ଆଜିଠାରୁ ଏହିସବୁ ରାଶିରେ ହେଉଛନ୍ତି ବୁଧ ଗୋଚର

ବୁଧ ଗ୍ରହକୁ ରାଜକୁମାର ଗ୍ରହ ବୋଲି କୁହାଯାଏ। ଅନ୍ୟ ସବୁ ଗ୍ରହ ତୁଳନାରେ ବୁଧ ଗ୍ରହ ସୂର୍ଯ୍ୟଙ୍କର ଅତି ନିକଟତର ଥାନ୍ତି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧ ଗ୍ରହ ଅପ୍ରେଲ ୨୫ ତାରିଖରେ ରାଶି ପରିବର୍ତ୍ତନ କରି ବୃଷ ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି । ବୁଧ ଗ୍ରହ ବୁଦ୍ଧି, ଜ୍ଞାନ ଏବଂ ବ୍ୟବସାୟର ଦାତା । କେତେକ ସ୍ଥିତିରେ ବୁଧ ଗ୍ରହ ବେଶ୍‌ ଭଲ ପ୍ରଭାବ ପକାଇଥାନ୍ତି। ବୁଧଙ୍କର ରାଶି ପରିବର୍ତ୍ତନ ନେଣଦେଣ, ବିନିଯୋଗ ସହିତ ସମସ୍ତ ଅର୍ଥବ୍ୟବସ୍ଥା ଉପରେ ପ୍ରଭାବ ପକାଇଥାଏ ।ବୁଧ ଗ୍ରହ ୨୫ ଏପ୍ରିଲରୁ ଅର୍ଥାତ୍‌ ଆଜିଠାରୁ ଜୁଲାଇ ୨ ତାରିଖ ପର୍ଯ୍ୟନ୍ତ ଏହିସବୁ ରାଶିରେ ରହିବେ। ଏହା ପରେ ମିଥୁନ ରାଶିରେ ପ୍ରବେଶ କରିବେ। ବୃଷ ରାଶିକୁ ଶୁକ୍ର ଦେବଙ୍କ ରାଶି ବୋଲି କୁହାଯାଏ। ଏମିତିରେ ବୁଧ ଯେଉଁ ରାଶିରେ ଗୋଚର ହେବେ ସେହି ରାଶି ଉପରେ ବେଶ୍‌ ସକାରାତ୍ମକତା ପଡିବ। କିନ୍ତୁ କିଛି ରାଶି ଉପରେ ଖରାପ ପ୍ରଭାବ ମଧ୍ୟ ପଡିବ।ଚଳିତ ଥର ମଧ୍ୟ ବୁଧଙ୍କ ଗୋଚର ସମସ୍ତ ୧୨ଟି ରାଶି ଉପରେ ଭଲ ଏବଂ ଖରାପ ପ୍ରଭାବ ପକାଇବ । ବୁଧଙ୍କ ଗୋଚର ଏହି ୩ଟି ରାଶିର ବ୍ୟକ୍ତିଙ୍କ ପାଇଁ ଅତ୍ୟନ୍ତ ଶୁଭ ହେବ ।

ମେଷ ରାଶି : ମେଷ ରାଶିର ବ୍ୟକ୍ତିଙ୍କ ପାଇଁ ବୁଧଙ୍କ ଗୋଚର ଅନେକ ଲାଭ ଦେବ । ସେମାନଙ୍କୁ ଅର୍ଥଲାଭ ହେବ । ଏପରି ଜାଗାରୁ ଟଙ୍କା ମିଳିବ ଯାହା ସେମାନେ କେବେ କଳ୍ପନା ମଧ୍ୟ କରିନଥିବେ । କେବଳ କଥା ଆଧାରରେ କାମ ହୋଇଯିବ । ଓକିଲ, ମିଡିଆ, ମାର୍କେଟିଂ, ଶିକ୍ଷା ସହିତ ଜଡିତ ଲୋକଙ୍କ ପାଇଁ ଏହା ବହୁତ ଭଲ ସାବ୍ୟସ୍ତ ହେବ । ଶତ୍ରୁମାନଙ୍କ ଉପରେ ବିଜୟ ଲାଭ କରିବେ ।

କର୍କଟ ରାଶି: କର୍କଟ ରାଶିର ବ୍ୟକ୍ତିଙ୍କ ପାଇଁ ଏହି ସମୟ ଟଙ୍କା ସହ ପ୍ରଗତି ମଧ୍ୟ କରିବ । ଚାକିରୀ-ବ୍ୟବସାୟରେ ଲାଭ ହେବ । ପଦୋନ୍ନତି ପାଇପାରନ୍ତି । ଆୟ ବୃଦ୍ଧି ହେବ । ବିନିଯୋଗ ପାଇଁ ଏହା ଭଲ ସମୟ । ବିଶେଷକରି ବ୍ୟବସାୟୀମାନେ ବେଶ୍ ଉପକୃତ ହେବେ । ଯଦି ସେମାନେ କୌଣସି ଯୋଜନାରେ କାମ କରୁଛନ୍ତି ତେବେ ସେମାନେ ଏହାକୁ କରି ଦେଖାଇବେ । ଘର, ଗାଡି କିଣିବାର ଯୋଗ ରହିଛି ।

ସିଂହ ରାଶି: ସିଂହ ରାଶିର ବ୍ୟକ୍ତିଙ୍କ ପାଇଁ ବୁଧଙ୍କ ଗୋଚର କ୍ୟାରିୟର-ବ୍ୟବସାୟରେ ଲାଭ ଦେବ । ନୂଆ ଚାକି ରିର ଅଫର ମିଳିପାରେ । ଚାକିରିଆଙ୍କୁ ପଦୋନ୍ନତି ମିଳିପାରେ । ଆପଣଙ୍କ କାମର ପ୍ରଶଂସା ହୋଇପାରେ । ବ୍ୟବସାୟୀଙ୍କ ବ୍ୟବସାୟରେ ବୃଦ୍ଧି ହୋଇପାରେ । ବଡ ଅର୍ଡର ମିଳିପାରେ । ଯଦି କୌଣସି ସ୍ଥାନରେ ଟଙ୍କା ଅଟକି ରହିଛି ତେବେ ତାହା ମିଳିପାରେ । ମୋଟ୍ ଉପରେ କହିବାକୁ ଗଲେ ଏହି ସମୟ ଲାଭ ହିଁ ଲାଭ ପ୍ରଦାନ କରିବ ।

ସେହିପରି ବୁଧ ଗ୍ରହ ଗୋଚର ତୁଳା ରାଶି, କୁମ୍ଭ ରାଶି ଉପରେ ଖରାପ ପ୍ରଭାବ ପକାଇବ।

ତୁଳା ରାଶି : ଏହି ସମୟରେ ଆପଣ କାହା ସହିତ ଯୁକ୍ତିତର୍କ କରନ୍ତୁ ନାହିଁ। ପୈତୃକ ସଂପତ୍ତିକୁ ନେଇ ବଡ ବିବାଦ ଦେଖାଦେଇପାରେ। ଅର୍ଥଗତ ସମସ୍ୟା ମଧ୍ୟ ସହିବାକୁ ପଡିବ। ସ୍ୱାସ୍ଥ୍ୟ ପ୍ରତି ନଚିତ ଧ୍ୟାନ ଦେବେ। ଉପଚାର ପଇଁ ବୁଧ ଗ୍ରହ ବିଜ ମନ୍ତ୍ର ପ୍ରତିଦିନ ୧୦୮ ଥର ଜପ କରନ୍ତୁ।

କୁମ୍ଭ ରାଶି: ଏହି ସମୟରେ କୁମ୍ଭ ରାଶିର ବ୍ୟକ୍ତି କାମ ଉପରେ ମନ ଦେବେ ନାହିଁ। ଅଧିକ ପରିଶ୍ରମ କରିବାକୁ ପଡିପାରେ। ପାଣି ପ୍ରତି ସତର୍କତା ଅବଲମ୍ବନ କରିବେ। ଦୁର୍ଘଟଣାର ଶିକାର ହୋଇପାରନ୍ତି। ଥଣ୍ଡା ଓ କାଶ ଜନିତ ସମସ୍ୟା ଦେଖାଦେଇପାରେ। ଉପଚାର ପାଇଁ ସ୍ୱଚ୍ଛତା ଉପରେ ଧ୍ୟାନ ଦେବେ।

Spread the love