ଲଢେଇ ହେଉ କି ବିତର୍କ, ସବୁଥିରେ ବିଜୟ ହାସଲ କରି ହିଁ ମାନିଥାନ୍ତି ଏହି ରାଶିର ବ୍ୟକ୍ତି

ଭୁବନେଶ୍ୱର ୧୪/୦୬ : କିଛି ଲୋକ ଯୁକ୍ତିତର୍କରେ ବିଶ୍ୱାସ କରନ୍ତି ନାହିଁ। ଯେତେ ଦୂର ସମ୍ଭବ ଏହି ଲୋକମାନେ ବିତର୍କ ପ୍ରସଙ୍ଗରୁ ଦୂରେଇ ରୁହନ୍ତି। ଅପରପକ୍ଷରେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ବିତର୍କର କୌଣସି ସୁଯୋଗକୁ ହାତଛଡା କରନ୍ତିନି। ଏହିଭଳି ଲୋକେ ଯେକୌଣସି ବିତର୍କରେ ହେଉ ନିଜକୁ ଠିକ ବୋଲି ପ୍ରମାଣିତ କରିବାକୁ ପୁରା ଚେଷ୍ଟା କରିଥାନ୍ତି।

ଆସନ୍ତୁ ଜାଣିବା ସେହି ରାଶିର ବ୍ୟକ୍ତିଙ୍କ ବିଷୟରେ ଯେଉଁମାନେ ସବୁ ଯୁକ୍ତିତର୍କରେ ଜିତିକି ହିଁ ଦମ ମାରନ୍ତି-

ମେଷ – ମେଷ ରାଶିର ବ୍ୟକ୍ତି ସବୁବେଳେ ଆଗରେ ରହିବାକୁ ପସନ୍ଦ କରନ୍ତି। ଏମାନେ ବିଶ୍ୱାସ କରନ୍ତି ଯେ ସେମାନେ ହିଁ ସର୍ବୋତ୍ତମ। ନିଜ ମତ ପ୍ରମାଣ କରିବାକୁ ଏମାନେ ଯୁକ୍ତିଯୁକ୍ତ ଭାବରେ କଥାବାର୍ତ୍ତା କରନ୍ତି।

ମିଥୁନ – ମିଥୁନ ରାଶିର ବ୍ୟକ୍ତି ଖୁବ ଶୀଘ୍ର ଲୋକଙ୍କ ସହ ମିଶି ଯାଆନ୍ତି ଓ ସବୁବେଳେ କିଛି ନୂଆ କାମ ଶିଖିବାରେ ବିଶ୍ୱାସ କରନ୍ତି। ସେଥିପାଇଁ ଏହି ରାଶିର ବ୍ୟକ୍ତି ସବୁ କାମରେ ଆଗରେ ରୁହନ୍ତି। ଏମାନେ ଭାବନ୍ତି ଯେ ସେମାନେ ଅଧିକାଂଶ ଜିନିଷ ବିଷୟରେ ଜାଣିଛନ୍ତି। ନିଜ କଥାକୁ ଠିକ ପ୍ରମାଣ କରିବାକୁ ଏମାନେ ସବୁ କାମ କରନ୍ତି, ତାହା ଲଜିକାଲ ଯୁକ୍ତି ହେଉ କିମ୍ବା ଅନ୍ୟମାନଙ୍କୁ ନିଜ ବିତର୍କରେ ପ୍ରଭାବିତ କରିବା ହେଉ।

ବିଛା – ଏହି ରାଶିର ବ୍ୟକ୍ତି ମଧ୍ୟ ନିଜ ଶତ୍ରୁଙ୍କ ସହ ଲଢ଼ିବା ଓ ଜିତିବା ଭଲ ଭାବେ ଜାଣିଥାନ୍ତି। ଏମାନେ ସବୁ କଥାରେ ରୋକଠୋକ ଜବାବ ଦେଇଥାନ୍ତି। ଏମାନେ ନିଜ କଥା ମନାଇବାକୁ ପୁରା ଚେଷ୍ଟା କରନ୍ତି ଏବଂ ମନାନ୍ତି ମଧ୍ୟ।

କୁମ୍ଭ – ଏହି ରାଶିର ବ୍ୟକ୍ତି ଲୋକଙ୍କ କଥା ବହୁତ ଧ୍ୟାନର ସହ ଶୁଣିଥାନ୍ତି। ଶୁଣିବା ସମୟରେ ଏମାନେ ଯୁକ୍ତିତର୍କର ପ୍ରସଙ୍ଗ ମଧ୍ୟ ଭାବି ସାରିଥାନ୍ତି। ଏମାନେ ପ୍ରଥମେ ସାଧାରଣ ଭାବେ ନିଜ ପକ୍ଷ ରଖନ୍ତି। କିନ୍ତୁ ତାଙ୍କ କଥା ନ ଶୁଣିଲେ ପରେ ଏମାନେ ଯୁକ୍ତିତର୍କ କରନ୍ତି।

Spread the love