ମହିଳା ଅଭିଯୁକ୍ତଙ୍କୁ ଦୁଷ୍କର୍ମ କଲେ ପୁଲିସ ବାବୁ

ଟ୍ରେନରେ ମହିଳା ଅଭିଯୁକ୍ତଙ୍କୁ ଅଣୁଥିବା ସମୟରେ ଜଣେ ପୁଲିସ ବାବୁ ତାଙ୍କ ଇଜ୍ଜତ ସହ ଖେଳିଥିବା ଅଭିଯୋଗ ଆସିଛି ।

ଦୁଷ୍କର୍ମ ଅନ୍ୟ କେହି ନୁହେଁ ବରଂ ଲୋକଙ୍କୁ ରକ୍ଷା କରିବା ପାଇଁ ଶପଥ ନେଇଥିବା ଜଣେ ପୁଲିସ ଅଫିସର କରିଛନ୍ତି । ଜଣେ ମହିଳା ଅଭିଯୁକ୍ତଙ୍କୁ ଜେଲ୍‌କୁ ନେବା ବେଳେ ତାଙ୍କ ସହିତ ଦୁଷ୍କର୍ମ କରିଛନ୍ତି । ଏଭଳି ଅଭିଯୋଗ ଆସିଛି ତିହାର ଜେଲ୍‌ ପୁଲିସ କର୍ମଚାରୀ ଙ୍କ ନାଁରେ ।

ଜୈନକା ମହିଳାଙ୍କ ଅଭିଯୋଗ ମୁତାବକ, ତାଙ୍କୁ ପଶ୍ଚିମ ବଙ୍ଗରୁ ଟ୍ରେନ୍‌ରେ ତିହାର ଜେଲ୍‌କୁ ଅଣାଯାଉଥିଲା । ଏହି ସମୟରେ ଡ୍ୟୁଟିରେ ଥିବା ତିହାର ଜେଲ୍‌ର ପୋଲିସ କର୍ମଚାରୀ ଜଣକ ମହିଳାଙ୍କୁ ଦୁଷ୍କର୍ମ କରିଥିଲେ ।

ଏ ନେଇ ମହିଳା ଜଣକ ଜାତୀୟ ମହିଳା କମିଶନଙ୍କ ନିକଟରେ ଅଭିଯୋଗ କରିଛନ୍ତି । କମିଶନ ଏହାକୁ ଗୁରୁତର ସହ ନେବା ସହିତ ତଦନ୍ତ କରିବାକୁ ଦିଲ୍ଲୀ ପୋଲିସ କମିଶନରଙ୍କୁ କହିଛନ୍ତ । ତଦନ୍ତ କରି ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତୁରନ୍ତ ତଦନ୍ତ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି ।

Spread the love