ବଦଳିଲା ନନ୍ଦିଘୋଷ ରଥର ଅଖ

ପୁରୀ:ଆଗକୁ ଆସୁଛି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ବା ରଥଯାତ୍ରା । ଏଥି ପାଇଁ ରଥଖଳାରେ ତିନି ଠାକୁରଙ୍କ ରଥକାର୍ଯ୍ୟ ଜୋରଦାର କରାଯାଉଛି । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷ ରଥରେ ନୂଆ ଅଖ ସହ ଦୁଇ ଚକର ସଂଯୋଗ କରାଯାଇଛି ।ଗତକାଲି ଅଖରେ ଫାଟ ଦେଖିବା ପରେ ପୁଣି ଥରେ ନୂଆ ଅଖ ନିର୍ମାଣ କରାଯାଇ ଚକରେ ସଂଯୋଗ ହୋଇଛି । ଆଜି ଦଣ୍ଡାକଣ୍ଟା ବାଡ଼ା ଯିବାର କାର୍ଯ୍ୟକ୍ରମ ରହିଛି । ଏନେଇ ନନ୍ଦିଘୋଷ ରଥର ମୁଖ୍ୟ ବିଶ୍ୱକର୍ମା ବିଜୟ ମହାପାତ୍ର ସୂଚନା ଦେଇଛନ୍ତି ।

Spread the love