ପାର୍ବଣ ବେଳେ ଟ୍ୱିନ୍ ସିଟିରେ ବଢ଼ୁଛି ରେଭ୍ ପାର୍ଟି

ଭୁବନେଶ୍ୱରରେ ବଢ଼ି ଚାଲିଛି ରେଭ୍ ପାର୍ଟିର ଆୟୋଜନ । ବିଶେଷକରି କଟକ-ଭୁବନେଶ୍ୱର ରୋଡରେ ରେଭ୍ ପାର୍ଟିର ଅଧିକ ଆୟୋଜନ ହେଉଛି ।ଭୁବନେଶ୍ୱରର ଏକ ରେଭ୍ ପାର୍ଟିର ବୋଲି କୁହାଯାଉଛି । ଗୀତର ତାଳେ ତାଳେ ନୃତ୍ୟ ପରିବେଷଣ କରୁଛନ୍ତି ଯୁବତୀ । ଆଉ କିଛି ଗ୍ରାହକ ଏହାର ମଜା ଉଠାଉଛନ୍ତି । କୁହାଯାଉଛି, ଏହି ଯୁବତୀମାନଙ୍କୁ ରାଜ୍ୟ ବାହାରୁ ଆଣି ଆୟୋଜକ ରେଭ୍ ପାର୍ଟିର ଆୟୋଜନ କରୁଛନ୍ତି । ଆଉ ରୁମ୍ ଭିତରେ ଜମୁଛି ନାଚ, ସାଂଗକୁ ଖିଆପିଆର ଆସର । ତେବେ ଏଭଳି ଏକ ରେଭ୍ ପାର୍ଟିକୁ ଯାଇ ଜଣେ ବ୍ୟକ୍ତି ଲକ୍ଷାଧିକ ଟଙ୍କା ହରାଇବା ପରେ ମାମଲାଟି ସାମନାକୁ ଆସିଛି । କିନ୍ତୁ ସମ୍ମାନ ହାନି ହେବା ଭୟରେ ସେହି ବ୍ୟକ୍ତି ଜଣଙ୍କ ସାମନାକୁ ଆସିବାକୁ ଭୟ କରୁଥିବା କହିଛନ୍ତି ।

Spread the love