ରିୟାଲିଟି ସୋ’ରେ ରସଗୋଲା; ଚର୍ଚ୍ଚାରେ ଓଡ଼ିଆ ଝିଅ

ଜୟ ଜଗନ୍ନାଥ ରସଗୋଲା ଆମର…। ଏବେ ଏହି ଭିଡିଓ ସବୁ ସୋସିଆଲ ମିଡିଆ ସାଇଡରେ ଘନ ଘନ ସେୟାର ହେବାରେ ଲାଗିଛି। ବୁଢ଼ା ଠାରୁ ଟୋକା ସମସ୍ତଙ୍କ ହ୍ୱାଟସ୍ଆପ ଷ୍ଟାଟସ୍ରେ ଏହି ଭିଡିଓ। ଫେସ୍‌ବୁକ ଖୋଲିଲେ ଜୟ ଜଗନ୍ନାଥ ରସଗୋଲା ଆମରର ଭିଡିଓ। ଆଉ ଏହି ଭିଡିଓକୁ ଗୋଟିଏ ଥର ନୁହେଁ ବାରମ୍ବର ଦେଖିବାକୁ ପସନ୍ଦ କରୁଛନ୍ତି ସମସ୍ତେ। ରସଗୋଲାକୁ ନେଇ ଚାଲିଛି ହକ୍ ସାବ୍ୟସ୍ତ। ରସଗୋଲା ହେଉଛି ଓଡ଼ିଶାର। ଆକୁ ଆମଠାରୁ ଆଉ କେହି ନେଇ ପାରିବେ ନାହିଁ। କଲିକତାର ରସୋଗୁଲା ହୋଇଥାଇପାରେ ହେଲେ ରସଗୋଲା ହେଉଛି ଓଡ଼ିଶାର।

ଏଭଳି ଏକ ମଜାଦାର ଭିଡ଼ିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଚର୍ଚ୍ଚିତ ରିଆଲିଟି ସୋ ସାରେଗାମାପାରେ ପ୍ରତିଯୋଗୀ ହୋଇଯାଇଥିବା ଓଡ଼ିଆ ଝିଅଙ୍କର ଏଭଳି ଜବାବ ଏବେ ସବୁ ଓଡ଼ିଆ ଜନସାଧାରଣଙ୍କ ମନରେ ଖୁସି ଭରି ଦେଇଛି। ଯୁବତୀ ଜଣଙ୍କ ହେଉଛନ୍ତି କଟକର ସ୍ଥିତି ପଦ୍ମା ଦାଶ। ସାରେଗାମାପା ସୋ’ ରେ ଜଜ୍ ହିମେଶ ରେଶମିୟାଙ୍କ ପ୍ରଶ୍ନ ଥିଲା ଓଡ଼ିଶାରୁ ଆସିଛ ଯଦି ତେବେ କୁହ ରସଗୋଲା କାହାର । ଏତିକି ଶୁଣିବା ପରେ କଟକ ଝିଅ ସ୍ଥିତି ପଦ୍ମା କହିଥିଲେ ‘ଯାହା ବି ହେଇଯାଉ ଜୟ ଜଗନ୍ନାଥ ରସଗୋଲା ଆମର’। ରସୋଗୁଲା କଲିକତାର ହୋଇଥାଇପାରେ ହେଲା ଜୟ ଜଗନ୍ନାଥ ରସଗୋଲା ଆମର। ମହାପ୍ରଭୁ ଜଗନ୍ନାଥ ରସଗୋଲା ଖାଇବାକୁ ଭଲ ପାଆନ୍ତି। ଜଗନ୍ନାଥ ଆମର, ତେଣୁ ରସଗୋଲା ବି ଆମର। ବାସ୍ ଏହି କିଛି କ୍ଷଣର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଜୋରରେ ଭାଇରାଲ ହେଉଛି।

Spread the love