ସମ୍ପର୍କୀୟ ଭାଇ କଲା ଭଉଣୀ ସହ ଦୁଷ୍କର୍ମ !

ଅନୁଗୁଳ, (ବିକାଶ ଚନ୍ଦ୍ର ସାହୁ): ଅନୁଗୁଳ ଜିଲ୍ଲା  ବନ୍ତଳା ଥାନା ନିକଟସ୍ଥ ଏକ ଗ୍ରାମରେ  ଗତ 18 ରିଖ ଦିନ ଜଣେ 16 ବର୍ଷର ନାବାଳକ 3ବର୍ଷ 6 ମାସର ଶିଶୁ କନ୍ୟା କୁ ଦୁଷ୍କର୍ମ କରିଥିବା  ଅଭିଯୋଗ ହୋଇଛିି l  
 
ଅଭିଯୋଗ ଅନୁଯାୟୀ, ଶିଶୁକନ୍ୟା ଜଣକ ମା’ ଓ ବଡ ମା’ଙ୍କ ସହ ଶୁକ୍ରବାର ଅପରାହ୍ନରେ ବଗିଚାକୁ ଯାଇଥିଲେ ।  ଅପରାହ୍ନ 5ଟାରେ ସେଠାରୁ ଏକା ଘରକୁ ପଳାଇଥିଲେ ।  ହେଲେ ରାତି ପ୍ରାୟ 10ଟାରେ ଶରୀରରେ ଯନ୍ତ୍ରଣା ହେଉଥିବା ଶିଶୁ କନ୍ୟା ଜଣକ  ମା’ଙ୍କୁ କହିଥିଲେ ।  ସମ୍ପର୍କୀୟ ଭାଇ ତାକୁ ଡାକି ନେଇଥିବା କହିବା ପରେ ପରିବାର ଲୋକେ.   ଦୁଷ୍କର୍ମ   କରାଯାଇଥିବା ଜାଣିବାକୁ ପାଇଥିଲେ । ଶନିବାର ସକାଳେ ଝିଅକୁ ଧରି ପରିବାର ଲୋକେ ସ୍ଥାନୀୟ ଏକ ବେସରକାରୀ ହସ୍ପିଟାଲକୁ ନେଇଥିଲେ ହେଁ କର୍ତ୍ତୃପକ୍ଷ ସରକାରୀ ଡାକ୍ତରଖାନା ନେବା ଏବଂ ଥାନାରେ ଅଭିଯୋଗ କରିବାକୁ ପରାମର୍ଶ ଦେଇଥିଲେ ।  ହେଲେ ଅଭିଯୁକ୍ତଙ୍କ ପରିବାର ଲୋକେ ବିଭିନ୍ନ ପ୍ରଲୋଭନ ଦେଖାଇ ତାହା କରିବାକୁ ଦେଇ ନ ଥିଲେ । ତେବେ ଶିଶୁକନ୍ୟାର ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ସନ୍ଧ୍ୟା ପ୍ରାୟ 7ଟାରେ ତାଙ୍କୁ ଜିଲ୍ଲା  ମୁଖ୍ୟ ଚିକିତ୍ସାଳୟ, ଅନୁଗୋଳ  ନିଆଯାଇଥିଲା ।
କିନ୍ତୁ ସେଠାରେ ଚିକିତ୍ସା ନ କରି ଡାକ୍ତର ଥାନାକୁ ପଠାଇ ଦେଇଥିଲେ । ପରିବାର ଲୋକେ ରାତିରେ ବନ୍ତଳା ଥାନାରେ ଅଭିଯୋଗ କରିଥିଲେ ।  ଏହାପରେ ଶିଶୁଟିକୁ ବନ୍ତଳା ସ୍ବାସ୍ଥ୍ୟକେନ୍ଦ୍ର ଓ ସେଠାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଅନୁଗୋଳ କୁ ସ୍ଥାନାନ୍ତର କରାଯାଇଛି । ବନ୍ତଳା ଥାନା ଅଧିକାରୀ ସବ୍ୟସାଚୀ ରାଉତଙ୍କୁ ଯୋଗାଯୋଗ କରିବାରୁ କହିଛନ୍ତି ଅଭିଯୋଗ ଅନୁଯାୟୀ ତଦନ୍ତ କରାଯାଉଛି |
Spread the love