସି ପିନ୍ଧି ଷ୍ଟାଡିୟମ୍‌ରେ ପହଞ୍ଚିଲେ ରଣବୀର କପୁର; ଫିଲ୍ମ ‘ଆନିଲମ୍‌’ର କଲେ ପ୍ରମୋସନ

ମୁମ୍ବାଇ: ଆଜି ମୁମ୍ବାଇର ‘ୱାଙ୍ଖେଡ଼େ ଷ୍ଟାଡିୟମ୍‌’ରେ ‘ଆଇସିସି’ କ୍ରିକେଟ୍‌ ବିଶ୍ବକପ୍‌ ୨୦୨୩ ଆନ୍ତର୍ଜାତିକ ଦିନିକିଆର ପ୍ରଥମ ସେମି-ଫାଇନାଲ୍‌ ମ୍ୟାଚ୍‌ରେ ‘ଟସ୍‌’ ଜିଣିବା ପରେ ଭାରତୀୟ ଟିମ୍‌ର ଅଧିନାୟକ ରୋହିତ ଶର୍ମା ପ୍ରଥମେ ନ୍ୟୁଜିଲାଣ୍ଡ୍‌ ବିପକ୍ଷରେ ବ୍ୟାଟିଙ୍ଗ୍ କରୁଛନ୍ତି। ଆଜି ସାରା ଦେଶରେ କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ଏକ ବଡ଼ ଦିନ।  ମୁମ୍ବାଇର ୱାନକେଡେ ଷ୍ଟାଡିୟମରେ ଟିମ୍ ଇଣ୍ଡିଆ ନ୍ୟୁଜିଲ୍ୟାଣ୍ଡକୁ ଭେଟିଛି ଭାରତ। ଏହି ସେମିଫାଇନାଲ ମ୍ୟାଚ୍ ଦେଖିବାକୁ ବଲିଉଡ ଅଭିନେତା ରଣବୀର କପୁର ମଧ୍ୟ ଆସିଛନ୍ତି। ସେ ଟିମ୍‌ ଇଣ୍ଡିଆ ଜର୍ସି ପିନ୍ଧି ପହଞ୍ଚିଥିବା ବେଳେ ତାଙ୍କ ଚଳଚ୍ଚିତ୍ର ‘ଆନିମଲ’ର ବି ପ୍ରମୋସନ୍‌ କରି ଦେଇଛନ୍ତି।

ରଣବୀର କପୁର ସେଠାରେ ପହଞ୍ଚି ହରଭଜନ ସିଂ ଏବଂ ଇରଫାନ ପଠାନଙ୍କ ସହ କଥା ହୋଇଥିଲେ। ରଣବୀର କପୁର ତାଙ୍କୁ ପ୍ରଶ୍ନ ପଚାରିଥିଲେ, ‘‘ତୁମେ ଏହି ଚାପକୁ କିପରି ସମ୍ଭାଳିବ? କିପରି ଖେଳିବ’’ ସେ ଆହୁରି ବି କହିଥିଲେ ଯେ, ‘‘ଆଜି ନ୍ୟୁଜିଲ୍ୟାଣ୍ଡ ପାଇଁ ମୋତେ ବହୁତ ଖରାପ ଲାଗୁଛି, ସେମାନେ ଏହା କିପରି କରିବେ?’‘ ଏହି ବାର୍ତ୍ତାଳାପ ସମୟରେ ସେ ତାଙ୍କ ଚଳଚ୍ଚିତ୍ର ‘ଆନିମଲ୍‌’ର ନାମ ନିଜ ଜର୍ସିରେ ଲେଖିଥିବା ଦେଖିବାକୁ ମିଳିଥିଲା।
୨୦୧୧ ମସିହାରେ ବିଶ୍ୱକପ ଫାଇନାଲ ଦେଖିବାକୁ ମଧ୍ୟ ରଣବୀର କପୁର ଆସିଥିଲେ। ସେ ଟିମ୍ ଇଣ୍ଡିଆର ଜର୍ସି ପିନ୍ଧି ଷ୍ଟାଡିୟମରେ ଦର୍ଶକଙ୍କ ମଧ୍ୟରେ ବସିଥିବାର ନଜର ଆସିଥିଲେ। ତା’ପରେ ଟିମ୍ ଇଣ୍ଡିଆ ଶ୍ରୀଲଙ୍କାକୁ ପରାସ୍ତ କରିଥିଲା।
ରଣବୀରଙ୍କ ‘ଆନିମଲ୍‌’ ଡିସେମ୍ବର ୨୦୨୩ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ରଣବୀର କପୁରଙ୍କ ବ୍ୟତୀତ ଏଥିରେ ରଶ୍ମିକା ମନ୍ଦନା, ଅନୀଲ କପୁର ଏବଂ ବବି ଦେଓଲ ମଧ୍ୟ ଅଭିନୟ କରିଛନ୍ତି।

Spread the love