ରଥଖଳା : ରଥ ନିର୍ମାଣରେ ମହାରଣା ସେବକ, ଭୋଇ ସେବକ, କରତି ସେବକ କମାରସେବକ

ପୁରୀ: ରୂପକାରସେବକ ପୁରୀ ତିନି ରଥର ଆଗଆଣି ଓ ପଛଆଣି ‘ଛନ୍ଦା ଗୟଳ’ ପଡ଼ିଛି । ଏହା ସହ ୫ଟି ଲେଖାଁଏ ୨୦ ଫୁଟିଆ ‘ଜଗତପୃଷ୍ଠ ସେଣି’ ଚଉପଟ ପାଇଁ ହଣାକାର୍ଯ୍ୟ ଜାରି ରହୁଛି ।

ଏହା ତିନିରଥର ବେଦୀ ନିର୍ମାଣରେ ଲାଗିବ। ରୂପକାରସେବକ ମାନେ ତିନିରଥର ସିଂହାସନ ର ଖୋଦେଇ କାର୍ଯ୍ୟ ଶେଷ କରି ତିନି ରଥ ର ‘ନାଟଗୋଡ’ ରେ ରୂପ ଖୋଦେଇ କରୁଛନ୍ତି । ଦୋଳବେଦୀସ୍ଥିତ କମାର ଶାଳରେ କମାରସେବକ ମାନେ ଗୟଳ କଣ୍ଟା ଶେଷ ପରେ ଯୋଖା କଣ୍ଟା, ଧ୍ଵଜ ବତା କଣ୍ଟା ନିର୍ମାଣ କରୁଛନ୍ତି।

Spread the love