ରାଜ୍ୟରେ ପ୍ରଥମ ଥର ପାଇଁ ବାହାରିଲା ପଲିଟେକନିକ କଲେଜର ରାଙ୍କିଂ ତାଲିକା

ଭୁବନେଶ୍ୱର  :ଆଜି ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇ ରାଜ୍ୟରେ ପ୍ରଥମ ଥର ପାଇଁ ପଲିଟେକନିକ କଲେଜ ରାଙ୍କିଂ  ଉନ୍ମୋଚନ କରିଛନ୍ତି। ଏଥିରେ ୧୧୦ ଟି ପଲିଟେକ୍ନିକାଲ କଲେଜ ଭାଗ ନେଇଥିଲେ । ୧୦୨ଟି ସରକାରୀ ଓ ବେସରକାରୀ ପଲିଟେକନିକ କଲେଜକୁ ରାଙ୍କ୍ ମିଳିଛି।ଖବର ଅନୁଯାୟୀ, ୩୦ଟି ଜିଲ୍ଲାରେ ଥିବା ପଲିଟେକନିକ ଇନଷ୍ଟିଚ୍ୟୁଟ ଏଥିରେ ଅଂଶଗ୍ରହଣ କରିଥିଲେ। ରାଜ୍ୟରେ ୩୪ଟି ସରକାରୀ ପଲିଟେକ୍ନିକ ସହ ୬୮ଟି ବେସରକାରୀ ପଲିଟେକନିକ ରହିଛି । ପ୍ରଥମ ୧୦ଟି ସ୍ଥାନରେ ୫ଟି ସରକାରୀ  ଓ ୫ଟି ବେସରକାରୀ କଲେଜ ରହିଛି । ମୋଟ ୭ଟି ପାରାମିଟରକୁ ଆଧାର କରି ରାଙ୍କିଂ ହୋଇଛି। ରାଙ୍କିଂ ଦ୍ୱାରା କଲେଜ ଗୁଡିକ ମଧ୍ୟରେ ପାଠ ପଢାଠାରୁ ଆରମ୍ଭ କରି ପ୍ଲେସମେଣ୍ଟ ସହ ସମସ୍ତ କ୍ଷେତ୍ରରେ ପ୍ରତିଯୋଗିତା ବଢିବ ଓ ପିଲାମାନେ ଲାଭାନ୍ୱିତ ହେବେ ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି।

Spread the love