ଘର ଭିତରେ ପଶି ଛାତ୍ରୀଙ୍କ ବହିପତ୍ର ଜାଳି ଦେଲେ

ରାୟଗଡ଼ା ଚାନ୍ଦିଲି ଥାନା ଅନ୍ତର୍ଗତ ସିଙ୍ଗାପୁର ରୋଡ୍‌ ଅଞ୍ଚଳରେ ତିନିଜଣ ଦୁର୍ବୃତ୍ତ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କ ବହିପତ୍ର ପୋଡ଼ି ଦେବା ସହ ଛୁରା ଦେଖାଇ ଜୀବନରୁ ମାରିଦେବାକୁ ଧମକ ଦେଇ ଯାଇଛନ୍ତି।

ସିଙ୍ଗାପୁର ରୋଡ୍‌ ଅଞ୍ଚଳରେ ବସବାସ କରୁଥିବା ଛାତ୍ରୀଙ୍କର ବାପା ଜଣେ ଡାକ୍ତର ଓ ମାଆ ଜଣେ ଶିକ୍ଷୟିତ୍ରୀ । ସେ ପିଲାଟି ଦିନରୁ ଭଲ ପାଠପଢ଼ି ଆସୁଛନ୍ତି। ତେବେ ଘରେ ସେ ଏକା ଥିବା ବେଳେ ତିନିଜଣ ଦୁର୍ବୃତ୍ତ ମୁଖା ପିନ୍ଧି ହଠାତ ଘର ଭିତରକୁ ପଶି ଆସିଥିଲେ। ଛାତ୍ରୀଜଣକ ଘରେ ଏକାଥିବା ବେଳେ ତିନିଜଣ ମୁଖାପିନ୍ଧା ଦୁର୍ବୃତ୍ତଙ୍କୁ ଦେଖି ଭୟଭୀତ ହୋଇଯାଇଥିଲେ।

ଛାତ୍ରୀ କିଛି ବୁଝିବା ପୂର୍ବରୁ ଦୁର୍ବୃତ୍ତମାନେ ତାଙ୍କ ଆଖି ସାମ୍ନାରେ ସମସ୍ତ ବହିଖାତାକୁ ପୋଡ଼ି ପାଉଁଶ କରି ଦେଇଥିଲେ। କେବଳ ଏତିକି ନୁହେଁ ଛାତ୍ରୀଙ୍କ ବେକରେ ଛୁରୀ ଲଗାଇ ପରୀକ୍ଷା ଦେଲେ ଜୀବନରୁ ମାରିଦେବା ପାଇଁ ଧମକ ବି ଦେଇଛନ୍ତି ମୁଖାପିନ୍ଧା ଦୁର୍ବୃତ୍ତ। 

Spread the love