ଚିଲିକାର କାଙ୍କଣ ଶିଖରୀ ନୀଳ ଜଳ ରାଶିରେ ପାଳିତ ହୋଇଛି ନିଆରା ରଥଯାତ୍ରା

ମହାପ୍ରଭୁ ଶ୍ରୀ ଜଗନ୍ନାଥ ହେଉଛନ୍ତି ଭାବର ଠାକୁର। ଭାବ ଥିଲେ ତାଙ୍କୁ ପାଇବା ହୋଇଯାଏ ସହଜ । ଏହି ଭାବକୁ ନେଇ ସାରା ବିଶ୍ୱରେ ପ୍ରସିଦ୍ଧ ରଥଯାତ୍ରା ପର୍ବକୁ ବହୁ ଆନନ୍ଦ ଉଲ୍ଲାସରେ ପାଳନ କରାଯାଇଛି। ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନର ସୁନ୍ଦର ନିଦର୍ଶନ ହେଉଛି ଏହି ଘୋଷଯାତ୍ରା। ଭକ୍ତ ଆଉ ତା ଭକ୍ତି କୁ ମାପିବା ଅସମ୍ଭବ ହୋଇଥାଏ। ନିଜ ଭକ୍ତି ଭାବନାରେ ସେ ନିଜ ଭଗବାନଙ୍କୁ ଖୁସି କରିବା ପାଇଁ ଚେଷ୍ଟା କରିଥାଏ। ଏମିତି ହିଁ ଭକ୍ତଙ୍କ ଭାବନାରେ ବିହ୍ଵଳ ହୋଇ ମହାପ୍ରଭୁ ବଡ଼ ଦେଉଳରୁ ବାହାରି ଆସିଥାନ୍ତି ବଡ଼ ଦାଣ୍ଡକୁ। କେବଳ ନିଜ ଭକ୍ତଙ୍କ ପାଇଁ..ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଚଳଚଞ୍ଚଳ ହୋଇ ଉଠିଛି ଶ୍ରୀକ୍ଷେତ୍ର ସହ ବିଶ୍ୱର ଅନେକ ସ୍ଥାନ। ଏହି ପବିତ୍ର ଦିନରେ ବଡ ଦେଉଳରୁ ମହାବାହୁ ଓହ୍ଲାଇ ଆସଛନ୍ତି ବଡ଼ ଦାଣ୍ଡକୁ। ରଥରେ ବସି ବଡ ଦାଣ୍ଡରେ ୩ ଠାକୁର ଦର୍ଶନ ଦେଇଛନ୍ତି ଭକ୍ତ ମାନଙ୍କୁ । ସେଥିପାଇଁ ଭକ୍ତ ମାନଙ୍କ ମନରେ ନାହିଁ ନଥିଵା ଉତ୍ସାହ । କିନ୍ତୁ ଆଜି ଆମେ ଦେଖିବା ଚିଲିକା ମଧ୍ୟରେ ଥିବା ଲୀଳା କ୍ଷେତ୍ର କାଙ୍କଣ ଶିଖରୀ ସ୍ଥିତ ନୀଳ ଜଳ ରାଶିରେ ନିଆରା ରଥଯାତ୍ରା ।

ବାଜୁଛି ମୃଦଙ୍ଗ ସହ ଘଣ୍ଟ । କାହାଳୀ ଶବ୍ଦରେ ପ୍ରକମ୍ପିତ ହେଉଛି ଚିଲିକା ହରିବୋଲ ହୁଳହୁଳି ସହ ଜୟ ଜଗନ୍ନାଥ କହି ତିନି ଠାକୁରଙ୍କୁ ପହଣ୍ଡି ବିଜେରେ ନିଆଯାଉଛି ସୁସଜିତ ନୌକାରେ ତିଆରି ରଥକୁ.. କରୋନା ପାଇଁ ଗତ ଦୁଇ ବର୍ଷ ଧରି ଭକ୍ତମାନେ ଏହି ଆନନ୍ଦରୁ ବଞ୍ଚିତ ଥିଲେ । ଏଣୁ ଠାକୁରଙ୍କ ଦର୍ଶନ ପାଇଁ ଶହ ଶହ ଭକ୍ତଙ୍କ ସମାଗମ ହୋଇଛି। ।

ତେବେ ପ୍ରତିଥର ଏଠାରେ ମହାବାହୁଙ୍କ ରଥକୁ ରାସ୍ତାରେ ନୁହେଁ ବରଂ ଜଳ ନୌକା ରଥରେ ବସି ନୌଭ୍ରମଣ କରନ୍ତି । ଏହି ଦିବ୍ୟ ଦର୍ଶନ ପାଇଁ ଶହ ଶହ ଲୋକଙ୍କ ଭିଡ଼ ଲାଗେ ଚିଲିକାର କାଙ୍କଣ ଶୀଖରୀରେ । ଏହି ରଥରେ ମହାପ୍ରଭୁ ବିରାଜମାନ କରି ଚିଲିକା ହ୍ରଦରେ ରଥଯାତ୍ରାରେ ସାମିଲ ହୋଇଛନ୍ତି । ଆମ ଇତିହାସ ମୁକ ସାକ୍ଷୀ ଚିଲିକାହ୍ରଦ ଭିତରେ ରହିଛି କାଙ୍କଣ ଶୀଖରୀ କୁଦ । ୧୭୩୧ ରେ ମୁସଲିମ ଶାସକ ତକି ଖାଁ ଶ୍ରୀମନ୍ଦିରକୁ ଅକ୍ରମଣ କରିଥିଲା । ସେତେବେଳେ ଦଇତାପତି ମାନେ ମହାପ୍ରଭୁଙ୍କୁ ଲୁଚେଇ ବ୍ରହ୍ମଗିରି ଚିଲିକା ବାଟ ଦେଇ ଡଙ୍ଗାରେ ଆଣିଥିଲେ ନଈରୀ ସ୍ଥିତ କାଙ୍କଣ କୁଦକୁ । ସେତେବେଳେ ଏହି ପାହାଡ଼ ରେ କେବଳ କାକଂଡ ଫଳ ଫଳୁଥିଲା । ଠାକୁରଙ୍କ ପରେ କାକଂଡ ଫଳ ଭୋଗ ଲଗି ହୋଇଥିଲା । ସେଥିପାଇଁ କୂଦର ନାମ କାଙ୍କଣ ଶୀଖରୀ ରଖାଯାଇଛି। । ଚିଲିକା ହ୍ରଦର ଅଥଳ ଜଳ ରାଶିରେ ରଥଯାତ୍ରା ପାଇଁ ପ୍ରସ୍ତୁତ ହୋଇଥିବା ଏହି ସ୍ବତନ୍ତ୍ର ଡଙ୍ଗାରେ ବିରାଜମାନ କରି ତିନି ଠାକୁର ଚିଲିକା ପରି ଭ୍ରମଣ କରନ୍ତି । ଯାହା ଏକ ନିଆରା ଅନୁଭୂତି ବୋଲି ଉପସ୍ଥିତ ଶ୍ରଦ୍ଧାଳୁ କୁହନ୍ତି ।

Spread the love