ଶାବର ଶ୍ରୀକ୍ଷେତ୍ର ରଥଯାତ୍ରା ଉପରେ କଟକଣା ଲଗାଇଲା କୋରାପୁଟ ଜିଲ୍ଲା ପ୍ରଶାସନ

ଶାବର ଶ୍ରୀକ୍ଷେତ୍ର କୋରାପୁଟରେ ଏଥର କୋଭିଡ୍‌-୧୯ କଟକଣାକୁ ଦୃଷ୍ଟିରେ ରଖି ରଥଯାତ୍ରା ଅନୁଷ୍ଠିତ ହେବ। ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରି ରଥଯାତ୍ରା କେମିତି ଅନୁଷ୍ଠିତ ହେବ ସେ ସଂପର୍କିତ ଗାଇଡଲାଇନ ଦିଆଯାଇଛି। ପ୍ରଶାସନ ତରଫରୁ ଜିଲ୍ଲାର ସମସ୍ତ ସ୍ଥାନରେ ରଥଯାତ୍ରା ପାଳନ ଉପରେ କଟକଣା ଲଗାଯାଇଛି। ମନ୍ଦିର ପରିସର ବାହାରେ ରଥଟାଣିବା ଉପରେ ରୋକ ଲାଗିଛି। ମନ୍ଦିର ପରିସରରେ ଅଳ୍ପ ସେବାୟତଙ୍କୁ ନେଇ ନୀତି ସଂପନ୍ନ ହେବ। ମାସ୍କ ପିନ୍ଧି, ସାମାଜିକ ଦୂରତା ରଖି ନୀତି ସଂପନ୍ନ କରାଯାଇପାରିବ।

Spread the love