ଆରଡିସି କହିଲେ ଆସ ପୋଲିସ କହିଲା ଯାଇପାରିବେନି

ରାଜ୍ୟ ସଭାପତି,  ଜଣେ କେନ୍ଦ୍ରମନ୍ତ୍ରୀ, ୨ ଜଣ ସାଂସଦ, ଦୁଇ ଜଣ ପୂର୍ବତନ ରାଜ୍ୟ ସଭାପତି, 3 ବିଧାୟକ । ସମ୍ବଲପୁର ସ୍ଥିତି ଅନୁଧ୍ୟାନ ପାଇଁ ଯାଉଥିବା ବିଜେପି ଉଚ୍ଚସ୍ତରୀୟ ପ୍ରତିନିଧି ଦଳକୁ ସମ୍ବଲପୁର ସୀମା ଶ୍ରୀପୁରା ଛକରେ ଛାଡ଼ିଲାନି ପୋଲିସ । ପୁରା ଟିମ୍‌କୁ ଠେଲକୋଲୋଇ ଥାନାକୁ ନେଇ ଅଟକ ରଖିଲା ପୋଲିସ । ବିଜେପି ନେତାଙ୍କ କହିବା ହେଲା ଆରଡିସି ଗତକାଲି ଆସିବାକୁ ଅନୁମିତି ଦେଇଥିଲେ । ତା ସତ୍ତ୍ବେ କାହିଁକି ବିଜେପି ଟିମକୁ ରୋକିଲା ପୋଲିସ । ଏପରି କରିବା ପାଇଁ ପୋଲିସକୁ କିଏ ଦେଇଥିଲା ଚାପ । ପୋଲିସର ଏପରି କାର୍ଯ୍ୟକୁ ଅଗଣତାନ୍ତ୍ରିକ କହିଛନ୍ତି ବିଜେପି ରାଜ୍ୟ ସଭାପତି ।

ରାସ୍ତାରେ ବିଜେପି ପ୍ରତିନିଧି ଦଳକୁ ପୋଲିସ ଅଟକାଇବା ଘଟଣାକୁ ନେଇ ରାଜ୍ୟ ସାରା ହୁଲୁସ୍ତୁଲ । କିନ୍ତୁ ସମ୍ବଲପୁର ଜିଲ୍ଲାପାଳ କହୁଛନ୍ତି ମୁଁ ଜାଣିନି । ଏଘଟଣାରେ ଆକ୍ରମଣାତ୍ମକ ହୋଇଛି ବିଜେପି ସିଧା ଟାର୍ଗେଟ୍ କରିଛି ମୁଖ୍ୟମନ୍ତ୍ରୀଙ୍କୁ । ସେପେଟ ବିଜେଡି କହିଛି ବିଜେପି ସହଯୋଗ କରିବା ଉଚିତ । 

ସମ୍ବଲପୁରରେ କର୍ଫ୍ୟୁ କୋହଳ ଅବଧି ମଙ୍ଗଳବାର ୮ ଘଣ୍ଟା ୩୦ ମିନିଟକୁ ବଢାଯାଇଛି । ତେବେ ଇଣ୍ଟରନେଟ୍ ବନ୍ଦ ଅବଧି ଆଉ ୨୪ ଘଣ୍ଟା ବଢ଼ାଇଦିଆଯାଇଛି । ପ୍ରଶାସନ କହୁଛି ସହରରେ ଶାନ୍ତି ଫେରିଲାଣି । ଯଦି ସ୍ବାଭାବିକ ହେଲାଣି ତାହାଲେ ବିଜେପି ପ୍ରନିଧିନି ଦଳକୁ ରୋକାଗଲା କାହିଁକି । କେଉଁ ଭୟରେ ଆରଡିସିଙ୍କ ଅନୁମତି ସତ୍ତ୍ବେ ବିଜେପି ନେତାଙ୍କୁ ବାଟଛାଡ଼ଲାନି ପୋଲିସ । 

Spread the love