ସକାଳୁ ଉଷୁମ ପାଣି ସହିତ ରସୁଣ ଖାଇବା ଦ୍ୱାରା ମିଳିଥାଏ ଏହି ସବୁ ଚମତ୍କାରୀ ଲାଭ
କଞ୍ଚା ରସୁଣ ଓ ଗରମ ପାଣି ଯଦି ଆପଣ ସକାଳୁ ସେବନ କରନ୍ତି ତେବେ ଏଥିରୁ ମିଳୁଥିବା ଲାଭ ବିଷୟରେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ l ଆଜି ଆସନ୍ତୁ ଜାଣିବା ଉଷୁମ ପାଣି ସହିତ କଞ୍ଚା ରସୁଣ ଖାଇବା ଦ୍ୱାରା କି ଲାଭ ମିଳିଥାଏ lକଞ୍ଚା ରସୁଣରେ ଆଣ୍ଟି ଆକ୍ସିଡେଣ୍ଟ ଓ ଆଣ୍ଟିଇନ୍ଫ୍ଲମେଟୋରି ଗୁଣ ରହିଛି ଯାହା ଆଣ୍ଠୁଗଣ୍ଠି ଯନ୍ତ୍ରଣାକୁ ଓ ଫୁଲାକୁ କମ କରିବାରେ ସାହାଯ୍ୟ କରିଥାଏ l ତେଣୁ ଆଣ୍ଠୁଗଣ୍ଠି ରୋଗୀମାନେ ପ୍ରତେକ ଦିନ ସକାଳୁ ଦୁଇ ପାଖୁଡା କଞ୍ଚା ରସୁଣ ଉଷୁମ ପାଣିରେ ସେବନ କଲେ ଆଣ୍ଠୁଗଣ୍ଠି ଯନ୍ତ୍ରଣାରୁ ଆରମ୍ଭ ମିଳିବ l
ଚିନ୍ତାର ସମ୍ପର୍କ ଅଧିକାଂଶ ସମୟ ଆମର ପେଟ ସହିତ ରହିଥାଏ l ପେଟରେ ଏସିଡ ହେବ ଦ୍ୱାରା ମଣିଷ ଉତେଜନା ଲାଭ କରିଥାଏ ଓ ବ୍ୟସ୍ତ ହୋଇଥାଏ l ଏପରି ସ୍ଥଳେ କଞ୍ଚା ରସୁଣ ଦୁଇ ପାଖୁଡାକୁ ଉଷୁମ ପାଣିରେ ସେବନ କରିବା ଦ୍ୱାରା ଏହି ସମସ୍ତ ସମସ୍ୟା ଦୂର ହୋଇଥାଏ l
ରସୁଣ ପେଟ ସମ୍ବଧୀୟ ସମସ୍ୟାକୁ ଦୂର କରିଥାଏ l ତେଣୁକରି ପ୍ରତେକ ଦିନ ସକାଳୁ କଞ୍ଚା ରସୁଣ ଦୁଇ ପାଖୁଡା ଉଷୁମ ପାଣିରେ ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ,ଗ୍ୟାସ ଓ ଏସିଡ଼ିଟି ସମସ୍ୟା ସହିତ ସମସ୍ତ ପେଟ ସମ୍ବଧୀୟ ରୋଗ ଦୂର ହୋଇଥାଏ l
ସୁଣରେ ଗାମା -ଗ୍ଲୁମି ସିଷ୍ଟନୀ ନାମକ ରସାୟନ ରହିଛି ,ଯାହା ହୃତପିଣ୍ଡର ଧମନୀରେ ବ୍ଳକେଜକୁ ଦୂର କରିଥାଏ l ତେଣୁ ହୃତପିଣ୍ଡ ସୁସ୍ଥ ରଖିବା ପାଇଁ ପ୍ରତେକ ଦିନ ଉଷୁମ ପାଣି ସହିତ ରସୁଣ ଖାଆନ୍ତୁ l