ବିଦେଶରେ ବସୁଧୈବ କୁଟୁମ୍ବକମ ବାର୍ତ୍ତା ବାଣ୍ଟିବା ସହ ବିଶ୍ୱ ଶାନ୍ତି ଓ ବିଶ୍ୱ ଭାତୃତ୍ୱର ପ୍ରଚାର ଏକମାତ୍ର ଲକ୍ଷ: ରାସେଶ୍ୱରୀ ଦେବୀ ଜୀ

ଓଡ଼ିଶା ଫେରିଲେ ପ୍ରବଚକ ରାସେଶ୍ୱରୀ ଦେବୀ ଜୀ । ବିଦେଶରେ ବସୁଧୈବ କୁଟୁମ୍ବକମ ବାର୍ତ୍ତା ବାଣ୍ଟିବା ସହ ବିଶ୍ୱ ଶାନ୍ତି ଓ ବିଶ୍ୱ ଭାତୃତ୍ୱର ପ୍ରଚାର ଏକମାତ୍ର ଲକ୍ଷ ବୋଲି କହିଛନ୍ତି । ବିଦେଶ ଯାତ୍ରା କରି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ରାସେଶ୍ୱରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ରାସେଶ୍ୱରୀ ଜୀଙ୍କ ଅନୁଗାମୀ ତଥା ଶ୍ରଦ୍ଧାଳୁ । ଜର୍ମାନୀ ଓ ଇଂଲଣ୍ଡନରେ ଦୀର୍ଘ ଦୁଇ ମାସ ରହି ସନାତନ ଧର୍ମର ପ୍ରଚାର ପ୍ରସାର କରିଥିଲେ ରାସେଶ୍ୱରୀ । ସେଠାରେ ରହୁଥିବା ହିନ୍ଦୁ ଧର୍ମାବଲମ୍ବୀଙ୍କୁ ସନାତନ ଧର୍ମର ମାହାତ୍ମ୍ୟ ବୁଝାଇବା ସହ ଲଣ୍ଡନରେ ଥିବା ଜଗନ୍ନାଥ ମନ୍ଦିରର ଉଦ୍‌ଘାଟନ କରିଥିଲେ । ବିମାନ ବନ୍ଦରରୁ ନିଜ ଆଶ୍ରମ ଟାଙ୍ଗୀ ସ୍ଥିତି ବ୍ରଜ ଗୋପିକା ସେବା ମିଶନ ଅଭିମୁଖେ ଯାଇଥିଲେ ।

Spread the love