ବୁଗୁଡ଼ା ଅଞ୍ଚଳ ଖରିଡା ଗ୍ରାମରୁ ରଥଯାତ୍ରା ପାଇଁ ପୁରୀ ଗଲା ରଥକାଠ

ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରର ପ୍ରସାଶନିକଙ୍କ ତତ୍ବାବଧାନରେ ଦୀର୍ଘଦିନରୁ ଆଶାୟୀ ଥିବା ଶ୍ରଦ୍ଧାଳୁ ଭକ୍ତଙ୍କ ଆଜି ମନୋବାଞ୍ଛା ପୂର୍ଣ୍ଣ ହୋଇଥିବା କଥା ଭକ୍ତମାନେ ମନଖୋଲା ମତସାବ୍ୟସ୍ତ କରିଛନ୍ତି । ସୂଚନାରୁ ପ୍ରକାଶ ଯେ ପୁରୀ ଶ୍ରୀକ୍ଷେତ୍ରଧାମକୁ ପୁରୀକୁ ରଥଯାତ୍ରା ପାଇଁ ରଥ ନିର୍ମାଣ ସକାଶେ ବୁଗୁଡ଼ା ବ୍ଲକର ଖରିଡା ଗ୍ରାମର ବ୍ୟକ୍ତି ବିଶେଷମାନେ ନିଜ ନିଜର ଫାଶୀ କାଠ ଦେବାପାଇଁ ମନସ୍ଥ କରି ଆବେଦନ କରିଥିଲେ । ଏହି ଚଳିତବର୍ଷର ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପାଇଁ ଖରିଡା ଗ୍ରାମରୁ ୭ଗୋଟି ଫାଶୀ କାଠ ଗଣ୍ଡି ଯାଇଥିବା ବେଳେ ଆଦିପୁର ଗ୍ରାମରୁ ୨ଟି ଓ ପଙ୍କଳ ସାହି ଗ୍ରାମରୁ ୩ଟି ଗଣ୍ଡି ମୋଟ ୧୨ଟି ୧୪ଫୁଟ ଲମ୍ବ ୬ଫୁଟ ଗୋଲେଇ ର ଗଣ୍ଡି ପ୍ରାୟ ୩୭୮.୪୫ଘନଫୁଟ କାଠ ନୟାଗଡ଼ ଦେଇ ପୁରୀ ଅଭିମୁଖେ ଯାତ୍ରା କଲା । ଏହି ଅବସରରେ ବିଧିବିଧାନ ପୂର୍ବକ ପୂଜାବିଧି ସହ ସଂକୀର୍ତ୍ତନ ମଣ୍ଡଳୀଙ୍କ ମୃଦଙ୍ଗର ତାଳେତାଳେ ଏବଂ ନାରୀମାନଙ୍କ ହୁଳହୁଳି ଶବ୍ଦରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ଖରିଡା ଗ୍ରାମରୁ ମେଲାଣି ହେଲା ପରେ ବୁଗୁଡ଼ାର ଭଞ୍ଜବଂଶ ପ୍ରତିଷ୍ଠିତ ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ବଳଦେବ ମନ୍ଦିର ସମ୍ମୁଖରେ ପୁଣି ପୂଜା ପାଠ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ଖରିଡା ଗ୍ରାମ ସଭାପତି ପ୍ରକାଶ ଚନ୍ଦ୍ର ସାହୁ,ଉପସଭାପତି ହରିହର ବିଷୋୟୀ,ସଂପାଦକ ପୁରସ୍ତମ ବିଷୋୟୀ,ୱାର୍ଡ ସଭ୍ୟ ସତ୍ଯ ନାରାୟଣ ବିଷୋୟୀ,ଯୁଧିଷ୍ଠିର ସାହୁ,ବଂଶୀଧର ସାହୁ,କିଶୋର ଚନ୍ଦ୍ର ନନ୍ଦ,ଦିଲ୍ଲୀପ କୁମାର ଦାଶ ଓ ତ୍ରିଲୋଚନ ପଣ୍ଡା ପ୍ରମୁଖ ସୁପରିଚାଳନା କରିଥିବା ବେଳେ ଦକ୍ଷିଣ ଘୁମୁସର ଡିଭିଜନ ଅଧିକାରୀ ସୁଦର୍ଶନ ବେହେରା,ବୁଗୁଡ଼ା ବନଅଧିକାରୀ ପ୍ରଦୀପ କୁମାର ମିଶ୍ର,ବ୍ଲକଅଧ୍ୟକ୍ଷା କେ.ପ୍ରିୟଦର୍ଶନୀ ଆଚାରୀ.ବିଜେଡି ନଗର ସଭାପତି କେ.ତ୍ରିଲୋଚନ ଦୋରା,ପୂଜକ ଦୀନବନ୍ଧୁ ପାଣି,ଶରତଚନ୍ଦ୍ର ମହାରଣା ଓ ବାପୁଜୀ ପାତ୍ର ଉପସ୍ଥିତ ଥିଲେ ।

 

Spread the love