ରାଶି ଅନୁସାରେ ଦୂର କରନ୍ତୁ ଆର୍ଥିକ ସମସ୍ୟା, କିଛି ଦିନରେ ହେବ ଧନର ବର୍ଷା

ଗରିବ ହୁଅନ୍ତୁ କିମ୍ବା ଧନୀ ସମସ୍ତେ ନିଜ ଆବଶ୍ୟକତାନୁସାରେ ଟଙ୍କା କମାଇବାକୁ ଚେଷ୍ଟା କରନ୍ତି। କିନ୍ତୁ ଅନେକ ଥର ଭାଗ୍ୟ ଏପରି ଖେଳ ଖେଳିଥାଏ ଯେ ଗରିବ ଧନୀ ସମସ୍ତଙ୍କୁ ଆର୍ଥିକ ସମସ୍ୟାକୁ ସାମ୍ନା କରିବାକୁ ପଡିଥାଏ। ଏମିତି ସ୍ଥିତିରେ ବହୁତ ଜରୁରୀ ହୋଇଥାଏ ଯେ ଜ୍ୟେତିଷଙ୍କ ସାହାଯ୍ୟରେ ନିଜ ଭାଗ୍ୟକୁ ଚମକାଇବା। ଆଜି ଏହି ପାଠ୍ୟକ୍ରମରେ ଆମେ ଆପଣଙ୍କୁ କହିବୁ ରାଶି ଅନୁସାରେ କିଛି ଉପାୟ ଏମିତି ଅଛି ଯାହା ଆପଣଙ୍କୁ ଆର୍ଥିକ ସମସ୍ୟାରୁ ଦୂରେଇ ରଖିପାରିବ ଏବଂ ଜୀବନରେ ଧନର ବର୍ଷା ହେବ। ତେବେ ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ।

  1. ମେଷ ରାଶି : ସକାଳୁ ସୂର୍ଯ୍ୟ ଦେବଙ୍କ ଦର୍ଶନ କରନ୍ତୁ ଏବଂ ଲକ୍ଷ୍ମୀ ନାରାୟଣ ଭଗବାନଙ୍କୁ ଗୁଡରେ ପ୍ରସ୍ତୁତ କ୍ଷୀରି ଭୋଗ ଲଗାନ୍ତୁ।
  2. ବୃଷ ରାଶି : ସକାଳୁ ଭଗବାନ ଶିବଙ୍କ ଦର୍ଶନ କରନ୍ତୁ ଏବଂ ଶୁକ୍ରବାର ଦିନ ଶିବଲିଙ୍ଗ ଉପରେ ଚାଉଳ ଅର୍ପଣ କରନ୍ତୁ।
  3. ମିଥୁନ ରାଶି : ସକାଳୁ ଦେବୀ ଲକ୍ଷ୍ମୀ କିମ୍ବା ଦେବୀ ଦୁର୍ଗାଙ୍କୁ ଦର୍ଶନ କରନ୍ତୁ ଏବଂ ଗଣପତିଙ୍କୁ ଲାଲ ଫୁଲ ଅର୍ପଣ କରନ୍ତୁ।
  4. କର୍କଟ ରାଶି : ସକାଳୁ ଭଗବାନ କୃଷ୍ଣଙ୍କ ଦର୍ଶନ କରନ୍ତୁ ଏବଂ ସେମାନଙ୍କୁ ତୁଳସୀ ପତ୍ର, ମିଶ୍ରୀ ଲହୁଣୀ ଭୋଗ ଲଗାନ୍ତୁ।
  5. ସିଂହ ରାଶି : ସକାଳୁ ଭଗବାନ ସୂର୍ଯ୍ୟ ନାରାୟଣ ଦର୍ଶନ କରନ୍ତୁ ଏବଂ ଲାଲ ଗୋଲାପ ହନୁମାନଙ୍କ ଚରଣରେ ସ୍ପର୍ଶ କରି ପର୍ସରେ ରଖନ୍ତୁ।
  6. କନ୍ୟା ରାଶି : ସକାଳୁ ଭଗବାନ ଗଣେଷଙ୍କୁ ଦର୍ଶନ କରନ୍ତୁ ଏବଂ ଦେବୀ ଦୁର୍ଗାଙ୍କୁ ଧଳା ଚାଉଳ ଅର୍ପଣ କରନ୍ତୁ।
  7. ତୁଳା ରାଶି : ଭଗବାନ ଲକ୍ଷ୍ମୀ ନାରାୟଣଙ୍କୁ ପଦ୍ମ ଫୁଲ ଅର୍ପଣ କରନ୍ତୁ ଏବଂ ହନୁମାନଙ୍କୁ ପାଞ୍ଚ ବୁନ୍ଦା ଲଡୁ ଭୋଗ ଲଗାନ୍ତୁ।
  8. ବିଛା ରାଶି : ତୁଳସୀ ଗଛ ବିଷ୍ଣୁଙ୍କ ମନ୍ଦିରରେ ଲଗାନ୍ତୁ ଏବଂ ବେପାର ପାଇଁ ଯାତ୍ରା କରିବା ପୂର୍ବରୁ ରାମ ସ୍ତୁତି ପାଠ କରନ୍ତୁ।
  9. ଧନୁ ରାଶି : ସକାଳୁ ହନୁମାନଙ୍କ ଦର୍ଶନ କରନ୍ତୁ ଏବଂ ଓସ୍ତ ଗଛ ତଳେ ମିଠା ରଖନ୍ତୁ ତଥା କେସରର ତିଳକ ଲଗାନ୍ତୁ।
  10. ମକର ରାଶି : ସକାଳୁ ଦେବୀ ଗାୟତ୍ରୀଙ୍କ ଦର୍ଶନ କରନ୍ତୁ ଏବଂ ମହତ୍ତ୍ୱପୂର୍ଣ୍ଣ କାମ କରିବା ପୂର୍ବରୁ ଧଳା ଫୁଲ ନିଜ ସାଥିରେ ନେଇ ଯାଆନ୍ତୁ।
  11. କୁମ୍ଭ ରାଶି : କଦଳୀ ଗଛ ତଳେ ଶୁଦ୍ଧ ଦେଶୀ ଘିଅର ଦୀପ ଜଳାନ୍ତୁ ଏବଂ ଗୁରୁତ୍ୱପୂର୍ଣ୍ଣ କାମ କରିବା ପୂର୍ବରୁ ହନୁମାନଙ୍କୁ ମିଠା ପାନ ଅର୍ପଣ କରନ୍ତୁ।
  12. ମୀନ ରାଶି : ଭଗବାନ ବିଷ୍ଣୁଙ୍କୁ କେସରରେ ତିଳକ କରନ୍ତୁ ଏବଂ ସେହି ତିଳକୁ ନିଜ ମଥାରେ ଲଗାନ୍ତୁ। ଦେବୀ ଲକ୍ଷ୍ମୀଙ୍କୁ ପିଠା ଭୋଗ ଲଗାନ୍ତୁ।
  • ଏହି ପାଠ୍ୟକ୍ରମରେ ଲିଖୀତ ସୂଚନା ସାମାନ୍ୟ ମାନ୍ୟତା ଉପରେ ଆଧାରିତ।
Spread the love