ମା’ ଦୁର୍ଗାଙ୍କ ବିରଳ ଭସାଣୀ ଉତ୍ସବ

କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗରରେ ମା’ ଦୁର୍ଗାଙ୍କ ବିରଳ ଭସାଣ ଉତ୍ସବ ଅନୁଷ୍ଠିତ ହୋଇଛି । ଭସାଣ ପାଇଁ ଡଙ୍ଗାରେ ଗଲେ ମା’ । ରାଜନଗର ମା’ ଦୁର୍ଗାଙ୍କ ଭସାଣ ଉତ୍ସବ ହଂସୁଆ ନଦୀରେ ଅନୁଷ୍ଠିତ ହୋଇଥାଏ । ଦେବୀ ଘରେ ମା’ ଦୁର୍ଗାଙ୍କୁ ଗୋପାଳମାନେ କାନ୍ଧରେ ବୋହି ନେଇ ହଂସୁଆ ନଦୀ କୂଳକୁ ଯାଇଥାନ୍ତି । ପାରମ୍ପରିକ ବାଦ୍ୟ ଓ ସଂକୀର୍ତନ ମାଧ୍ୟମରେ ମା’ଙ୍କୁ ହଂସୁଆ ନଦୀ ପର୍ଯ୍ୟନ୍ତ ନିଆଯାଇଥାଏ । ସେଠାରେ ସୁସଜ୍ଜିତ ନୌକାରେ ମା’ଙ୍କୁ ବସାଇ ହଂସୁଆ ନଦୀରେ ସାତଥର ମା’ ଚାପ ଖେଳିବା ପରେ ପରେ ବିସର୍ଜନ କରାଯାଇଥାଏ । ନଦୀ ଭିତରେ ସଂକୀର୍ତନ ଓ ପାରମ୍ପରିକ ବାଦ୍ୟ ସହିତ ମା’ଙ୍କ ଭସାଣ ଉତ୍ସବ ବିରଳ ହୋଇଥିବାରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥାଏ ।

Spread the love