ବନ୍ଧୁମାନେ ଶତ୍ରୁ ଭଳି ଆଚରଣ କରିପାରନ୍ତି

ମେଷ: ପ୍ରତି କ୍ଷେତ୍ରରେ ସଫଳତା ପାଇବେ। ପରିବାର ମଧ୍ୟରେ ବୁଝାମଣାର ଅଭାବ ଦେଖାଦେବ। ଖାଦ୍ୟପେୟରେ ଓ କଥାବାର୍ତ୍ତାରେ ସଫଳତା ରକ୍ଷା କରିବା ଜରୁରୀ।

ବୃଷ: ବନ୍ଧୁ ପରିଜନଙ୍କ ଆଶ୍ୱାସନା ମନରେ ସାହାସ ଓ ଆତ୍ମବିଶ୍ୱାସ ସୃଷ୍ଟି କରିବ। କେତେକ କଥା ଠିକ୍ ଭାବରେ ବୁଝିପାରିବେ ନାହିଁ, ଯାହା ମନରେ ଆଶଙ୍କା ସୃଷ୍ଟି କରିବ ଏବଂ ଭୁଲ୍ ନିଷ୍ପତ୍ତି ନେବେ। ଶୁଣା କଥାକୁ ବିଶ୍ୱାସ କରନ୍ତୁ ନାହିଁ।

ମିଥୁନ: ଚକ୍ଷୁରେ ଯନ୍ତ୍ରଣା ଅନୁଭବ କରିପାରନ୍ତି। କଥା ଦେଇଥିବା ଲୋକମାନେ ଠକି ଦେଇପାରନ୍ତି। ଯାତ୍ରା କଲା ବେଳେ ସତର୍କ ରୁହନ୍ତୁ। ଆର୍ଥିକ କ୍ଷତି ବା ଅପବ୍ୟୟର ଶିକାର ହେବେ ଓ ମନରେ ଅବସାଦ ଦେଖାଦେବ।

କର୍କଟ: ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ। ରାଜନୈତିକ ବା ସରକାରୀ ସ୍ତରରୁ ଲାଭବାନ ହେବେ। ଭାବ ପ୍ରବଣତା ବଶତଃ ଅନ୍ୟମାନଙ୍କର ଦାୟିତ୍ୱ ନିଜ କାନ୍ଧକୁ ଆଣିବେ।

ସିଂହ: ସାମାଜିକ କାର୍ଯ୍ୟରେ ଶ୍ରମ ଓ ସମୟ ଦାନ କରିବାକୁ ପଡିବ। କିନ୍ତୁ ସେଥିରେ ସମସ୍ତଙ୍କୁ ତୃପ୍ତ କରିବା ସମ୍ଭବ ହେବନାହିଁ। ଭବିଷ୍ୟତର ପନ୍ଥା ନିର୍ଦ୍ଧାରଣ କରିବାକୁ ଯୋଜନା ପ୍ରସ୍ତୁତ କରିବେ।

କନ୍ୟା: ପରୋପକାର ଚିନ୍ତାଧାରା ମନକୁ ଉଦାରତାରେ ପରିପୂର୍ଣ୍ଣ ରଖିବ। ଧାର୍ମିକ କାର୍ଯ୍ୟରେ ମନଦେବେ। ଦାନଧର୍ମର ସୁଯୋଗ ପାଇବେ।

ତୁଳା: ବାକି ପଡ଼ିଥିବା ଅର୍ଥ ପାଇବାରେ ସମର୍ଥ ହେବେ। କିନ୍ତୁ ସେଥିପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରିବାକୁ ପଡ଼ିବ। ଅଯଥା ଭ୍ରମଣ ଯୋଗୁଁ ମନରେ ଅବସାଦ ଦେଖାଦେବ। କର୍ମକ୍ଷେତ୍ରରେ ବିଭିନ୍ନ ପ୍ରକାର ବାଧାର ସମ୍ମୁଖୀନ ହେବେ।

ବିଛା: ପ୍ରତିକଥାରେ ଅନ୍ୟମାନଙ୍କୁ ସନ୍ଦେହ କରିବେ। ପିତାଙ୍କ ସହ ମତାନ୍ତର ଦେଖା ଦେଇପାରେ। ବ୍ୟବସାୟରେ ଲାଭର ପରିମାଣ ବୃଦ୍ଧି ପାଇବ।

ଧନୁ: ଶତ୍ରୁମାନେ ଷଡ଼ଯନ୍ତ୍ର କରିପାରନ୍ତି। ହେଲେ ଆପଣଙ୍କ ସମ୍ମୁଖରେ ନତମସ୍ତକ ହେବେ। ପରିଶ୍ରମଜନିତ କ୍ଲାନ୍ତି ଦେଖାଦେବ। ବିଭିନ୍ନ ଛୋଟ ଛୋଟ ସମସ୍ୟା ମନକୁ ଭାରାକ୍ରାନ୍ତ କରିବ।

ମକର: ପ୍ରେମ ସମ୍ପର୍କରେ ସନ୍ଦେହ ଓ ଭୁଲ ବୁଝାମଣାର ଶିକାର ହୋଇ ମାନସିକ ଯନ୍ତ୍ରଣା ଦେଖାଦେବ। କଳ୍ପନା ବିଳାସୀ ହେବେ। ବ୍ୟବସାୟରେ ଲାଭ ହେବ। କେତେକ କଥାକୁ ବୁଝିବାରେ ଭୁଲ କରିପାରନ୍ତି।

କୁମ୍ଭ: ବନ୍ଧୁମାନେ ଶତ୍ରୁ ଭଳି ଆଚରଣ କରିପାରନ୍ତି। ଯାନବାହାନ ଓ ଯାତ୍ରାରେ ସମସ୍ୟା ଯୋଗୁ ଯୋଜନା ଗୁଡ଼ିକ ବିଗିଡ଼ି ଯାଇପାରେ।

ମୀନ: ସକାଳେ କିଛି କଥାକୁ ନେଇ ଦ୍ୱନ୍ଦ୍ୱରେ ରହିବେ। ତେବେ ଅପରାହ୍ନ ବେଳକୁ ସବୁ ଚିନ୍ତା ଦୂରେଇ ଯିବ।

Spread the love