ଆଜିର ରାଶିଫଳ
ମେଷ– ଆଜି ବନ୍ଧୁମାନଙ୍କ ଗହଳ ଚହଳ ମଧ୍ୟରେ ବ୍ୟସ୍ତତା ଅନୁଭବ କରିପାରନ୍ତି । ଜଣେ ବନ୍ଧୁଙ୍କ ବିଚାରହୀନ ମନ୍ତବ୍ୟକୁ କେନ୍ଦ୍ର କରି ପରିବାରରେ ଝଗଡା ଲାଗିପାରେ । ଏକ ନିର୍ଦ୍ଦିଷ୍ଟ ଦିଗରେ ଖର୍ଚ୍ଚ କରିବାକୁ ରଖିଥିବା ଟଙ୍କା ଭିନ୍ନ ବାଟରେ ଖର୍ଚ୍ଚ ହୋଇଯିବ ।ସ୍ୱାସ୍ଥ୍ୟ ପ୍ରତିଯତ୍ନବାନ ହୁଅନ୍ତୁ।
ବୃଷ – ମାନସିକ ଅସ୍ଥିରତା ସୃଷ୍ଟି ହେବ । ଅର୍ଥନୈତିକ କାର୍ଯ୍ୟକ୍ରମ, ଆଲୋଚନାଚକ୍ର, ସଭାସମିତି, ଆମଦାନୀ, କଳା କାରିଗରି କ୍ଷେତ୍ରରେ ସଫଳତା ପାଇବେ । ପରିବାରରେ ମାଙ୍ଗଳିକ କାମ ସକାଶେ ତପ୍ତରତା ଦେଖା ଦେଇପାରେ ।
ମିଥୁନ – ବିବାଦିୟ ପରିସ୍ଥିତି, ମାଲିମୋକଦ୍ଦମା, ପ୍ରତିଯୋଗିତା କ୍ଷେତ୍ରରେ ସଫଳତା ଅବଶ୍ୟମ୍ଭାବୀ । ସାହାର୍ଯ୍ୟ ଓ ସମର୍ଥନ ପାଇଲେ ମଧ୍ୟ କାମ ସକାଶେ ହନ୍ତସନ୍ତ ହେବାକୁ ପଡିବ। ଅର୍ଥବ୍ୟୟର ସମ୍ଭାବନା ରହିଛି ।ଆଜି ଠାରୁ ଟିକେ ଖରାପ ସମୟ ଚାଲିବ ସତକ ରୁହନ୍ତୁ।
କର୍କଟ – ସାଧାରଣ କଥାକୁ କେନ୍ଦ୍ର କରି ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟ କରିପାରନ୍ତି । ଆଜି କାର୍ଯ୍ୟ ସିଦ୍ଧି, ଅର୍ଥ ଲାଭ , କର୍ମକ୍ଷେତ୍ରରେ ସମସ୍ୟା ସମାଧାନ ହେତୁ ଖୁସି ରହିବେ । ପାରିବାରିକ କ୍ଷେତ୍ର, ଲୋକ ସମ୍ପର୍କ, ଆନୁଷ୍ଠାନିକ କାମ ସକାଶେ ପ୍ରତିକୂଳ ପରିସ୍ଥିତି ସୃଷ୍ଟିର ଆଶଙ୍କା ରହିଛି ।
ସିଂହ – ପରିବହନ, ଯାନବାହନ, ପ୍ରଶାସନ ଓ ପ୍ରଶାସନିକ କ୍ଷେତ୍ରରେ ବ୍ୟତିକ୍ରମ ଲାଗି ରହିବ । ବନ୍ଧୁଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତିରୁ ଆଶ୍ୱସ୍ତି ଲଭିବେ । ଆଜି ପଦସ୍ଥବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାବ, ଉଚ୍ଚ ପଦପଦବୀ ପ୍ରାପ୍ତି ଓ ବୈଷୟିକ ସୁଖ, ସମୃଦ୍ଧି ଦିଗରେ ଅନୁକୂଳତା ସୃଷ୍ଟି ହେବ ।
କନ୍ୟା – ଆଇନ ଓ ଆଧ୍ୟାତ୍ମିକତାର ଗ୍ରହ ଶନି ରାଜନୀତି, ଅଦାଲତ, ଗଣତନ୍ତ୍ର, ସଂଗଠନ ଓ ସତ୍ ସଙ୍ଗ କ୍ଷେତ୍ରକୁ ରୁଦ୍ଧିମନ୍ତ କରିବେ । ସାହିତ୍ୟ, କଳା,କ୍ରୀଡା ଓ ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହୋଇପାରନ୍ତି । ସାମାଜିକ ଆନୁଷ୍ଠାନରେ କିମ୍ବା ଧର୍ମକାର୍ଯ୍ୟରେ ଅର୍ଥବ୍ୟୟ କରି ଖୁସି ହେବେ ।
ତୁଳା –ଜମିଜମା, ଗୃହସିମା, ନିର୍ମାଣ, କୋର୍ଟକଚେରି କ୍ଷେତ୍ରରେ ସଂକଟ ସୃଷ୍ଟି ହେବ । ବନ୍ଧୁଙ୍କ ମନ୍ତବ୍ୟରେ ଭିନ୍ନତା ହେତୁ କୌଣସି କଥାର ମୀମାଂସା ହୋଇପାରିବ ନାହିଁ । ବନ୍ଧୁଙ ଦ୍ୱାରା ଆହୂତ ହୋଇ କୌଣସି ମଙ୍ଗଳ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି ।
ବିଛା – ଆଜି ବିକ୍ଷିପ୍ତ ଓ ବିବାଦୀୟ ଚିନ୍ତାଧାରା କାମକୁ ବିଶୃଙ୍ଖଳିତ କରିପାରେ । ସମ୍ପର୍କୀୟମାନେ ପୁରାତନ କଥାକୁ କେନ୍ଦ୍ର କରି ଅସହ-ଯୋଗ କରିପାରନ୍ତି । ସଭାସମିତି, ସଂଗଠନ, ଗବେଷଣା ଓ ପ୍ରତିଯୋଗିତା କ୍ଷେତ୍ରରୁ ଆଶାନୁରୂପ ଫଳ ପାଇବେ ।
ଧନୁ – ପାରିବାରିକ, ଅର୍ଥସମ୍ପର୍କ, ଯାନ୍ତ୍ରିକ ଜିନିଷର କାରବାର କ୍ଷେତ୍ରରେ ବିଳମ୍ବ ଘଟିପାରେ । ଆଜି ବୈଷୟିକ ସୁଖ, ସମୃଦ୍ଧି ସଙ୍ଗକୁ ଅର୍ଥନୈତିକ ଅଭିବୃଦ୍ଧି ଓ ସାମାଜିକ କ୍ଷେତ୍ରରୁ ସମ୍ମାନ ଲଭିବେ । ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେବେ ।
ମକର – ବିଗତ ଦିନର କୌଣସି ଘଟଣା ପାଇଁ ଟେନ୍ସନ୍ ବଢିପାରେ । ସ୍ୱାସ୍ଥ୍ୟ ଭଲ ରହିବ ନାହିଁ । ପାରିବାରିକ କ୍ଷେତ୍ରରେ କେତେକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇପାରେ । ପ୍ରତିଯୋଗିତା ଓ ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ ଦୁଃସାହସିକ ପଦକ୍ଷେପ ନେବା ଠିକ୍ ହେବନି ।
କୁମ୍ଭ – ଅର୍ଥ ଓ ସମ୍ମାନ ମିଳିବା ସାଙ୍ଗକୁ ବ୍ୟବସାୟିକ ଉନ୍ନତି ମଧ୍ୟ କରିବେ । ପ୍ରତ୍ୟେକ ପରିସ୍ଥିତିକୁ ସହନଶୀଳତାର ସହ ସାମନା କରିବାର ଧୈର୍ଯ୍ୟ ହାସଲ କରିବେ । ଅର୍ଥ ସଂକଟ ଦୂର ହେବା ସାଙ୍ଗକୁ ଟେକ୍ନିକାଲ୍ କାମରେ ବିଶେଷ ସୁବିଧା ପ୍ରାପ୍ତ ହେବ ।
ମୀନ – ପୂର୍ବ ରାଗକୁ ଶୁଝାଇବାକୁ ଯାଇ ନିକଟ ସମ୍ପର୍କୀୟମାନେ ପାଖ ମାଡିବେ ନାହିଁ । ସନ୍ଦେହ ଓ ଭୁଲ୍ ବୁଝାମଣା ହେତୁ ସ୍ତ୍ରୀ ଙ୍କ ସହ ଝଗଡ଼ା ହୋଇପାରେ । ବନ୍ଧୁଙ୍କ ଦ୍ୱାରା ଅନୁପ୍ରେରିତ ହୋଇ ମନୋରଞ୍ଜନ କାମରେ ଯୋଗ ଦେଇପାରନ୍ତି ।