ରାୟଗଡ଼ାରେ ବିଜେଡିର ଯୁବ ଛାତ୍ର ସମାବେଶ

ରାୟଗଡ଼ା: ଆଗକୁ ପୌର ନିର୍ବାଚନ। ଏହାକୁ ଆଖି ଆଗରେ ରଖି ରାୟଗଡାରେ ଅନୁଷ୍ଠିତ ହୋଇଯାଇଛି ବିଜେଡ଼ିର ଯୁବ ଛାତ୍ର ସମାବେଶ। ଏନେଇ ଆଜି ଏକ ବିରାଟ ବାଇକ ଶୋଭାଯାତ୍ରା ହୋଇଥିଲା। ଏକ ବିରାଟ ପଟୁଆରରେ ରାୟଗଡ଼ା ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ରାଜ୍ୟ ଯୋଜନାବୋର୍ଡ ଅଧ୍ୟକ୍ଷ ସଞ୍ଜୟ ଦାସ ବର୍ମା, ବିଜୁ ଯୁବ ଜନତା ରାଜ୍ୟ ସଭାପତି ତଥା ଚାନ୍ଦବାଲି ବିଧାୟକ ବ୍ୟମକେଶ ରାୟ, ବିଜୁ ଛାତ୍ର ଜନତାଦଳ ରାଜ୍ୟ ସଭାପତି ତଥା ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ରାଜ୍ୟ ସାଧାରଣ ସମ୍ପାଦକ (ଯୁବବ୍ୟାପାର ) ତଥା ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତ ରାୟ, ଭଦ୍ରକ ବିଧାୟକ ସଞ୍ଜିବ ମଳିକଙ୍କ ସହ ରାୟଗଡା ଜିଲ୍ଲା ବିଜେଡି ସଭାପତି ସୁଧୀର ଦାସ , ରାଜ୍ୟସଭା ସାଂସଦ ଏନ୍ ଭାସ୍କର ରାଓ, ଅନୁସଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା, ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ ପ୍ରମୁଖ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତି ନିକଟରୁ ବାହାରି ସହର ପରିକ୍ରମା କରି ତେଜସ୍ୱୀ ହୋଟେଲ ସମ୍ମୁଖ ପଡ଼ିଆରେ ପହଞ୍ଚି ଥିଲେ। ସେଠାରେ ଆୟୋଜିତ ବିଜୁ ଛାତ୍ର ସମାବେଶରେ ଯୋଗ ଦେବାସହ ଆଗକୁ ଥିବା ପୌର ନିର୍ବାଚନରେ ଯୁବ ଛାତ୍ର ସଂଗଠନ ଭୂମିକା ନେଇ ପାଠ ପଢାଇଥିଲେ। ଜିଲ୍ଲାର ବିକାଶ ଦିଗରେ ଛାତ୍ର ଓ ଯୁବକ ମାନଙ୍କ ଦାୟିତ୍ୱ ଓ ନବୀନ ସରକାରଙ୍କ ଜନ ହିତକର କାର୍ଯ୍ୟକ୍ରମକୁ କିପରି ଘରେ ଘରେ ପହଞ୍ଚାଇବେ ସେନେଇ ବିଜୁ ଯୁବ ଜନତା ରାଜ୍ୟ ସଭାପତି ବ୍ୟମକେଶ ରାୟ ଯୁବଛାତ୍ର କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଥିଲେ। ନେତୃତ୍ୱ ନେବାକୁ ହେଲେ ସମସ୍ତଙ୍କ ଠାରୁ ଆଲଗା ହେବାକୁ ପଡିବ , ସେଥିପାଇଁ ଆଚାରବିଚାରର କ୍ଷମତା ସାଙ୍ଗକୁ ୫୦ ବର୍ଷର ଓଡିଶା ଇତିହସକୁ ଅଧ୍ୟୟନ କଲେ ଲୋକଙ୍କ ନିକଟରେ ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ ପହଞ୍ଚାଇ ପାରିବା ବୋଲି ଶ୍ରୀ ରାୟ କହିଛନ୍ତି।ମୁଖ୍ୟ ଅତିଥିଭାବେ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ତଥା ରାୟଗଡା ଜିଲ୍ଲା ପର୍ଯ୍ୟବେକ୍ଷକ ସଞ୍ଜୟ ଦାସ ବର୍ମା ଯୋଗଦେଇ ସରକାରଙ୍କ ଯୋଜନା ଗୁଡିକୁ ଲୋକଙ୍କ ନିକଟରେ ପହଞ୍ଚାଇବା ସହ ସଂଗଠନକୁ ମଜଭୁତ କରିବା ପାଇଁ ଛାତ୍ରମାନଙ୍କ ଦାୟିତ୍ୱ ଗୁରୁତ୍ୱପୂର୍ଣ୍ଣ । ଦେଶ ସ୍ୱାଧୀନତାର ୭୩ ବର୍ଷ ମଧ୍ୟରେ ଅନେକ ସରକାର ଆସିଛନ୍ତି ଏବଂ ଯାଇଛନ୍ତି । ଅଳ୍ପ ସମୟ ପାଇଁ ୨ ଥର ମୁଖ୍ୟମନ୍ତ୍ରୀ ଏବଂ ଅଳ୍ପ କିଛିବର୍ଷ ପାଇଁ କେନ୍ଦ୍ରମନ୍ତ୍ରୀ ଥିବାବେଳେ ବିଜୁବାବୁଙ୍କ ପ୍ରଚେଷ୍ଟାରେ ସୁନାବେଡା ଠାରେ ମିଗ କାରଖାନା ଏବଂ ଦମନଯୋଡିରେ ନାଲକୋ ପ୍ରତିଷ୍ଠିତ ହୋଇ ପାରିଥିଲା ବୋଲି ଶ୍ରୀ ଦାଶବର୍ମା କହିଥିଲେ। ୧୩ ଟି ଜିଲ୍ଲାରୁ ୩୦ ଜିଲ୍ଲା କରି ଲୋକଙ୍କ ପାଖରେ ପ୍ରଶାସନକୁ ପହଞ୍ଚାଇବା ବିଜୁବାବୁଙ୍କ ଐତିହାସିକ ପଦକ୍ଷେପ । ଏହାସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ସମଗ୍ର ରାଜ୍ୟରେ ରାୟଗଡା ଜିଲ୍ଲା ଏକ ବିକାଶର ଜିଲ୍ଲା ଭାବେ ପରିଗଣିତ ହୋଇ ପାରିଛି ବୋଲି ଶ୍ରୀ ବର୍ମା ତାଙ୍କ ବ୍ୟକ୍ତବ୍ୟରେ କହିଥିଲେ। ଏହି ସମାବେଶରେ ରାୟଗଡା ଜିଲ୍ଲା ବିଜେଡି ସଭାପତି ସୁଧୀର, ରାଜ୍ୟସଭା ସାଂସଦ ଏନ୍ଭାସ୍କର ରାଓ, ଅନୁସଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା, ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତ ରାୟ, ଚାନ୍ଦବାଲି ବିଧାୟକ ବ୍ୟମକେଶ ରାୟ , ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ଭଦ୍ରକ ବିଧାୟକ ସଞ୍ଜୀବ ମଳିକଙ୍କ ସହ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ପୁଆଲା, ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ, ଜିଲ୍ଲା ବିଜେଡି ଯୁବ ସଭାପତି ଦେବାଶିଷ ଖାଡ଼ଙ୍ଗା ଏବଂ ଜିଲ୍ଲା ଛାତ୍ର ବିଜେଡି ସଭାପତି ବିଷ୍ଣୁ ପଣ୍ଡା ପ୍ରମୁଖ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରାୟ ପାଞ୍ଚହଜାର ଯୁବ ଓ ଛାତ୍ରମାନେ ଯୋଗ ଦେଇଥିଲେ ।

Spread the love