ଶତ୍ରୁମାନେ ମଥାନତ କରିବେ

ମେଷ: ଶାରୀରିକ ଅସୁସ୍ଥତା ଦୂର ହେବ। ନୂତନ ବାହନ, ଜାଗା, ଜମି, ଗୃହ  ଆଦି କ୍ରୟ କରିବାର ଯୋଜନା କରିବେ। କର୍ମକ୍ଷେତ୍ରରେ ସୁଯୋଗ ପାଇ ଅନେକ ଦିନର ଅଭିଳାଷ ପୂର୍ଣ୍ଣ ହେବ।

 ବୃଷ: ଶତ୍ରୁମାନେ ମଥାନତ କରିବେ ଓ ବିଦେଶ ଯାତ୍ରାରେ ଲାଭ ପାଇବେ। କର୍ମକ୍ଷେତ୍ରରେ ସହକର୍ମୀମାନଙ୍କ ସହ ଶତ୍ରୁତା ମେଣ୍ଟିଯାଇ ମିତ୍ରତା ବୃଦ୍ଧି ପାଇବ। ମାନସିକ ଶାନ୍ତି ମିଳିବା ସହ ସମସ୍ତ ଚିନ୍ତାରୁ ମୁକ୍ତି ମିଳିବ।

ମେଷ: ଶାରୀରିକ କଷ୍ଟ ଦୂରେଇ ଯିବ ଓ ବ୍ୟବସାୟ କ୍ଷେତ୍ରରୁ ଲାଭବାନ ହେବେ। କର୍ମକ୍ଷେତ୍ରରେ ଲୋକ ସମ୍ପର୍କ ବୃଦ୍ଧିହେବ। ଆୟ…

ମିଥୁନ: ପୁରାତନ ରୋଗରୁ ଉପଶମ ପାଇ ପରିସ୍ଥିତିକୁ ହାଲୁକା କରିବାରେ ସମର୍ଥ ହେବେ। ଅଭାବ ଅସୁବିଧା ଥାଇ ମଧ୍ୟ କୌଣସି କାମ ଅଟକିବ ନାହିଁ। କୌଣସି ନୂତନ ବନ୍ଧୁଙ୍କ ସହିତ ଭେଟ ହୋଇପାରେ।

କର୍କଟ:  ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଅନୁଭବ କରି ସମସ୍ତ କ୍ଷେତ୍ରରେ ସଫଳତା ମିଳିବ। ସୁସ୍ଥ ମାନସିକତା ରକ୍ଷା କରି ବିଦ୍ୟାକ୍ଷେତ୍ରରେ ଅଶଶାତୀତ ଲାଭ ପାଇବେ। ସନ୍ତାନ ସମ୍ବନ୍ଧୀୟ କୌଣସି ମହତ୍ତ୍ୱପୂର୍ଣ୍ଣ କାମ ଆପଣଙ୍କ ଦ୍ୱାରା ହୋଇପାରେ।

ସିଂହ: କଠିନ ପରିଶ୍ରମ କରି କାର୍ଯ୍ୟ କଲେ ଉପରିସ୍ଥ କର୍ମଚାରୀଙ୍କ ପ୍ରିୟଭାଜନ ହେବେ। ପାରିବାରିକ ଅଶାନ୍ତି ଦୂରେଇ ଯାଇ ଆର୍ଥିକ କ୍ଷେତ୍ରରେ ଉନ୍ନତି ଦେଖାଦେବ। ଶିକ୍ଷାକ୍ଷେତ୍ରରେ ସୁଯୋଗ ପାଇ ଆନନ୍ଦିତ ହେବେ।

କନ୍ୟା: ଅଚାନକ ଧନ ପ୍ରାପ୍ତି ହେବା ସହ ମାନ ସମ୍ମାନ ବୃଦ୍ଧି ହେବ। କର୍ମକ୍ଷେତ୍ରରେ ଉନ୍ନତି କରିବା ସହ ଉପରିସ୍ଥ ଅଧିକାରୀଙ୍କର କୃପା ଲାଭ କରିବେ। ନୂତନ କର୍ମ ସଂସ୍ଥାରେ ନିଯୁକ୍ତି ପାଇବାର ଯୋଗ ରହିଛି।

ତୁଳା: ସାମାଜିକ କଲ୍ୟାଣ କାମରେ ପୂର୍ଣ୍ଣ ସହଯୋଗ କରିବେ। ବନ୍ଧୁ ବାନ୍ଧବଙ୍କ ଠାରୁ ପୂର୍ଣ୍ଣ ସହଯୋଗ ପାଇ ଆର୍ଥିକ ସ୍ଥିତିରେ ଉନ୍ନତି ହେବ। ପରିବହନ ବ୍ୟବସାୟରେ ବିଶେଷ ଲାଭବାନ ହେବେ।

ବିଛା: ସନ୍ତାନର ଶୁଭ ଖବର ଶୁଣି ଖୁସି ହେବେ। ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସହ ସାକ୍ଷାତ ହେବ ଓ ସେମାନଙ୍କ ସହଯୋଗ ପାଇବେ। ବିଦ୍ୟାକ୍ଷେତ୍ରରେ ସମୟର ସଦୁପଯୋଗ କରି ଅତ୍ୟନ୍ତ ଶୁଭଫଳ ପାଇବେ।

ଧନୁ: ଶତ୍ରୁ ବିରୋଧୀମାନେ କ୍ଷତି କରିବାକୁ ଚେଷ୍ଟା କରି ବିଫଳ ହେବେ। ନିକଟ ସମ୍ପର୍କୀୟଙ୍କ ସେବା ଶୁଶ୍ରୁଷା କରିବାର ସୁଯୋଗ ପାଇ ସାମାଜିକ ପ୍ରତିଷ୍ଠା ବଢିବ। କୌଣସି ଗୁପ୍ତ ଯୋଜନା ବା ଷଡଯନ୍ତ୍ରର ଶିକାର ହୋଇପାରନ୍ତି।

ମକର: ସେବା ସମ୍ବନ୍ଧୀୟ କାର୍ଯ୍ୟରେ ପ୍ରଶଂସିତ ହେବେ। ନିଜର କାର୍ଯ୍ୟ ପୂରଣ କରିବା ପାଇଁ ବାହାର ଲୋକଙ୍କ ସହଯୋଗ ମିଳିବ। ବରିଷ୍ଠ ଅଧିକାରୀଙ୍କ ସହ ଦୂରଯାତ୍ରା କରି ଧନ ଉପାର୍ଜନ କରିପାରିବେ।

କୁମ୍ଭ: ଭଲ କାର୍ଯ୍ୟ ହାତକୁ ନେବା ଫଳରେ ଗୃହରେ ଶାନ୍ତ ବାତାବରଣ ଦେଖା ଦେବ। ଭୁଲ୍ ବୁଝିଥିବା ଲୋକମାନେ ନିଜର ତ୍ରୁଟି ଜାଣି ପାରିବେ। ବନ୍ଧୁ ବାନ୍ଧବଙ୍କ ଆଗମନରେ ଅତ୍ୟଧିକ ଖର୍ଚ୍ଚ ହୋଇପାରେ।

ମୀନ: ସୁଖ ସୁବିଧାକୁ ବଢାଇବା ପାଇଁ ପ୍ରୟାସରତ ହେବେ। କର୍ମଚାରୀମାନେ ନିଜର କର୍ତ୍ତବ୍ୟ ପ୍ରତିପାଦିତ କରିବା ଫଳରେ ଉଚ୍ଚ ଅଧିକାରୀଙ୍କଠାରୁ ପ୍ରଶଂସିତ ହେବେ। ବିଦ୍ୟାର୍ଥୀମାନଙ୍କର ମନୋଅନୁକୂଳ ଫଳପ୍ରାପ୍ତି ହେବ।

Spread the love