ଶ୍ରଦ୍ଧାଲଡୁର ରହିଛି ଏକ ସ୍ୱତନ୍ତ୍ର ସ୍ଥାନ, ଜାଣନ୍ତୁ କ’ଣ କୁହେ କିମ୍ବଦନ୍ତୀ

ଦୋଳେ ଚ ଦୋଳଗୋବିନ୍ଦ ଚାପେ ଚ ମଧୁସୂଦନ ରଥେ ତୁ ବାମନଂ ଦୃଷ୍ଟା ପୁନର୍ଜନ୍ମ ନ ବିଦ୍ୟତେ। ମାନେ ଦୋଳ ଉତ୍ସବରେ ମାହାପ୍ରଭୁଙ୍କ ଦୋଳ ଗୋବିନ୍ଦ ରୂପ, ଚନ୍ଦନ ସମୟରେ ଚାପରେ ମଧୁସୁଦନ ରୂପ ଏବଂ ଶ୍ରୀଗୁଣ୍ଡିଚାରେ ରଥ ଉପରେ ମହାପ୍ରଭୁଙ୍କର ବାମନ ରୂପ ଦର୍ଶନ କଲେ ମନୁଷ୍ଯ ଆଉ ପୂନର୍ଜନ୍ମ ଲାଭ କରେନାହିଁ। ପୁଣିଥରେ ଏ ପୃଥିବୀରେ ଜନ୍ମଲାଭ କରି ପାପପୂଣ୍ଯର ହିସାବରେ ଘାଣ୍ଟି ହୁଏ ନାହିଁ। ଜାତି ବର୍ଣ୍ଣ ଧର୍ମ ନିର୍ବିଶେଷରେ ରତ୍ନ ସିଂହାଶନରୁ ଓହ୍ଲାଇଆସି ମହାପ୍ରଭୁ ଭକ୍ତଙ୍କ ମେଳରେ ଏକାକାର ହୋଇଯାନ୍ତି। ଶ୍ରୀକ୍ଷେତ୍ର ପରେ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ରହିଛି ଅନେକ ସ୍ୱତନ୍ତ୍ରତା। ସେଥି ମଧ୍ୟରୁ ଶ୍ରଦ୍ଧାଲଡୁ ପରମ୍ପରା ନିଆରା। ରଥ ଉପରୁ ମହାପ୍ରଭୁଙ୍କ ଏହି ପ୍ରସାଦ ଭକ୍ତଙ୍କ କୁ ଦିଆଯାଏ। । ରାଜତନ୍ତ୍ର ଅମଳରୁ ଚାଲି ଆସୁଥିବା ଏହି ପରମ୍ପରାର ରହିଛି ବହୁ ସ୍ୱତନ୍ତ୍ରତା।

ପୁରୀ ପରେ ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପ୍ରସିଦ୍ଧି ଲାଭ କରିଥିବା କଳା ଓ ସଂସ୍କୃତିର ସହର ବାରିପଦା ରଥଯାତ୍ରାର ରହିଛି ଅନେକ ସ୍ୱତନ୍ତ୍ରତା। ରଥଯାତ୍ରା ପାଇଁ ବାରିପଦା ଏବେ ବେସ ଚଳଚଞ୍ଚଳ। ବାରିପଦାର ରଥଯାତ୍ରାକୁ ନେଇ ବିଭିନ୍ନ ପ୍ରକାରର ବିଶ୍ୱାସ ରହିଛି। ସାଧାରଣତଃ ବନ୍ଧୁ ଘରକୁ ଗଲେ ଯେପରି ବନ୍ଧୁ ମିଷ୍ଟାନ୍ନ ନେବାକୁ ପସନ୍ଦ କରିଥାଏ ସେହିଭଳି ଜଗନ୍ନାଥ ମହାପ୍ରଭୁ ମାଉସୀ ଘରକୁ ଯିବା ବେଳେ ସାଙ୍ଗରେ ମିଷ୍ଟାନ୍ନ ସ୍ୱରୁପ ଏହି ଶ୍ରଦ୍ଧାଲଡୁ ନେଇଥାନ୍ତି ବୋଲି ବିଶ୍ୱାସ ରହିଛି। କେବଳ ଲଡୁ ଭୋଗର ବିଧି ନୁହଁ ବରଂ ଏକ ଭିନ୍ନ ପରମ୍ପରା ରହିଛି। ରଥ ଉପରୁ ଭକ୍ତମାନଙ୍କ ଉଦ୍ଦେଶ୍ଯରେ ଏହି ଲଡୁ ଫିଙ୍ଗା ଯାଇଥାଏ।

ବଡଦାଣ୍ଡରେ ହଜାର ହଜାର ଭକ୍ତମାନଙ୍କ ଉପରକୁ ରଥ ଉପରୁ ଏହି ଲଡୁ ଫିଙ୍ଗାଯିବାର ଦୃଶ୍ଯ ଏକ ଭିନ୍ନ ପରିବେଶ ସୃଷ୍ଟି କରିଥାଏ। ବର୍ଷକରେ ଥରେ ମିଳିଥାଏ ଏହି ଲଡୁ ତାହା ପୁଣି ମହାପ୍ରଭୁଙ୍କ ପ୍ରସାଦ। ସେଥିପାଇଁ ଭକ୍ତମାନଙ୍କ ଆନନ୍ଦ କହିଲେ ନ ସରେ। କେବଳ ସେତିକି ନୁହେଁ ଏହି ଶ୍ରଦ୍ଧାଲଡୁର ତିଆରି ଶୈଳୀ ଓ ସ୍ୱାଦ ମଧ୍ୟ ବେସ ନିଆରା। ଆଉ ଏହି ଗୁଡରେ ପ୍ରସ୍ତୁତ ଶ୍ରଦ୍ଧାଲଡୁ କେବଳ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା ଠାରେ ହିଁ ମିଳିଥାଏ।ଏମିତିରେ ଭକ୍ତମାନଙ୍କୁ କିଭଳିଭାବେ ପ୍ରସାଦ ମିଳିବ ସେଥାପାଇଁ ଲଡୁ ଗୁଡିକୁ ସ୍ୱତନ୍ତ୍ର ଭାବେ ପ୍ଯାକ କରାଯାଇଥାଏ ଯେମିତି ତଳେ ପଡି ନଷ୍ଟ ହେବନାହିଁ। ଶ୍ରଦ୍ଧାଲଡୁ ପାଇବା ପାଇଁ ବାରମ୍ବାର ଭକ୍ତଟିଏ ଭୋଗ ଛଡାଇ ନେବାକୁ ଯେଉଁ ଉଦ୍ୟମ କରୁଥାଏ ତାହା ଏକ ଭକ୍ତିଭାବର ନିଦର୍ଶନ ପାଲଟିଯାଏ।

Spread the love