ଆଜି ରାଜ୍ୟର 9ଟି ବୁଥରେ ସାନି ମତଦାନ

ଆଜି ରାଜ୍ୟର 9ଟି ବୁଥରେ ସାନି ମତଦାନ । ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ବିଭିନ୍ନ କାରଣରୁ ବନ୍ଦ ହୋଇଥିବା ଏହି 9ଟି ବୁଥରେ ସାନି ମତଦାନ ହେବା ନେଇ ରାଜ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଥିଲେ । ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ଏନେଇ ନିର୍ଦ୍ଦେଶ ଦେଇଥିଲେ ସିଇଓ ସୁରେନ୍ଦ୍ର କୁମାର । ସାନି ନିର୍ବାଚନ ହେଉଥିବା 9ଟି ବୁଥ ଗୁଡିକ ମଧ୍ୟରେ ସୁନ୍ଦରଗଡର 2ଟି, କନ୍ଧମାଳର 2ଟି, ବରଗଡର 4ଟି ଓ ଆସ୍କାର ଗୋଟିଏ ବୁଥ ରହିଛି । ସୁନ୍ଦରଗଡର ବଣାଇର 129 ନମ୍ବର ବୁଥ୍, ସୁନ୍ଦରଗଡ 213ନମ୍ବର ବୁଥ୍, କନ୍ଧମାଳ ଦଶପଲ୍ଲାର 210 ଓ 222 ନମ୍ବର ବୁଥରେ ସାନି ମତଦାନ ହେଉଛି । ସେହିଭଳି ବରଗଡ ଅତାବିରାର 235 ନମ୍ବର, ବରଗଡର 68 ନମ୍ବର ବୁଥ, ପଦ୍ମପୁରର 16 ନମ୍ବର ବୁଥ୍ ଓ ବ୍ରଜରାଜନଗରର 254 ନମ୍ବର ବୁଥରେ ସାନି ମତଦାନ ହେଉଛି । ଅନ୍ୟପଟେ ଆସ୍କା ସୋରଡାର 182 ନମ୍ବର ବୁଥରେ ମଧ୍ୟ ସାନି ମତଦାନ ଚାଲିଛି । ଏହି 9ଟି ବୁଥରୁ କିଛି ସ୍ଥାନରେ ସକାଳ 7ରୁ ଅପରାହ୍ନ 4ଟା ପର୍ଯ୍ୟନ୍ତ ଭୋଟଗ୍ରହଣ ହେବାକୁ ଥିବା ବେଳେ ଆଉ କିଛି ସ୍ଥାନରେ ସକାଳ 7ରୁ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ଭୋଟଗ୍ରହଣ କରାଯିବ । ସମ୍ବେଦନଶୀଳ ବୁଥ ଗୁଡିକରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

Spread the love