ମସଗୁଲ ଥିଲା ମଦ୍ୟପ ମୂଷା, ଖାଲି କରିଦେଲା ୧୨ ବୋତଲ ମଦ

୧୨ ବୋତଲ ମଦ ପିଇଗଲେ ମୂଷା ବାସ୍ତବରେ ତାମିଲନାଡୁର ନୀଳଗିରି ଜିଲ୍ଲାରେ ଥିବା ଏକ ମଦ ଦୋକାନରେ ମୂଷା ମାନେ ଆତଙ୍କ ଖେଳାଇଛନ୍ତି । ସେଠାରେ ମୂଷା ମାନେ ପୂରା ୧୨ଟି ବୋତଲ ୱାଇନ୍ ଖାଲି କରିଦେଇଛନ୍ତି । ସୋମବାର ଏହି ମାମଲା ନୀଳଗିରି ଜିଲ୍ଲାରେ ଥିବା ଗୁଡାଲୁର ସହରରୁ ଆସିଛି । ସୂଚନା ଅନୁସାରେ, ସୋମବାର କମ୍ପାନୀର ଜଣେ କର୍ମଚାରୀ ଯେତେବେଳେ ଦୋକାନ ଖୋଲିଥିଲେ, ୧୨ ବୋତଲ ମଦ ଖାଲି ଥିବା ଦେଖିବାକୁ ପାଇଥିଲେ। ଲକଡାଉନ୍ ହେତୁ ଏହି ଦୋକାନ ବହୁତ ଦିନ ପର୍ଯ୍ୟନ୍ତ ବନ୍ଦ ରହିଥିଲା । ସରକାରୀ ସୂତ୍ର ଅନୁଯାୟୀ, ସୋମବାର ଦିନ ତାମିଲନାଡୁ ଷ୍ଟେଟ୍ ମାର୍କେଟିଂ କର୍ପୋରେସନ୍ ର କର୍ମଚାରୀମାନେ କଦାମୁଜା ଅଞ୍ଚଳରେ ଲକଡାଉନ୍ ହେବା ଦିନଠାରୁ ବନ୍ଦ ପଡ଼ିଥିବା ମଦ ଦୋକାନକୁ ଖୋଲିଥିଲେ । ହେଲେ ଦୋକାନ ଖୋଲିବା ପରେ ସେ ଦେଖିବାକୁ ପାଇଥିଲେ ଯେ, ମଦ ବୋତଲ ଗୁଡିକର ଠିପି ଖୋଲାଅଛି ଓ ୧୨ଟି ବୋତଲରେ ମଦ ନାହିଁ । ଏଥିସହ ବୋତଲ ଗୁଡିକରେ ମୂଷା କାମୁଡିବା ଚିହ୍ନ ରହିଛି ।

ବରିଷ୍ଠ ଅଧିକାରୀଙ୍କୁ ଜଣାଇବା ପରେ ସୁପରଭାଇଜର ତଥା ବରିଷ୍ଠ ଅଧିକାରୀମାନେ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଅନୁସନ୍ଧାନରୁ ଜଣାପଡିଛି ଯେ ଏଠାରେ ବହୁତଗୁଡ଼ିଏ ମୂଷା ଅଛନ୍ତି ଏବଂ ସେମାନେ ମଦ ବୋତଲ ଖାଲି କରିଛନ୍ତି । ଖାଲି ହୋଇଥିବା ଏହି ବୋତଲଗୁଡ଼ିକର ମୂଲ୍ୟ ପ୍ରାୟ ୧୫୦୦ ଟଙ୍କା ଥିଲା।

Spread the love