କର୍ମକ୍ଷେତ୍ରରେ ପଦୋନ୍ନତି ପାଇବାର ସୂଚନା ପାଇ ଖୁସି ହେବେ

ମେଷ: କର୍ମକ୍ଷେତ୍ରରେ ପଦୋନ୍ନତି ପାଇବାର ସୂଚନା ପାଇ ଖୁସି ହେବେ। ପୈତୃକ ସମ୍ପତ୍ତିକୁ ନେଇ ବାଦବିବାଦ ଥିଲେ ମେଣ୍ଟିଯିବ। ସ୍ଥଗିତ ଥିବା କର୍ମଟି ସହଜ ସରଳରେ ପୂର୍ଣ୍ଣ ହେବ।

ବୃଷ: ଅତିରିକ୍ତ ଆୟର ଦରକାର ଅନୁଭବ ହେବ। ପିଲାମାନଙ୍କ ପାଠପଢା ନେଇ କରିଥିବା ଚିନ୍ତା ଦୂରେଇ ଯିବ। ପରିବାରର ସଦସ୍ୟଙ୍କ ସ୍ନେହ ଶ୍ରଦ୍ଧା ବୃଦ୍ଧି ହେବ।

ମିଥୁନ: କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଶଂସିତ ହେବେ। ବ୍ୟବସାୟ ବାଣିଜ୍ୟରେ ଆୟ ବୃଦ୍ଧି ଘଟିବ।

କର୍କଟ: ଶରୀର ସୁସ୍ଥ ରହିବ ଓ ଉତ୍ତମ ଭୋଜନ ପ୍ରାପ୍ତି ହେବ। ଚେଷ୍ଟା କରୁଥିବା ପ୍ରତ୍ୟେକଟି କାର୍ଯ୍ୟରେ ସଫଳତା ଲାଭ କରିବେ। ଦୂରସ୍ଥାନକୁ ଯାତ୍ରା କଲେ ଯାତ୍ରା ଶୁଭପ୍ରଦ ହେବ।

ସିଂହ: ପାରିବାରିକ ଦ୍ୱନ୍ଦ, ଆର୍ଥିକ ସମସ୍ୟାକୁ ନେଇ ମାନସିକ ଅସ୍ଥିରତା ଦେଖା ଦେବ। ଗୁପ୍ତ ଶତ୍ରୁମାନେ ଚକ୍ରାନ୍ତ କରି ବିପଦରେ ପକାଇ ଦେଇପାରନ୍ତି। ଛାତ୍ରଛାତ୍ରୀମାନେ ବିଦ୍ୟା ଶିକ୍ଷାରେ ଅମନଯୋଗୀ ହେବେ।

କନ୍ୟା: ପ୍ରତ୍ୟେକଟି କାର୍ଯ୍ୟରେ, ପ୍ରତ୍ୟେକଟି ଦିଗରେ ଯୋଗ୍ୟ ବିବେଚିତ ହେବେ। ମହିଳାମାନେ ହସଖୁସିରେ ଦିନ କଟାଇବେ। ମହାଦେବଙ୍କୁ ଦର୍ଶନ କରନ୍ତୁ।

ତୁଳା: ପରିଶ୍ରମ ଜନିକ କ୍ଳାନ୍ତି ଦେଖାଦେଇପାରେ। ଆପଣଙ୍କ ପ୍ରଗତିକୁ ପ୍ରତିରୋଧ କରିବାକୁ ଶତ୍ରୁମାନେ ଚେଷ୍ଟା କରିବେ। ପ୍ରତ୍ୟେକଟି କ୍ଷେତ୍ରରେ ମାନ ସମ୍ମାନ ବୃଦ୍ଧି ପାଇବ।
ବିଛା: କଳ୍ପନା ବିଳାସୀ ହେବେ। ସନ୍ତାନମାନଙ୍କୁ ନେଇ ସୁଖଶାନ୍ତିର ବାତାବରଣ ଲାଗି ରହିବ। ଲୋକପ୍ରିୟତା ବୃଦ୍ଧି ପାଇବା ସହ ଆର୍ଥିକ ପ୍ରଗତୀ ହେବ।

ଧନୁ: ପିଲାମାନେ ମନ ଦେଇ ପାଠ ପଢ଼ିବେ। ବିଦ୍ୟା ଗ୍ରହଣ ସହ ବନ୍ଧୁ ଗହଣରେ ସମୟ କଟିବ। ପାରିବାରିକ ଅଶାନ୍ତି ଓ କଳହ ଦେଖାଦେଇପାରେ, ଯାହା ଆପଣଙ୍କ ଶାନ୍ତିକୁ ବ୍ୟାହାତ କରିବ।

ମକର: ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁସାରେ କାର୍ଯ୍ୟ କରିବେ। ସାମାଜିକ ପରାକ୍ରମ ବୃଦ୍ଧି ପାଇବ।ପଡୋଶୀଙ୍କ ଘରେ ଚର୍ଚ୍ଚା ହେବାର ସୁଯୋଗ ରହିଛି ,ଯାହା ଆନନ୍ଦ ପ୍ରଦାନ କରିବ।

କୁମ୍ଭ:ପାରିବାରିକ ସୁ୍ଖ ସହ ଉତ୍ତମ ଖାଦ୍ୟପେୟର ସୁଯୋଗ ରହିଅଛି। ଘରକୁ ଅର୍ଥର ଆଗମନ ହେବ ଏବଂ କିଛି ସଞ୍ଚୟ କରିବେ। ମଧୁର ବ୍ୟବହାର ଦ୍ୱାରା ସମସ୍ତଙ୍କୁ ନିଜର କରିବେ।

ମୀନ:କୌଣସି ଜମିଜମା ସମସ୍ୟା ମଧ୍ୟରେ ପଡି ଯାଇପାରନ୍ତି। କୌଣସି ଖାଦ୍ୟର ଅନିୟମିତତା ହେତୁ ଶରୀର ଅସୁସ୍ଥ ହୋଇପାରେ।

ବିଭିନ୍ନ କ୍ଷେତ୍ରରେ ସଫଳ ହେବା ସହ ଲୋକପ୍ରିୟତା ବୃଦ୍ଧି ପାଇବ।

Spread the love