ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରିରେ ରଥ ଅନୁକୂଳ ଓ ଚନ୍ଦନ ଯାତ୍ରା ନୀତି ସମ୍ପନ

ନୀଳଗିରି,୧୫/୫ ଚନ୍ଦନ,କର୍ପୂର, ତୁଳସୀ ରେ ମହକିଲା ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରିର ରଥଦାଣ୍ଡ । ଆଜି ଅକ୍ଷୟ ତୃତୀୟା ତିଥୀରେ ରଥ ଅନୁକୂଳ ଓ ଚନ୍ଦନ ଯାତ୍ରା ଉତ୍ସବ ସମାପନ ହୋଇଛି । ସକାଳେ ଦ୍ୱାରଫିଟା ନୀତି ପରେ ଆଜ୍ଞାମାଳ ନେଇ ରୀତିନୀତିରେ ପୂଜାର୍ଚ୍ଚନା ହୋମ ଯଜ୍ଞ ହୋଇଥିଲା । ପରେ ଅଖରେ ଚକ ଲଗାଯାଇ ରଥ ଅନୁକୂଳ ଅନୁଷ୍ଠିତ ହୋଇଛି । କୋଭିଡ ଗାଇଡଲାଇନ ସହ ସଟଡାଉନ କଟକଣା ପାଇଁ ଭକ୍ତ ଏହି ନୀତି ପୂଜା ଦର୍ଶନ କରିବାରୁ ବଞ୍ଚିତ ହୋଇଛନ୍ତି । ସେହିପରି ସୀମିତ ସେବାୟତରେ ନୀତିକାନ୍ତି କରାଯାଇଥିଲା ।

Spread the love