ଭାରତ ସମେତ ୪ ଦେଶର ରାଷ୍ଟ୍ରଦୂତଙ୍କୁ ବରଖାସ୍ତ କଲେ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନ୍‌ସ୍କି

କିଭ୍: ବିଭିନ୍ନ ଦେଶରେ ଥିବା ନିଜର ରାଷ୍ଟ୍ରଦୂତଙ୍କୁ ବରଖାସ୍ତ କଲେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି। ଶନିବାର ସେ ଏପରି ନିଷ୍ପତ୍ତି ନେଇଛନ୍ତି। ଜର୍ମାନୀରେ ଥିବା ୟୁକ୍ରେନ୍ ରାଷ୍ଟ୍ରଦୂତଙ୍କୁ ବରଖାସ୍ତ କରିବା ପରେ ଇଣ୍ଡିଆ, ଚେକ୍ ରିପବ୍ଲିକ, ନରୱେ ଓ ହେଙ୍ଗେରୀର ରାଷ୍ଟ୍ରଦୂତଙ୍କୁ ବରଖାସ୍ତ କରିଛନ୍ତି ଜେଲେନସ୍କି। ରାଷ୍ଟ୍ରପତିଙ୍କ ୱେବ୍‌ସାଇଟ୍‌ରେ ଏନେଇ ସୂଚନା ଦିଆଯାଇଛି।

ତେବେ ରାଷ୍ଟ୍ରଦୂତମାନଙ୍କୁ କାହିଁକି ବରଖାସ୍ତ କରାଗଲା? ବରଖାସ୍ତ ପରେ ତାଙ୍କୁ ଅନ୍ୟ କେଉଁ ନିଯୁକ୍ତି ମିଳିବ କି ସେ ନେଇ କୌଣସି ସ୍ପଷ୍ଟ କରାଯାଇ ନାହିଁ। ଏପଟେ ଫେବ୍ରୁଆରୀ ୨୪ରୁ ଋଷର ଆକ୍ରମଣ ସହୁଥିବା ୟୁକ୍ରେନ୍ ଅତିଷ୍ଟ ହୋଇଗଲାଣି। ଅନ୍ୟ ଦେଶରେ ଥିବା ରାଷ୍ଟ୍ରଦୂତମାନଙ୍କୁ ସେହି ଦେଶରୁ ସାମରିକ ସହଯୋଗ ପାଇଁ ଆବେଦନ କରିବାକୁ ଅନୁରୋଧ କରିଛନ୍ତି ଜେଲେନ୍‌ସ୍କି।  

ଜର୍ମାନୀ ଇୟୁରୋପର ସବୁଠାରୁ ବଡ଼ ଅର୍ଥନୀତି ସମ୍ପନ୍ନ ଦେଶ ହୋଇଥିବା ଏହା ଋଷର ଗ୍ୟାସ୍ ରପ୍ତାନୀ ଉପରେ ନିର୍ଭରଶୀଳ। ଗ୍ୟାସ ରପ୍ତାନୀ ହୋଇପାରୁ ନଥିବାରୁ ଜର୍ମାନୀର ନିଜର ଗ୍ୟାସ ଭଣ୍ଡାରରେ ସମସ୍ୟା ସୃଷ୍ଟି ହେଉଛି। ତେଣୁ ସେ ବିଜୁଳି ଉତ୍ପାଦନ ପାଇଁ ଜର୍ମାନୀ କୋଇଲା ଆମଦାନୀ ଆଉଡ଼କୁ ମୁହାଁଇଲାଣି।

Spread the love