ରେଙ୍ଗାଲୀରେ କଂସ ଦରବାର ମୀନାବଜାର ଓ କୋଣାର୍କ ଅପେରା ରେ ପ୍ରବଳ ଭିଡ

ସଇଁନ୍ତଲା, ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଅନ୍ତର୍ଗତ କୁଇକେଡା ପଞ୍ଚାୟତ ସ୍ଥାନୀୟ ହାଇସ୍କୁଲ ପଡ଼ିଆ ଠାରେ କଂସ ଦରବାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ପ୍ରଥମ ଦିନରେ ଜିଲ୍ଲା ପରିଷଦ ସଭ୍ୟ ହିମାଞ୍ଚଳ ବୁଡେକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। କୁଇକେଡ଼ା ସରପଞ୍ଚ ଜୁଗଲାଲ ମାଝୀ ଓ ବିଜେଡି ଯୁବ ନେତା ରାଜକିଶୋର ଡାଙ୍ଗ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିବା ବେଳେ ଦ୍ୱିତୀୟ ଦିନରେ ସାମ୍ବାଦିକ ତରୁଣ ବେହେରା, ରାଖେଲ ସତପଥି, ଆଲୋକ ସାହୁ, ନାରାୟଣ ସାହୁ, ବିଶାଳ ଅଗ୍ରୱାଲ, ଅଜିତ କୁମାର ସାହୁ, ରଞ୍ଜନ ବାଗ ଓ ସମାଜ ସେବୀ ମୋନୋଜ ଶର୍ମା ଓ ସମୁଏଲ ନନ୍ଦ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।

ମହାରାଜ କଂସ ସୁସଜ୍ଜିତ ମଞ୍ଚ ଉପରକୁ ପହଞ୍ଚିବା ପରେ ବିରାଧି ବୀରବର ପ୍ରବଳ ପ୍ରତାପୀ ତ୍ରିପୁର ବିଜୟୀ କଂସ ମହାରାଜଙ୍କ ଧ୍ବନିରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହୋଇଥିଲା। ପରେ ଦେବକୀ ଓ ବସୁଦେବ ଙ୍କ ବିବାହ ଦୃଶ୍ୟ ହୃଦସ୍ପର୍ଶୀ ହୋଇଥିଲା। କଂସ ର ଦରବାର ଦେଖିବା ପାଇଁ ହଜାର ହଜାର ଲୋକେ ପାଖ ଆଖ ଅଞ୍ଚଳ ରୁ ଆସୁଛନ୍ତି ରଙ୍ଗମଞ୍ଚ ରେ ବିଭିନ୍ନ ସ୍ଥାନରୁ ଆସୁଥିବା କଳାକାର ଙ୍କ ଦ୍ବାରା ରେକର୍ଡ଼ ଡେନ୍ସ ପରିବେଶିତ ହେଉଛି। ଅନ୍ୟପକ୍ଷେ ମିନାବଜାର ଓ କୋଣାର୍କ ଅପେରା ଦର୍ଶକ ଙ୍କ ମୁଖ୍ୟ ଆକର୍ଷଣ ହୋଇଛି। ଦରବାର ସ୍ଥଲରେ ନାନା ରକମର ଦୋଳି, ମ୍ୟାଜିକ ସୋ, ଠୁଁଙ୍କା ପୁରୀ, ସ୍ଵାଦିଷ୍ଟ ମିଠା ଏବଂ ବିଭିନ୍ନ ଫାଷ୍ଟ ଫୁଡ ଖାଇବାକୁ ଗ୍ରାହକଙ୍କ ଭିଡ ଲାଗିରହିଛି।ଜୟ ଲକ୍ଷ୍ମୀ କ୍ଲବ ରେଙ୍ଗାଲୀ ପଟେଲ ପଡ଼ା ର ସଭ୍ୟ ଶ୍ରୀକୃଷ୍ଣ ପଟେଲ, କୌତୁକ ପଟେଲ,ମହେନ୍ଦ୍ର ପଟେଲ, ଭାଗବତିଆ ପଟେଲ, ପ୍ରମୋଦ ପଟେଲ, ଜଗତଲାଲ ପଟେଲ, ମହେନ୍ଦ୍ର ପଟେଲ ପ୍ରମୁଖ ଓ ଜୟ ଲକ୍ଷ୍ମୀ କ୍ଲବ ର ସଦସ୍ୟା କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରୁଛନ୍ତି।

Spread the love