ନିହାଣର ସ୍ପର୍ଶ ପାଇ ଜୀବନ୍ତ ହେଉଛି ମହାପ୍ରଭୁଙ୍କ ରଥ

 ଆଜି ସୁଦ୍ଧା ୩୪ ଟି ତୁମ୍ବର ବିନ୍ଧ କାର୍ଯ୍ୟ ସରିଛି । ତିନି ରଥର ଛଅଟି ଚକର ପଇ ବିନ୍ଧ ସରି ଅର ସହିତ ପଇ ସଂଯୋଗ କରାଯାଇ କଳସା କରାଯାଇଛି । ନନ୍ଦିଘୋଷ ରଥର  ଗୋଟିଏ ଚକରେ ପଇ ଲାଗିହୋଇ ବିଭୋର ବଡ଼ିଆ ହୋଇଛି।

ଅନ୍ୟଟିରେ ଅର ଲାଗିହୋଇ ପଇ ସଂଯୋଗ ହୋଇଛି। ମଝି ରଥରେ ଦୁଇଟି  ଚକରେ ଅର ପଇ ସଂଯୋଗ ହୋଇଛି। ୬ଚକରେ ବିନ୍ଦ କାମ ସରିଥିବାବେଳେ ୨ଟିରେ ବାକି ଅଛି। ସେହିପରି ଦୁଇଟି ଚକରେ ପଇ ଲାଗିବାକୁ ଥିବାବେଳେ  ଗୋଟିକର ଅର ସଂଯୋଗ ସରିଛି। ୧୧ଟି ଗୁଜରେ ତୁଙ୍ଗ ବିରାଜ ଖୋଦେଇ ସାରିଥିବାବେଳେ ୯ଟି ଜଳଦନ୍ତ ସରିଛି।

 ରଥଖଳାରେ କାମ ଆରମ୍ଭ ପୂର୍ବରୁ ରଥ ନିର୍ମାଣ ସମ୍ପୃକ୍ତ ୧୬୨ ଜଣ ସେବକଙ୍କର ଥର୍ମାଲ ସ୍କ୍ରିନିଂ କରାଯାଇଛି । ସମସ୍ତ ସେବକ ସୁସ୍ଥ ଅଛନ୍ତି । ଏଥି ସହିତ କୋଭିଡ – ୧୯ ପରୀକ୍ଷା ପାଇଁ ସ୍ୱାବ କଲେକ୍ସନ ଆରମ୍ଭ ହୋଇଛି। ଆଜି ୫୫ ଜଣ ରଥ ନିର୍ମାଣ ସମ୍ପୃକ୍ତ ସେବକଙ୍କର ସ୍ୱାବ କଲେକ୍ସନ କରାଯାଇଛି । ମନ୍ଦିର ପ୍ରଶାସନ ପକ୍ଷରୁ ଜଣାଯାଉଛି।

Spread the love