ଏହି ରାଶିର ଝିଅ ମାନେ ହୋଇଥାନ୍ତି ରୋମାଣ୍ଟିକ
ଭିନ୍ନ ଭିନ୍ନ ଲୋକେ ନିଜ ନିଜ ପାର୍ଟନରଙ୍କ ପ୍ରତି ରୋମାନ୍ସକୁ ଭିନ୍ନ ଭିନ୍ନ ଶୈଳୀରେ ପରିବେଷଣ କରିଥାନ୍ତି । ଏହା ସହ ଭିନ୍ନ ଭିନ୍ନ ବ୍ୟକ୍ତିଙ୍କ ପାଇଁ ଏହା ଭିନ୍ନ ଅର୍ଥରେ ବି ବୁଝାଯାଏ । ଆମ ମଧ୍ୟରୁ କିଛି ଜଣ ଏବାବଦରେ ମୁହଁ ଖୋଲି କହୁଥିବା ବେଳେ କିଛି ଜଣ ଚୁପ ରହିବାକୁ ପସନ୍ଦ କରନ୍ତି । ନିଜ ପାର୍ଟନରଙ୍କ ପ୍ରତି ଆକୃଷ୍ଟ ହେବାରେ ସେପରି କୌଣସି ଭୁଲ ବି ନାହିଁ । ସାଧାରଣରେ ରୋମାନ ଭଲ ପାଇବାକୁ ଅଧିକରୁ ଅଧିକ ବଢାଇବା ସହିତ ଦୁଇ ବ୍ୟକ୍ତିଙ୍କୁ ନିକଟତର ମଧ୍ୟ କରିଥାଏ ।ଯଦି ଜଣେ କେବେ ପ୍ରେମରେ ପଡନ୍ତି ତେବେ ତାଙ୍କ ମସ୍ତିସ୍କରେ କଣ ଚାଲେ ସେମାନଙ୍କ ଭାବନାକୁ କଣ କଣ ଆସେ ସେସବୁ ହେଉଛି ବିଜ୍ଞାନ ଓ ଜ୍ୟୋତିଷ ଶାସ୍ତ୍ରର ଏକ ମିଶ୍ରଣ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ବ୍ୟକ୍ତିଙ୍କ ରାଶି ହିଁ ବ୍ୟକ୍ତିଙ୍କ ବ୍ୟକ୍ତିତ୍ୱ, ସେମାନଙ୍କ ପ୍ରେମ ଭାବନା, ସେମାନଙ୍କ ବୈବାହିକ ଜୀବନ ବାବଦରେ ସୂଚନା ମିଳେ । ଜଣେ କେମିତି ରୋମାଣ୍ଟିକ ହେବେ କିମ୍ବା ରୋମାନ୍ସ ପ୍ରତି ସେମାନଙ୍କ ଆକୃଷ୍ଟତା କେତେ ଦୂର ରହିବ ସେବାବଦରେ ବି ସୂଚନା ମିଳିବ । ଆଉ କେଉଁ ମାନଙ୍କର ଏତେଟା ରୋମାଣ୍ଟିକ ସ୍ୱଭାବ ରହିବ ନାହିଁ ସେବାବଦରେ ବି ଜାଣିହେବ ।
ମୀନ ରାଶି: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମୀନ ରାଶିର ବ୍ୟକ୍ତି ବିଶେଷ ମାନେ ନିଜ ନିଜ ସମ୍ପର୍କରୁ ଅଧିକ ରୁ ଅଧିକ ପ୍ରେମ ହିଁ ଆଶା କରନ୍ତି । ସେମାନଙ୍କ ପ୍ରେମ ସେମାନଙ୍କୁ ଏକ ସ୍ବପ୍ନ ପରି ମନେ ହୋଇଥାଏ । ଏହି ରାଶିର ବ୍ୟକ୍ତିବିଶେଷ ମାନଙ୍କୁ ରୋମାଣ୍ଟିକ ପଦାର୍ଥ ଅଧିକ ପସନ୍ଦ ହୋଇଥାଏ । ନିଜ ପ୍ରେମକୁ ସାବ୍ୟସ୍ତ କରିବା ପାଇଁ ସବୁଠୁ ଭଲ ରୋମାଣ୍ଟିକ ପାର୍ଟନରର ଅନୁସନ୍ଧାନରେ ଥାଆନ୍ତି ଏହି ରାଶିର ବ୍ୟକ୍ତି ବିଶେଷ । ପ୍ରାୟ ସବୁ ସମୟରେ ଏକ କାଳ୍ପନିକ ଦୁନିଆରେ ରହିବାକୁ ପସନ୍ଦ କରନ୍ତି ଏହି ରାଶିର ବ୍ୟକ୍ତି ବିଶେଷ ମାନେ ।
ସିଂହ ରାଶି: ଏହି ରାଶିର ଝିଅ ମାନେ ଖୁବ ଭଲ ପାଆନ୍ତି । ଏମାନେ ଏମିତି ବ୍ୟକ୍ତିବିଶେଷ ମାନେ ଦୁନିଆକୁ ଦେଖେଇବାକୁ ପସନ୍ଦ କରନ୍ତିକି ସେମାନେ ନିଜ ପାର୍ଟନରଙ୍କୁ କେତେ ଭଲ ପାଆନ୍ତି । ସେମାନଙ୍କ ମଧ୍ୟରେ ଭରପୁର ପରିମାଣରେ ପ୍ରେମ ରହିବା ସହିତ ସେମାନଙ୍କ ସ୍ୱଭାବ ବି ବେଶ ରୋମାଣ୍ଟିକ ହୋଇଥାଏ | କିନ୍ତୁ ସେମାନେ କେତେ ରୋମାଣ୍ଟିକ ସେମାନେ ନିଜେ ବି ଜାଣି ନଥାନ୍ତି ।
ତୁଳା:ଏହି ରାଶିର ବ୍ୟକ୍ତିବିଶେଷ ମାନେ ନିଜ ପ୍ରେମ ନିବେଦନ କରିବାରେ କେବେ ବି ପଛଘୁଞ୍ଚା ଦିଅନ୍ତି ନାହିଁ । ସେମାନେ ନିଜ ପାର୍ଟନରଙ୍କ ସହ ରୁହନ୍ତୁ ଅବା ନରୁହନ୍ତୁ ସେମାନେ ସବୁବେଳେ ରୋମାଣ୍ଟିକ ଥାଆନ୍ତି ।