କାର୍ଯ୍ୟକ୍ଷେତ୍ରରେ ସହଯୋଗୀଙ୍କର ସାହାଯ୍ୟ ଲାଭ କରିବେ

ମେଷ:ସଭାସମିତିରେ ସଫଳତା ମିଳିବ। ହାତକୁ ନେଇଥିବା କାର୍ଯ୍ୟଟି ପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିବ। ପୁରାତନ ରୋଗ ପ୍ରତି ସାବଧାନ ରହିଲେ ଭଲ।
ବୃଷ: ସହକର୍ମୀମାନଙ୍କର ସହଯୋଗ ପାଇବେ। ଅନୁସନ୍ଧାନ କାର୍ଯ୍ୟରେ ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ। କଳା ଓ ସାହିତ୍ୟ କ୍ଷେତ୍ରରେ ପ୍ରଶଂସା ମିଳିବ।
ମେଷ: ସ୍ଵ।ସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ମନ ଭଲ ରହିବ। ଅର୍ଥ ସଂଗ୍ରହ ଅଭିଯାନ କରି ସଫଳତା ପାଇବେ। ଅପେକ୍ଷା…
ମିଥୁନ:ସାମାଜିକ ସ୍ତରରେ ସମ୍ମାନ ଲାଭ କରିବେ। ବ୍ୟବସାୟରେ ସଫଳତା ଲାଭ କରିବେ। ଆଶା କରୁଥିବା ଦିଗରୁ ଅର୍ଥପ୍ରାପ୍ତି ସହିତ ଉତ୍ତମ ଭୋଜନ ପ୍ରାପ୍ତିର ସୁଯୋଗ ରହିଛି।
କର୍କଟ:ଶରୀର ସୁସ୍ଥ ରହିବ ଓ ପାରିବାରିକ ଜୀବନ ସୁଖମୟ ହେବ। ଦୂରଯାତ୍ରାର ସୁଯୋଗ ପାଇବେ। ମହିଳାମାନେ ପ୍ରତ୍ୟେକଟି କ୍ଷେତ୍ରରେ ପ୍ରଶଂସନୀୟ ହେବେ।
ସିଂହ:କାର୍ଯ୍ୟକ୍ଷେତ୍ରରେ ସହଯୋଗୀମାନଙ୍କର ସାହାଯ୍ୟ ଲାଭ କରିବେ। ପ୍ରିୟଜନମାନେ ଆଗକୁ ବଢ଼ିବାରେ ସାହାଯ୍ୟ କରିବେ। ମଧୁର କଥା କହି ବିଗିଡିଥିବା କର୍ମଟିକୁ ସଜାଡ଼ି ପାରିବେ।
କନ୍ୟା:ସାଧାରଣ ଲୋକମାନେ ଆପଣଙ୍କ ବାଣୀ ଓ ଯୋଗ୍ୟତାରେ ପ୍ରଭାବିତ ହେବେ। ଭାଇ, ବନ୍ଧୁ ଓ ମିତ୍ରଙ୍କ ସହିତ ମତଭେଦ ସମାପ୍ତ ହେବ।ପରିବାରରେ ଭାତୃ ସମ୍ପର୍କ ନିବିଡ ହେବ ଓ ସୁଖଶାନ୍ତି ବିରାଜମାନ କରିବ।
ତୁଳା:ବ୍ୟବସାୟ କ୍ଷେତ୍ରରେ ଯେତେ ଅଧିକ ପରିଶ୍ରମ କରିବେ ସେତେ ଅଧିକ ଲାଭ ହେବ। ବିନୟପୂର୍ଣ୍ଣ କଥା କହି ପରିସ୍ଥିତିକୁ ହାଲୁକା କରିବାରେ ସମର୍ଥ ହେବେ। ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢ଼ାଇବ।ବିଛା:କୌଣସି ଜମିଜମା ସମସ୍ୟା ମଧ୍ୟରେ ପଡ଼ି ଯାଇପାରନ୍ତି। କୌଣସି ଖାଦ୍ୟର ଅନିୟମିତତା ହେତୁ ଶରୀର ଅସୁସ୍ଥ ହୋଇପାରେ।
ଧନୁ: ଚାହୁଁଥିବା ସୁଯୋଗ ମିଳିବ ଓ କାର୍ଯ୍ୟରେ ସଫଳତା ମିଳିବ। କେତେକ କ୍ଷେତ୍ରରେ ବାଧା ସୃଷ୍ଟି ହେଲେ ମଧ୍ୟ ସଫଳ ହେବେ । ତରବରିଆ ହୋଇ କୌଣସି କାର୍ଯ୍ୟ ନକରିବା ଉଚିତ୍।
ମକର: ଶରୀର ସୁସ୍ଥ ରହିବା ସହ ଶତ୍ରୁମାନେ ପରାଜିତ ହେବେ। ବ୍ୟବସାୟରେ ଲାଭର ପରିମାଣ ଅଧିକ ହେବ। ପରିବାର ମଧ୍ୟରେ ରହିଥିବା ଭୁଲ ବୁଝାମଣା ଦୂର ହେବ।
କୁମ୍ଭ :ଗୁପ୍ତଶତ୍ରୁମାନେ ପରାଜିତ ହେବେ, ଫଳରେ ମାନସିକ ଶାନ୍ତି ଲାଭ କରିବେ। ବନ୍ଧୁ ଓ ଆତ୍ମୀୟମାନଙ୍କ ସାହାଯ୍ୟ ସହଯୋଗ ପାଇବେ। କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିପାରିବେ।
ମୀନ:ଧାର୍ମିକ କାର୍ଯ୍ୟରେ ଯୋଗ ଦେବେ। ଦାମ୍ପତ୍ୟ ଜୀବନ ସରସ ସୁନ୍ଦର ହେବ। ଅଟକି ଥିବା କାର୍ଯ୍ୟକୁ ପୂର୍ଣ୍ଣାଙ୍ଗ କରିବେ।

Spread the love