ଆସନ୍ତା ୧୯ ତାରିଖରେ ୨୨ଟି ବୁଥ୍‌ରେ ହୋଇପାରେ ପୁନଃ ମତଦାନ

ଆସନ୍ତା ୧୯ ତାରିଖରେ ତୃତୀୟ ପର୍ଯ୍ୟାୟର ୧୨ ଓ ଚତୁର୍ଥ ପର୍ଯ୍ୟାୟର ୨୨ଟି ବୁଥ୍‌ରେ ହୋଇପାରେ ପୁନଃ ମତଦାନ।  ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର।

ସେହିଭଳି ଭୋଟ୍‌ ଗଣତି ନେଇ ସେ କହିଛନ୍ତି-“ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଆଜି CEO ଅଫିସ୍‌ରେ ମାଷ୍ଟର ଟ୍ରେନରଙ୍କୁ ପ୍ରଶିକ୍ଷଣ ଦିଆଯାଉଛି। ଆସନ୍ତା ୧୩ ଓ ୧୪ ତାରିଖରେ ରିଟର୍ଣ୍ଣିଂ ଅଫିସରଙ୍କୁ ଟ୍ରେନିଂ ଦିଆଯିବ।”

ସେ ଆହୁରି କହିଛନ୍ତି-“ଭୋଟ୍ ଗଣତି ପାଇଁ ଜିଲ୍ଲାସ୍ତରରେ ୧୪ରୁ ୧୯ ତାରିଖ ଯାଏ ଟ୍ରେନିଂ ଦିଆଯିବ। EVM, VVPAT ସ୍ଲିପ୍ ଓ ପୋଷ୍ଟାଲ ବ୍ୟାଲଟ୍‌ ଗଣତି ସଂପର୍କରେ ସବିଶେଷ ଟ୍ରେନିଂ ମିଳିବ। ପ୍ରତି ନିର୍ବାଚନମଣ୍ଡଳୀର ୫ଟି ବୁଥ୍‌ରେ ଏକାଦିକ୍ରମେ VVPAT ଗଣତି ହେବ।”ବାତ୍ୟାରେ EVM ସୁରକ୍ଷିତ ଅଛି କି ବୋଲି ପ୍ରଶ୍ନ କରାଯିବାରେ ସୁରେନ୍ଦ୍ର କୁମାର କହିଛନ୍ତି-“ଷ୍ଟ୍ରଙ୍ଗ ରୁମ୍‌ରେ EVM ସୁରକ୍ଷିତ ରହିଛି। କେବଳ ପୁରୀରେ ବାରିକେଡ୍ ଭାଙ୍ଗି ଯାଇଥିଲା।

Spread the love