କୁମ୍ଭ ଓ ମକର ରାଶିର ବ୍ୟକ୍ତି ଭାଗ୍ୟବାନ କାହିଁକି , କଣ କହେ ଜ୍ୟୋତିଷଶାସ୍ତ୍ର ?

ଜ୍ୟୋତିଷଶାସ୍ତ୍ରରେ ୧୨ଟି ରାଶି ସମ୍ପର୍କରେ ବର୍ଣ୍ଣନା କରାଯାଇଛି। ପ୍ରତ୍ୟେକ ରାଶିର ଗୁରୁ ଗ୍ରହ ଥାଆନ୍ତି। ରାଶି ଉପରେ ଗୁରୁ ଗ୍ରହଙ୍କର ପୁରା ପ୍ରଭାବ ରହିଥାଏ। କୁମ୍ଭ ଓ ମକର ରାଶିର ଗୁରୁ ଗ୍ରହ ହେଲେ ଶନିଦେବ। ସେଥିପାଇଁ କୁମ୍ଭ ଓ ମକର ରାଶି ଉପରେ ଶନିଦେବଙ୍କ ବିଶେଷ କୃପା ରହିଥାଏ। ଶନିଦେବଙ୍କ କୃପାରୁ ଏହି ଦୁଇ ରାଶିର ବ୍ୟକ୍ତିଙ୍କୁ କମ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ। ଧାର୍ମିକ ବିଶ୍ବାସ ଅନୁଯାୟୀ, ଶନିଦେବଙ୍କୁ ନ୍ୟାୟର ଦେବତା ବା ନ୍ୟାୟାଧୀଶ କୁହାଯାଏ।

ଶନିଦେବ କର୍ମ ଅନୁଯାୟୀ ଫଳ ପ୍ରଦାନ କରନ୍ତି। ଶନିଙ୍କ ଅଶୁଭ ପ୍ରଭାବରୁ ପ୍ରତ୍ୟେକ ବ୍ୟକ୍ତି ସୁରକ୍ଷିତ ରହିବାକୁ ଚାହାଁନ୍ତି।  ଯେଉଁଭଳି ଶନିଙ୍କ ଅଶୁଭ ପ୍ରଭାବରେ ବ୍ୟକ୍ତିଙ୍କ ଜୀବନ ପ୍ରଭାବିତ ହୋଇଥାଏ ସେହିଭଳି ଶନିଙ୍କ ଶୁଭ ପ୍ରଭାବରୁ ବ୍ୟକ୍ତିଙ୍କ ଜୀବନ ରାଜାଙ୍କ ସହ ସମାନ ହୋଇଯାଇଥାଏ। ଶନିଦେବଙ୍କ କୃପାରୁ ଦରିଦ୍ର ମଧ୍ୟ ରାଜା ପାଲଟିଯାଏ। ସେ ହିସାବରେ କୁମ୍ଭ ଓ ମକର ରାଶି ବ୍ୟକ୍ତି ବହୁତ ଭାଗ୍ୟବାନ କାରଣ ଏହି ଦୁଇ ରାଶିର ଗୁରୁ ଗ୍ରହ ଶନିଦେବ। ଆସନ୍ତୁ ଜାଣିବା ଏହି ଦୁଇ ରାଶି ବ୍ୟକ୍ତିଙ୍କ ସମ୍ପର୍କରେ…

କୁମ୍ଭ – କୁମ୍ଭ ରାଶିର ସ୍ବାମୀ ଶନିଦେବ। ଏହି ରାଶି ଉପରେ ଶନିଦେବଙ୍କ ବିଶେଷ କୃପା ରହିଥାଏ। କୁମ୍ଭ ରାଶିର ବ୍ୟକ୍ତିଙ୍କ ସ୍ବଭାବ ବହୁତ ସରଳ ହୋଇଥାଏ। ସେଥିପାଇଁ ଏହି ରାଶିର ବ୍ୟକ୍ତିଙ୍କ ଉପରେ ଶନିଦେବଙ୍କ ବିଶେଷ କୃପା ରହିଥାଏ। କୁମ୍ଭ ରାଶିର ବ୍ୟକ୍ତି ସର୍ବଦା ଅନ୍ୟମାନଙ୍କୁ ସାହାଯ୍ୟ କରିବାରେ ନିଜକୁ ନିୟୋଜିତ କରନ୍ତି। ଯେଉଁମାନେ ଅନ୍ୟମାନଙ୍କୁ ସାହାଯ୍ୟ କରନ୍ତି ଶନିଦେବ ସେମାନଙ୍କ ଉପରେ ବହୁତ ପ୍ରସନ୍ନ ରୁହନ୍ତି।

ମକର – ମକର ରାଶିର ସ୍ବାମୀ ଶନିଦେବ। ମକର ରାଶି ବ୍ୟକ୍ତିଙ୍କ ଉପରେ ମଧ୍ୟ ଶନିଦେବ ପ୍ରସନ୍ନ ରୁହନ୍ତି। ଶନିଦେବଙ୍କ କୃପାରୁ ମକର ରାଶିର ବ୍ୟକ୍ତି ଦୁଃଖଠୁ ଦୂରେଇ ରୁହନ୍ତି। ମକର ରାଶି ବ୍ୟକ୍ତି ଭାଗ୍ୟରୁ ଧନୀ ହୋଇଥାନ୍ତି। ଏମାନଙ୍କ ସ୍ବଭାବ ବହୁତ ଭଲ ।

Spread the love